ଭାରତରେ କରୋନା ପରିସ୍ଥିତି ଧୀରେଧୀରେ ହ୍ରାସ ପାଉଛି।ରାଜଧାନୀ ଦିଲ୍ଲୀଠାରୁ ଆରମ୍ଭ କରି ଅନ୍ୟ ରାଜ୍ୟ ମାନଙ୍କରେ ପଜେଟିଭ ସଂଖ୍ୟା ହ୍ରାସ ପାଇବାକୁ ଲାଗୁଛି। ହେଲେ ବିଶ୍ୱରେ କରୋନାର ନୂଆ ଷ୍ଟ୍ରେନ ଆଗକୁ ଆସିଛି। ଇଟାଲୀ ଏହି କେସର ଚିହ୍ନଟ ବ୍ରିଟେନର ଏକ ରୋଗୀ ମଧ୍ୟରୁ କରିଛି।ଏହାର ପ୍ରଭାବ ଏତେ ଭୟଙ୍କର କି ବ୍ରିଟେନରୁ ଆସୁଥିବା ଫ୍ଲାଇଟକୁ ସବୁ ୟୁରୋପୀୟନ ଦେଶ ବ୍ୟାନ କରିଦେଇଛନ୍ତି।ଏମିତିରେ ଯଦି ଆମେରିକା ଓ ବ୍ରିଟେନରୁ ଆସୁଥିବା ଲୋକଙ୍କ ସଂଖ୍ୟା ବଢ଼େ,ତେବେ ଦିଲ୍ଲୀରେ କୋରୋନା ଭୟଙ୍କର ରୂପ ନେଇପାରେ। ଏହାକୁ ଧ୍ୟାନରେ ରଖି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜେରିବାଲ କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତି କି ବ୍ରିଟେନରୁ ଆସୁଥିବା ଫ୍ଲାଇଟକୁ ପ୍ରତିବନ୍ଧ ଲଗାନ୍ତୁ।

ଇଟାଲୀର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟରୁ ସମାଚାର ଏଜେନ୍ସି ରୁଟେଲର କହିଛି କି ରୋଗୀ ଓ ତାଙ୍କ ପାର୍ଟନର କିଛି ଦିନ ଆଗରୁ ୟୁକେରୁ ଫେରିଥିଲେ। କେଜେରିବାଲ କେନ୍ଦ୍ର ସରକାରଙ୍କୁ ନିଵେଦନ କରିଛନ୍ତି କି ୟୁକେରୁ ଆସୁଥିବା ସମସ୍ତ ଫ୍ଲାଇଟକୁ ତୁରନ୍ତ ବ୍ୟାନ କରାଯାଉ। କେଜେରିବାଲ ଟ୍ୱିଟ କରି ଲେଖିଛନ୍ତି,”ୟୁନାଇଟେଡ଼ କିଙ୍ଗଡମରେ କୋରୋନାର ନୂଆ ଷ୍ଟ୍ରେନରୁ ହଇଚଇ ସୃଷ୍ଟି ହୋଇଛି ଓ ତାହା ସୁପର ସ୍ପ୍ରେଡର ଭଳି କାମ କରୁଛି। ଭାରତ ସରକାରଙ୍କୁ ୟୁକେରୁ ଆସୁଥିବା ସବୁ ଫ୍ଲାଇଟରେ ପ୍ରତିବନ୍ଧ ଲଗେଇବାକୁ ହବ।”ହେଲେ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରୀ ଡାଁ ହର୍ଷବର୍ଦ୍ଧନ ସରକାର ସତର୍କ ଅଛନ୍ତି ଓ କୌଣସି ଚିନ୍ତା କରିବା ଉଚିତ ନୁହେଁ।
ହର୍ଷବର୍ଦ୍ଧନଙ୍କ ଏହି ବୟାନ ଉପରେ ଆଉ ଏକ ଟ୍ୱିଟ ଅଛି।ଏହି ଟ୍ୱିଟରେ ଆପଣ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଏହି ବୟାନ ସହ ସେ ବୟାନର ଏକ ସ୍କ୍ରିନସର୍ଟ ସେୟାର କରିଛନ୍ତି। ଯେଉଁଥିରେ ସେ କହିଥିଲେ କି “ଭାରତକୁ କୋଭିଡ ୧୯ କୁ ଡରିବା ଉଚିତ ନୁହେଁ। ଏଠାରେ ଏବେ କିଛି କେସ ନାହିଁ।”

ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ଭାରତରେ ପୂର୍ବ ୨୪ ଦିନ ଧରି ଲଗାତାର କୋରୋନା ରୋଗୀ ନୂଆ ମାମଲାରୁ ରିକଭରି କରୁଛନ୍ତି। କହିରଖୁଛୁ କି ଭାରତରେ ଏକ ଦିନରେ କୋଭିଡ ୧୯ରେ ୨୪,୩୩୭ ନୂଆ ମାମଲା ସାମ୍ନାକୁ ଆସିଲା ଦେଶରେ ସଂକ୍ରମଣ ବଢି ୧,୦୦,୫୫,୫୬୦ ହୋଇଗଲା ଯେଉଁଥିରେ ୯୬ ଲକ୍ଷରୁ ଅଧିକ ଲୋକ ସଂକ୍ରମଣ ମୁକ୍ତ ହୋଇଛନ୍ତି।
କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ସକାଳ ଆଠଟା ବେଳେ ଜାରି ହୋଇଥିବା ଅଧ୍ୟତନ ମୁତାବକ ୩୩୩ ନୂଆ ଲୋକ ମୃତ୍ୟୁ ପରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧,୪୫,୮୧୦ ହୋଇଗଲା। ରେକର୍ଡ଼ ଅନୁସାରେ ଏବେ ୯୬,୦୬,୧୧୧ ଲୋକ ସଂକ୍ରମଣମୁକ୍ତ ହେବା ସହ ଦେଶରେ ରୋଗୀଙ୍କ ମୁକ୍ତ ହାର ବଢି ୯୫.୫୩℅ ହୋଇଗଲା।ସେହିପରି କୋଭିଡ଼ ୧୯ ରେ ମୃତ୍ୟୁଦର ୧.୪୫%ଅଟେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।