IND VS ENG: ଚେନ୍ନାଇର ଟର୍ଣ୍ଣି ପିଚ ଟିମ ଇଣ୍ଡିଆ ପାଇଁ ହୋଇପାରେ ବିପଦ, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର।

ଇଂଲଣ୍ଡ ବିରୁଦ୍ଧରେ ପ୍ରଥମ ଟେଷ୍ଟ ହାରିବା ପରେ ଏବେ ଟିମ ଇଣ୍ଡିଆ ପାଖରେ ଫେରିବାର ସୁଯୋଗ ଅଛି। ଶନିବାରକୁ ଦ୍ଵିତୀୟ ଟେଷ୍ଟ ଚେନ୍ନାଇରେ ଖେଳାଯିବ ଓ ଏଥିପାଇଁ ଟିମ ସ୍ପିନର ଫ୍ରେଣ୍ଡଲି ୱିକେଟ ତୟାର କରିଛି। ଚେନ୍ନାଇ ପିଚ ସୁଖା ଅଛି ଓ ଜଣାପଡୁଛି କି ପ୍ରଥମ ଦିନରୁ ହିଁ ଏହା ସ୍ପିନର ମାନଙ୍କୁ ସୁହାଇବ। ପ୍ରଥମ ଟେଷ୍ଟ ହାରିବା ପରେ ଟିମ ପାଖରେ ଦୁଇଟି ବିକଳ୍ପ ଥିଲା । ପ୍ରଥମତଃ ପିଚରେ ଘାସ ଛାଡ଼ିଦେବା ଓ ଅନ୍ୟଟି ଘାସ କାଟି ଏଥିରେ ପାଣି ପକେଇ ସୁଖେଇବା।

Google

ହେଲେ ଏମିତି ସୁଖା ପିଚରେ ଭାରତକୁ ଅଧିକ ବିପଦ ସାମ୍ନା କରିବାକୁ ପଡିପାରେ। ଅତୀତରେ ଏମିତି ପ୍ରୟୋଗ କାମ କରି ନ ଥିଲା। ପୁନେରେ ୨୦୧୭ରେ ଷ୍ଟିଭ ସ୍ମିଥ ବହୁତ ପ୍ରେସର କରିଦେଇଥିଲେ। ମୁମ୍ବାଇରେ ୨୦୧୨ରେ କେଭିନ ପିଟରସନ ମଧ୍ୟ ଟର୍ଣ୍ଣି ପିଚରେ ୧୮୬ ରନ କରିଥିଲେ। ଦୁଇ ମ୍ୟାଚରେ ବିରୋଧୀ ସ୍ପିନରଙ୍କ ଅବସ୍ଥା ଖରାପ କରି ଭାରତକୁ ବହୁତ ହଇରାଣ କରିଦେଇଥିଲେ। ଏବେ ଯଦି ପୁଣେର ପିଚରେ ଇଂଲଣ୍ଡର ବ୍ୟାଟ୍ସମ୍ୟାନଙ୍କୁ ଅସୁବିଧା ହେବ ତ ଭାରତୀୟ ଖେଳାଳିଙ୍କୁ ମଧ୍ୟ ସେହିପରି ବିପଦ ହେବ।

ସିରିଜ ଓ ଟେଷ୍ଟ ଚ୍ୟାମ୍ପିୟାନସିପ ଆଗରେ: ଭାରତୀୟ ଟିମ ଶନିବାରକୁ ନିଜ ଭୁଲକୁ ସୁଧାରି ସ୍ପିନରକୁ ସୁହାଇବା ଭଳି ପିଚରେ ଇଂଲଣ୍ଡ ବିରୁଦ୍ଧରେ ଦ୍ୱିତୀୟ ଟେଷ୍ଟ ଖେଳିବ ଓ ଭାରତୀୟ ଅଧିନାୟକ ବିରାଟ କୋହଳିଙ୍କୁ ଭଲସେ ଜଣାଅଛି କି ଏଥିରେ ହାରିଲେ ଟେଷ୍ଟ ଚ୍ୟାମ୍ପିୟାନସିପ ଫାଇନାଲରେ ପ୍ରେବେଶ ହୋଇପାରିବେ ନାହିଁ।ଅଷ୍ଟ୍ରେଲିଆରେ ଐତିହାସିକ ବିଜୟ ପରେ ଇଂଲଣ୍ଡ ଠାରୁ ୨୨୭ ରନରେ ହରେଇବା ଏକ ଲଜ୍ୟାଜନକ କଥା। ଏବେ ବିରାଟ କୋହଲିଙ୍କ ଠାରୁ ଭଲ ପ୍ରଦର୍ଶନର ଆଶା ରହିଛି। ଏହି ମ୍ୟାଚରେ ଦର୍ଶକ ଷ୍ଟାଡିୟମକୁ ଯାଇପାରିବେ ଓ ଏହା ଟିମର ମନୋବଳ ବଢେଇବାରେ ସାହାଯ୍ୟ କରିପାରେ।ଭାରତକୁ ଟେଷ୍ଟ ଚ୍ୟାମ୍ପିୟାନସିପ ଫାଇନାଲକୁ ପହଞ୍ଚିବା ପାଇଁ ୨ ଟି ମ୍ୟାଚରେ ବିଜୟ ଆବଶ୍ୟକ ଓ ଗୋଟିଏ ବି ମ୍ୟାଚ ହାରିବ ନାହିଁ।

