ଆଇପିଏଲ ୨୦୨୧: ଫେବୃୟାରୀ ମାସରେ ଆଇପିଏଲ ୨୦୨୧ର ମିନି ନିଲାମୀ କରାଯିବ । ଏବେ ଟ୍ରେଡିଂ ୱିଣ୍ଡୋ ଓପନ୍ ଅଛି । ୨୦ ଜାନୁୟାରୀ ପର୍ଯ୍ୟନ୍ତ ସମସ୍ତ ଦଳକୁ କୁହାଯାଇଛି ଯେ, ସେମାନେ କେଉଁ କେଉଁ ଖେଳାଳୀଙ୍କୁ ରିଲିଜ କିମ୍ବା ରିଟେନ କରିବାକୁ ଚାହାଁନ୍ତି ତାର ଲିଷ୍ଟ ଦେବେ । ଏହି ଲିଷ୍ଟ ଆସିବା ପରେ ବିସିସିଆଇ ଆଇପିଏଲ ୨୦୨୧ ପାଇଁ ତାରିଖ ଘୋଷଣା କରିବ । ୨୦୨୧ ଆଇପିଏଲ ପାଇଁ ସମୟ ବହୁତ କମ ଅଛି । ଏମିତିରେ ଆଶା କରାଯାଉଛିକି ଅଧିକାଂଶ ଦଳ ନିଜର ଖେଳାଳୀମାନଙ୍କୁ ରିଟେନ କରିବେ, କିନ୍ତୁ ଏମିତି କିଛି ଖେଳାଳୀ ଅଛନ୍ତି ଯେଉଁମାନଙ୍କୁ ଦଳରୁ ନିଶ୍ଚୟ ରିଲିଜ କରାଯିବ ।

ଚେନ୍ନାଇ ସୁପର କିଙ୍ଗସ ପାଇଁ ଆଇପିଏଲ ୨୦୨୦ ସିଜିନଟି ପୁରା ଖରାପ ଥିଲା । ଚେନ୍ନାଇ ସୁପର କିଙ୍ଗସ ଦଳ ଇତିହାସର ପ୍ରଥମ ଥର ପାଇଁ ପ୍ଲେ ଅଫରେ ପହଞ୍ଚି ପାରିଲା ନାହିଁ । ବର୍ତ୍ତମାନ ସିଏସକେର ଏକ ସୋର୍ସ ଇନସାଇଡ ସ୍ପୋର୍ଟସ ସହିତ କଥା ହେଉଥିବା ସମୟରେ କହିଲେକି ଦଳ ପାଇଁ କେଦାର ଯାଦବ ଭଲ ପ୍ରଦର୍ଶନ କରିନାହାନ୍ତି । ସେ ଫିଟନେସ ସମସ୍ୟାରେ ଅଛନ୍ତି । ସେଥିପାଇଁ ସିଏସକେ ଦଳର ମ୍ୟାନେଜମେଣ୍ଟର କେଦାର ଯାଦବଙ୍କୁ ଆଗାମୀ ସିଜିନ ପାଇଁ ରିଲିଜ କରି ଭବିଷ୍ୟତ ଉପରେ ଧ୍ୟାନ ଦେବେ ବୋଲି ଜଣ ପଡିଛି ।
ଆପଣଙ୍କୁ ଜଣାଇ ଦେଉଛୁକି କେଦାର ଯାଦବ ଆଇପିଏଲ ୨୦୨୦ରେ ୟୁଏଇରେ ଦଳ ପାଇଁ ସମୁଦାୟ ୮ଟି ମ୍ୟାଚ ଖେଳି କେବଳ ୬୨ରନ କରିଥିଲେ ଓ ଗୋଟିଏ ମଧ୍ୟ ଛକା ପିଟିନଥିଲେ। ସେ ସଂଘର୍ଷ କରୁଥିଲେ ଓ ମହେନ୍ଦ୍ର ସିଂ ଧୋନୀ ତାଙ୍କ ଉପରେ ବିଶ୍ୱାସ ରଖି ତାଙ୍କୁ ଅନେକ ସୁଯୋଗ ମଧ୍ୟ ଦେଇଥିଲେ, କିନ୍ତୁ ସେ ବିଫଳ ହେଉଥିଲେ। ଏମିତିରେ ତାଙ୍କୁ ରିଲିଜ କରିଦେଲେ ଏହା କୌଣସି ଆଶ୍ଚର୍ଯ୍ୟର ବିଷୟ ହେବନାହିଁ । ଯାଦବଙ୍କୁ ସିଏସକେ ୨୦୧୮ରେ ମେଗା ଅକ୍ସନରେ ୭.୮ କୋଟି ଟଙ୍କାରେ କିଣିଥିଲା ।

କେଦାର ଯାଦବ ୨୦୧୮ରେ ସିଏସକେ ପାଇଁ ଅପ୍ନିଂ ମ୍ୟାଚରେ ନିଜର ଦଳ ପାଇଁ ୨୪ ରନର ବିଜୟୀ ଇନିଂସ ଖେଳିଥିଲେ। ଏହି ସିଜିନରେ ସେ ନିଜର ଦଳ ପାଇଁ ୧୬୨ ରନ କରିଥିଲେ କିନ୍ତୁ ପ୍ଲେ ଅଫ ମ୍ୟାଚ ପୂର୍ବରୁ ଆଘାତ ପ୍ରାପ୍ତ ହୋଇ ଦଳରୁ ବାହାରି ଯାଇଥିଲେ। କେବଳ ଏତିକି ନୁହେଁ ଏହି ସିଜିନରେ ୱାଟସନ ମଧ୍ୟ ରହିବେ ନାହିଁ। ଏହା ବ୍ୟତୀତ ସିଏସକେର ଖେଳାଳୀ ପୀୟୂଷ ଚାୱଲା, ହରଭଜନ୍ ସିଂ ଓ ଇମ୍ରାନ ତାହିରଙ୍କୁ ରିଲିଜ କରିପାରେ। ଆଶାକରାଯାଉଛିକି ସୁରେଶ ରାଇନା ଏହି ସିଜିନରେ ସିଏସକେ ପାଇଁ ଖେଳି ପାରନ୍ତି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।