ଇଣ୍ଡିଆନ ପ୍ରିମିୟର ଲିଗର ୧୩ ତମ ସଂସ୍କରଣରେ ଆହତ ହୋଇଥିବା ଇଶାନ୍ତ ଶର୍ମା ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରେ ଭାରତର ତୃତୀୟ ଦ୍ରୁତବୋଲର ରୂପରେ ଖେଳିବାର କଥା ପଡ଼ିଛି। ପ୍ରଥମେ ଇଶାନ୍ତଙ୍କ ନାମ ଟିମରେ ସାମିଲ ହୋଇଥିଲା,ହେଲେ ପରେ ଯାଞ୍ଚ ପରେ ତାଙ୍କୁ ଦଳରୁ ବାହାର କରିଦିଆଯାଇଥିଲା। ଉମେସ ଯାଦବ,ନବଦୀପ ସାଇନି ଓ ମହମ୍ମଦ ସିରାଜ ଭାରତ ପାଇଁ ତିନି ବିକଳ୍ପ ଅଟନ୍ତି। ଏବେ ଏହା ଦେଖିବାକୁ ହେବ ଯେ ପ୍ରଥମ ଟେଷ୍ଟ ମ୍ୟାଚରେ ତୃତୀୟ ବୋଲର ଭାବେ କିଏ ଖେଳିବ। ହେଲେ ଅନୁମାନ ଅଛି କି ଉମେଶ ଯାଦବଙ୍କୁ ତାଙ୍କ ଅନୁଭବ ପାଇଁ ତାଙ୍କୁ ଟିମରେ ସାମିଲ କରାଯିବ।

ଅଷ୍ଟ୍ରେଲିଆର ପୂର୍ବ ଅଧିନାୟକ ଇୟାନ ଚ୍ୟାପେଲ ଖୁଲାସା କରିଛନ୍ତି କି ସେ ଜାଣିଛନ୍ତି ଟେଷ୍ଟ ସିରିଜ ପାଇଁ ଭାରତର ତୃତୀୟ ବୋଲର କିଏ ହବ। ସେ କହିଲେ କି ସେ ଭାରତର ମୁଖ୍ୟ କୋଚ୍ ରବି ଶାସ୍ତ୍ରୀଙ୍କ ସହ ଡ୍ରିଙ୍କ କରୁଥିଲେ,ଓ ଏଠାରୁ ତାଙ୍କୁ ଏହି ଖବର ମିଳିଲା। ଚ୍ୟାପେଲ ଏକ ପିଟିଆଇର ଏକ ଭରଚୁଆଲ ସତ୍ର “କ୍ରିକେଟ କନ୍ଭରସେକ୍ସନ”ରେ କହିଲେ”ମୁଁ ରବି ଶାସ୍ତ୍ରୀଙ୍କ ସହ ସେ ଦିନ ଡ୍ରିଙ୍କସ କରୁଥିଲି ଓ ସେ କହୁଥିଲେ କି ବୋଧେ ଉମେଶ ଯାଦବଙ୍କୁ ତୃତୀୟ ବୋଲର ରୂପେ ଖେଳାଯିବ।”
ବାସ୍ତବରେ ତାଙ୍କୁ ଲାଗୁଛି କି ଏହା ଭଲ ଅଟେ ଯେ ଭାରତ ଏଡିଲେଡ଼ରେ ଡେ-ନାଇଟ ମ୍ୟାଚ ଖେଳ ଆରମ୍ଭ କରିବ।ଯେଉଁଠି ପେଶ ବୋଲିଂ ହଇଚଇ ସୃଷ୍ଟି କରିବ।”ସେ କହିଛନ୍ତି ଭାରତ ପାଖରେ ଦୁଇ ଉପଯୋଗୀ ବୋଲର ଅଛନ୍ତି,ଯଶପ୍ରୀତ ବୁମରା ଓ ମହମ୍ମଦ ସାମୀ। ଯଦି ଆପଣ ମତେ ପଚାରିବେ ତ ବ୍ୟାଟିଂ କରୁଥିବା ଟିମ ଯଦି ୩୦୦ ରନ କରିବ,ତେବେ ଆଡ଼ିଲେଡ଼ରେ ମ୍ୟାଚ ଜିତିବାର ଚାନ୍ସ ଅଧିକ।

ଆଡ଼ିଲେଡ଼ରେ ପ୍ରଥମ ଟେଷ୍ଟ ମ୍ୟାଚ ଖେଳି ଭାରତୀୟ ଅଧିନାୟକ ବିରାଟ କୋହଲି ସ୍ବେଦଶ ଫେରିଆସିବେ।ଜାନୁଆରୀ ୨୦୨୧ ରେ ତାଙ୍କ ପ୍ରଥମ ସନ୍ତାନ ଜନ୍ମ ନେବ।ତେଣୁ ସେ ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କ ସହ ଏହି ସମୟ ବିତେଇବାକୁ ଚାହାନ୍ତି । ବିରାଟ କୋହଲିଙ୍କ ଅନୁପସ୍ଥିତରେ ଉପଅଧିନାୟକ ଆଜିଙ୍କ୍ୟ ରାହାଣେ ବାକି ମ୍ୟାଚରେ ଅଧିନାୟକ ଦାୟୀତ୍ୱ ତୁଲେଇବେ।
କୋହଲିଙ୍କ ଅନୁପସ୍ଥିତି ଏକ ବଡ କାରକ ହୋଇପାରେ,ଏହି କଥାରେ ସହମତ ହୋଇ ଅଷ୍ଟ୍ରେଲିଆର ପୂର୍ଵ ଅଧିନାୟକ ଚ୍ୟାପେଲ,କହିଛନ୍ତି କି ଅଧିନାୟିକତ୍ୱ ଭାରତର ଟେଷ୍ଟ ମ୍ୟାଚ ପାଇଁ ସମସ୍ୟା ନ ହେବା ଉଚିତ। କାହିଁକିନା ତାଙ୍କ ପାଖରେ ରାହାଣେ ଅଛନ୍ତି। ଚ୍ୟାପେଲ ରାହାଣେଙ୍କ ଆକ୍ରମଣାତ୍ମକ ଷ୍ଟାଇଲ ଅଧିନାୟିକତ୍ୱ ପ୍ରଶଂସା ଓ ୨୦୧୭ ରେ ଧର୍ମଶାଳରେ ତାଙ୍କ ଅଧିନାୟକତ୍ବ ଉପରେ ନିଜର ରାୟ ଦେଲେ। ସେ କହିଲେ,”ମୁଁ ରାହାଣେଙ୍କୁ ଏକଦା ଅଷ୍ଟ୍ରେଲିଆ ବିରୁଦ୍ଧରେ ଟେଷ୍ଟରେ(ଧର୍ମଶାଳା,ମାର୍ଚ୍ଚ ୨୦୧୭) ଅଧିନାୟକତ୍ବ କରିବା ଦେଖିଛି। ମତେ ଲାଗିଲା କି ତାଙ୍କ ଅଧିନାୟିକତ୍ୱ ବହୁତ ଭଲ ଅଟେ। ସେ ବହୁତ ଆକ୍ରମକ ଅଧିନାୟକ ଅଟନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।