ପୂର୍ବ ପାକିସ୍ତାନୀ ବୋଲର ମହମ୍ମଦ ୟୁସୁଫ ପାକିସ୍ତାନର ବୋଲିଂ କୋଚ ୱାକର ୟୁନିସଙ୍କ ଉପରେ ବହୁତ ବଡ଼ ଆରୋପ ଲଗାଇଛନ୍ତି। ୟୁସୁଫ କହିଲେ କି ୱାକର ୟୁନିସଙ୍କୁ ରିଭର୍ସ ସ୍ୱିଙ୍ଗ କରିବା ଆସୁନଥିଲା ଆଉ ସେ ନୂଆ ବଲରେ ବୋଲିଂ କରି ପାରୁ ନଥିଲେ। ବଲ ଯେମିତି ପୁରୁଣା ହେଉଥିଲା ୟୁନିସ ତାକୁ ରିଭର୍ସ ସ୍ୱିଙ୍ଗ କରିବା ପାଇଁ ତା ସହ ବହୁତ କିଛି କରୁଥିଲେ। ଆପଣଙ୍କୁ କହି ରଖୁଛୁ କି ପାକିସ୍ତାନୀ ବୋଲର ମହମ୍ମଦ ଆସିଫଙ୍କୁ ମ୍ୟାଚ ଫିକ୍ସିଂ ପାଇଁ ବ୍ୟାନ ହୋଇଥିଲେ।

ପାକିସ୍ତାନ ଚ୍ୟାନେଲକୁ ଦେଇଥିବା ଏକ ଇଣ୍ଟରଭିଉରେ ଆସିଫ କହିଲେ , ” ୟୁନିସ ଆଉ କେଉଁ ନୂଆ ବୋଲର କାହିଁକି ଆଣି ପାରିଲେ ନାହିଁ?? ସେ କେବେ ବି ବଲକୁ ରିଭର୍ସ ସ୍ୱିଙ୍ଗ କରିବା ଜାଣି ନଥିଲେ ଆଉ ବଲ ସହ ଅନେକ କିଛି କରି ସେ ତାକୁ ରିଭର୍ସ ସ୍ୱିଙ୍ଗ କରୁଥିଲେ। ତାଙ୍କ କ୍ୟାରିୟରର ଅଧିକାଂଶ ସମୟ ସେ ନୂଆ ବଲରେ ବୋଲିଂ କରିବା ଜାଣି ନଥିଲେ ଆଉ ନିଜ କ୍ୟାରିୟରର ଶେଷ ସମୟରେ ସେ ନୂଆ ବଲରେ ବୋଲିଂ କରିବା ଶିଖିଲେ।” ୱାକାର ୟୁନିସ ୮୭ ଟେଷ୍ଟରେ ୩୭୩ ୱିକେଟ ଆଉ ୨୬୨ ଦିନିକିଆରେ ୪୧୬ ୱିକେଟ ଅକ୍ତିଆର କରିଥିଲେ।
ଆସିଫ ପାକିସ୍ତାନର ଏବେକାର ଦୁର୍ବଳ ବୋଲିଂ ଲାଇନ ଅପ ପାଇଁ ବି ୱାକର ୟୁନିସଙ୍କୁ ହିଁ ଦୋଷୀ ବୋଲି ମାନିଲେ। ସେ ପାକିସ୍ତାନର ବୋଲିଂ ଆକ୍ରମଣ ଠିକ ନ ରହିବାର ଆରୋପ ବି ତାଙ୍କ ଉପରେ ଲଗେଇଲେ। ଆସିଫ କହିଲେ, ” ଆପଣ ତାଙ୍କୁ ଏକ ରିଭର୍ସ ସ୍ୱିଙ୍ଗ ମାଷ୍ଟର ଭାବେ ଟିମରେ ରଖିଛନ୍ତି ଆଉ ସେ ଆଜି ଯାଏ ଗୋଟେ ବି ଏପରି ବୋଲର କାଢି ପାରି ନାହାନ୍ତି ଯିଏ କି ଭଲ ରିଭର୍ସ ସ୍ୱିଙ୍ଗ କରେଇ ପାରିବ। ଏମାନେ ପ୍ରାୟ ପୂର୍ବ ୨୦ ବର୍ଷ ହେବ ବୋଲିଂ କୋଚିଂରେ ଅଛନ୍ତି ଆଉ ଏଯାଏ ଏକ ଭଲ ଯୋଡି ବାହାର କରି ପାରି ନାହାନ୍ତି। ଆମ ମାନଙ୍କ ପାଖରେ ବହୁତ ସାରା ବୋଲର ଅଛନ୍ତି ମାତ୍ର ତାହା ଭିତରେ ଭଲ ବୋଲର ମାନଙ୍କ ସଂଖ୍ୟା ବହୁତ କମ।”

ଆସିଫ କହିଲେ, ” ଆମ ପାଖରେ ଥିବା ବୋଲର ଏକ କି ଦୁଇ ମ୍ୟାଚ ପରେ ବାହାର ହେଇ ଯାଉଛନ୍ତି। ଆମେ ୮-୧୦ ଦ୍ରୁତ ବୋଲର ଯୋଗାଡ଼ କରି ଦେଇଛୁ ଆଉ ଯାହାକୁ ପାରେ ତାକୁ ଆମେ ଟିମରୁ ବାହାର କରି ଦେଉଛୁ ଆଉ ଯାହାକୁ ପାରେ ତାକୁ ଟିମରେ ପସେଇ ଦେଉଛୁ। ପାକିସ୍ତାନ ପାଖରେ ଏବେଯାଏ ଶାହୀନ ଆଫ୍ରିଡି, ହସନ ଅଲି ଆଉ ନସିମ ଶାହା ଭଳି ବୋଲର ଅଛନ୍ତି ମାତ୍ର କାହାରି ପାଖରେ ଲମ୍ବା ଅନୁଭବ ନାହିଁ। ଟିମର ଅନୁଭବୀ ବୋଲର ମହମ୍ମଦ ଆମୀର ସନ୍ୟାସ ନେଇ ଯାଇଛନ୍ତି। ଆଉ ଯେତେ ଯାଏ ୱାକାର ୟୁନିସ ବୋଲିଂ କୋଚ ରହିବେ ସେତେ ଯାଏ ଆମୀର କେବେ ଫେରି ପାରିବେ ନାହିଁ।”
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।