Google

ଇଂଲଣ୍ଡ ଟିମରେ ୪ ବଦଳ: ଇଂଲଣ୍ଡ ଟିମରେ ବେନ୍ ଫୋକ୍ସ୍ ନାମରେ ଏକ ୱିକେଟକିପର ରହିଛନ୍ତି ଓ ଆଣ୍ଡରସନ ଜାଗାରେ ଷ୍ଟୁଆର୍ଟ ବ୍ରର୍ଡ ନେବେ। ମୋଇନ ଅଲ୍ଲୀଙ୍କୁ ଡୋମ ବେସଙ୍କ ଜାଗାରେ ସ୍ଥାନ ମିଳିଛି। ଜୋଫ୍ରା ଆର୍ଚ୍ଚରଙ୍କ ଆହତ ପାଇଁ ତାଙ୍କ ବଦଳରେ କ୍ରିଷ ଓକସ ଖେଳିବେ। ଇଂଲଣ୍ଡର ଏକ ନଂ ବ୍ୟାଟ୍ସମ୍ୟାନ ତଥା ଅଧିନାୟକ ଜୋ ରୁଟ କହିଛନ୍ତି,”ଜୋଫ୍ରାଙ୍କ ଅନୁପସ୍ଥିତ ଏକ ଝଟକା ଓ ଆଶା ଅଛି କି ସେ ତୃତୀୟ ଟେଷ୍ଟ ପର୍ଯ୍ୟନ୍ତ ଠିକ ହୋଇଯିବେ।”

କଣ କୂଳଦୀପ ଯାଦବ ଓ ଅକ୍ଷର ପଟେଲ ଦୁହେଁ ଖେଳିବେ: ଚେପକର ଗହର ରଙ୍ଗର ପିଚ ପ୍ରଥମ ଟେଷ୍ଟ ପିଚ ଠାରୁ ଅଲଗା ଓ ଏଥିରେ ଟର୍ଣ୍ଣ ମିଳିବାର ଆଶା ରହିଛି। ରବିଚନ୍ଦ୍ରନ ଅଶ୍ୱିନଙ୍କୁ ଅନ୍ୟପଟୁ ସହଯୋଗର ଆବଶ୍ୟକତା ରହିଛି। ଠିକ ହୋଇ ସାରିଥିବା ଅକ୍ଷର ପଟେଲଙ୍କ ଖେଳିବା ତୟ ଅଟେ କାହିଁକିନା ସେ ରବୀନ୍ଦ୍ର ଜାଡେଜାଙ୍କ ବିକଳ୍ପ ଅଟନ୍ତି।ଅକ୍ଷରଙ୍କ ଟେଷ୍ଟ ଡେବ୍ୟୁ ନିଶ୍ଚିନ୍ତ ଲାଗୁଚି କାହିଁକିନା ଆଶ୍ୱିନଙ୍କ ସହ ରନ ଅଟକେଇବାକୁ ଜଣେ ବୋଲର ଦରକାର। ପ୍ରଶ୍ନ ଏହା ଯେ କଣ କୂଳଦୀପ ଯାଦବ ଖେକିବେ? ଯଦି ସେ ଖେଳିବେ ତେବେ ୱାଶିଂଟନ ସୁନ୍ଦର ବସିବେ। ଟିମ ପ୍ରବନ୍ଧନ କୁଲଦୀପଙ୍କୁ ଖେଳେଇବା ପାଇଁ ଏତେ ଆଗ୍ରହୀ ନୁହନ୍ତି ,ଉତ୍ତରପ୍ରଦେଶର ଏହି ସ୍ପିନର ଉପରେ କିଛି ସମୟ ହେବ ଭରସା କରି ହେଉ ନାହିଁ। ଏହି ପିଚ ଦେଖି ଲାଗୁଛି କି କୂଳଦୀପଙ୍କୁ ଅନ୍ତିମ ଏକଦଶରେ ସାମିଲ କରାଯାଇପାରେ।

Google

ଭାରତ-ବିରାଟ କୋହଲି(ଅଧିନାୟକ),ରୋହିତ ଶର୍ମା,ଶୁଭମାନ ଗିଲ,ଚେତେଶ୍ୱର ପୂଜାରା,ଋଷଭ ପନ୍ତ,ଆଜିଙ୍କ୍ୟ ରାହେଣେ,ରବିଚନ୍ଦ୍ରନ ଅଶ୍ୱିନ,ଯଶପ୍ରୀତ ବୁମରା,ଇଶାନ୍ତ ଶର୍ମା,ମହମ୍ମଦ ସିରାଜ,କୂଳଦୀପ ଯାଦବ,ୱାଶିଂଟନ ସୁନ୍ଦର,ହାର୍ଦ୍ଦିକ ପାଣ୍ଡ୍ୟା,ଅକ୍ଷର ପଟେଲ,ମୟଙ୍କ ଅଗ୍ରୱାଲ,କେ ଏଲ ରାହୁଲ,ଋଦ୍ଧିମାନ ସାହା,ସାର୍ଦୁଲ ଠାକୁର।

ଇଂଲଣ୍ଡ ପ୍ଲେଇଂ ଇଲେଭେନ: ଜୋ ରୁଟ(ଅଧିନାୟକ),ଡେମିଲିନ ସିବିଲି,ରୋରି ବର୍ନ୍ସ,ଆଲୋ ପୋପ,ଡ୍ୟାନ ଲରେନ୍ସ,ବେନ ଷ୍ଟୋକ,ବେନ ଫୋକ୍ସ୍,ଷ୍ଟୁଆର୍ଟ ବ୍ରର୍ଡ,ମୋଇନ ଅଲ୍ଲୀ,କ୍ରିଷ ଓକସ,ଜ୍ୟାକ ଲିକ,ଓଲି ଷ୍ଟୋନ

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *