ସୁପ୍ରିମକୋର୍ଟଙ୍କ ରଥଯାତ୍ରା ରାୟର ପୁନର୍ବିଚାର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ।

ସୁପ୍ରିମକୋର୍ଟଙ୍କ ରଥଯାତ୍ରା ରାୟର ପୁନର୍ବିଚାର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ।

କରୋନା ମହାମାରୀ ପାଇଁ ସୁପ୍ରିମକୋର୍ଟ ଚଳିତବର୍ଷ ରଥ ଯାତ୍ରାକୁ ସ୍ଥଗିତ କରିଛନ୍ତି । ସୁପ୍ରିମକୋର୍ଟର ରଥଯାତ୍ରା ବନ୍ଦ ହେବା ଶୁଣାଣି ପରେ ସମସ୍ତ ଭକ୍ତ ନିରାଶ ହୋଇଛନ୍ତି । ତେଣୁ ସୁପ୍ରିମକୋର୍ଟଙ୍କ ରାୟକୁ ନେଇକି ପୁନର୍ବିଚାର ପାଇଁ ନିବେଦନ କରାଯାଉ ବୋଲି ଛତିଶା ନିଯୋଗ ଦାବି କରିଛନ୍ତି । ଏ ମାମଲାକୁ ନେଇକି ଛତିଶା ନିଯୋଗୀଙ୍କ ପକ୍ଷରୁ ବରିଷ୍ଠ ସେବାୟତ ନାୟକ ଜନାର୍ଦ୍ଦନ ପାଟଜୋଷୀ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଏକ ଚିଠି ଲେଖିଛନ୍ତି ।

ଚଳିତବର୍ଷ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ସମାପ୍ତ ହୋଇସାରିଛି । ରଥଯାତ୍ରା ପାଇଁ ବିଭିନ୍ନ ପ୍ରକାର ପ୍ରସ୍ତୁତି ମଧ୍ୟ ହୋଇସାରିଛି । ତେବେ ଏତେସବୁ ପ୍ରସ୍ତୁତି ଭିତରେ କିପରି କରୋନା କଟକଣା ପାଳନ ହୋଇଛି, ଏହା ଜଣାଇବାକୁ ପାଟଜୋଷୀ କହିଛନ୍ତି । ଯଦି ରଥଯାତ୍ରା ବନ୍ଦ ହୋଇଯାଏ ତେବେ ଏହାପରେ ହେବାକୁ ଥିବା ପରମ୍ପରା ମଧ୍ୟ ବନ୍ଦ ହୋଇଯିବ ଓ ଏହା ଜଗନ୍ନାଥ ସଂସ୍କୃତିର ପରିପନ୍ଥୀ ହେବ ବୋଲି ବରିଷ୍ଠ ସେବାୟତ କହିଛନ୍ତି । ଯଦି ରଥଯାତ୍ରାକୁ ବନ୍ଦ କରିବାର ଥିଲା ଆଗରୁ କହିଥାନ୍ତେ, ଏବେ ସବୁ ପ୍ରସ୍ତୁତି ସରିଲାପରେ କଣ ପାଇଁ କହୁଛନ୍ତି ବୋଲି ସେବାୟତ ମାନେ କହିଛନ୍ତି ।

2020 Puri Ratha Yatra Festival: Essential Information

ଆଗରୁ ବି ଏମିତି ବହୁତ ମହାମାରୀ ହୋଇଛି , ଏମିତିକି ମୋଗଲ ଆକ୍ରମଣ ବେଳେ ମଧ୍ୟ ରଥଯାତ୍ରାକୁ ବନ୍ଦ କରାଯାଇନଥିଲା । ତେଣୁ କରୋନା ଗାଇଡ଼ ଲାଇନ ଭିତରେ କିଭଳି ଭାବରେ ରଥ ଯାତ୍ରା କରାଯାଇପାରିବ ତାହା ପୁନର୍ବିଚାର ପାଇଁ ନିବେଦନ କରିବାକୁ ଚିଠିରେ ଲେଖିଛନ୍ତି ।

ରଥଯାତ୍ରା ବନ୍ଦ ହେବ ହେତୁ ପୁରୀରେ ଆଜି ୧୨ ଘଂଟିଆ ବନ୍ଦ ଡାକରା ଦେଇଛନ୍ତି । ଶ୍ରୀ ଜଗନ୍ନାଥ ସେନା ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ସକାଳ ୬ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ପୁରୀ ବନ୍ଦ ରହିବ ବୋଲି ଘୋଷଣା କରିଛନ୍ତି ।

ସୁପ୍ରିମକୋର୍ଟଙ୍କ ନିର୍ଦେଶ ଓ ରାଜ୍ୟସରକାରଙ୍କ ନିୟମକୁ ନେଇ ଶ୍ରୀ ଜଗନ୍ନାଥ ସେନା ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇଛି । କରୋନା ସମୟରେ ଅନ୍ୟ ସମସ୍ତ ଦୋକାନ ବଜାର ଖୋଲା ଯାଉଛି ଏମିତିକି ବଡ ବଡ ଶପିଙ୍ଗ ମଲ୍ ମଧ୍ୟ ଖୋଲା ଯାଉଛି । କିନ୍ତୁ ଏହି ଭିତରେ ରଥଯାତ୍ରାକୁ ବନ୍ଦ କରିବାର ନିଷ୍ପତି କାହିଁକି ନେଲେ ବୋଲି ପ୍ରଶ୍ନ ଉଠାଇଛନ୍ତି ଶ୍ରୀ ଜଗନ୍ନାଥ ସେନା ।

ଗଜପତି ମହାରାଜାଙ୍କ ପ୍ରତିକ୍ରିୟା

Rath Yatra: Construction Of Chariots To Begin Soon, Says Gajapati ...

ସେପଟେ ପରିଚାଳନା କମିଟି ବୈଠକ ପରେ ଗଜପତି ମହାରାଜାଙ୍କ ପ୍ରତିକ୍ରିୟା । ସୁପ୍ରିମକୋର୍ଟଙ୍କ ନିର୍ଦେଶ ପୂର୍ଣ୍ଣମାତ୍ରାରେ ପାଳନ କରାଯିବା ବୋଲି କହିଲେ ଗଜପତି । ବାହାରେ ରଥଯାତ୍ରା ହେଇପାରିବନି ବୋଲି କହିଛନ୍ତି କୋର୍ଟ । ଆଜି ପରିଚାଳନା କମିଟିରେ ବିସ୍ତୃତ ଆଲୋଚନା କରାଯାଇଥିଲା । ସେହିହେତୁ ଏବର୍ଷ ଗୁଣ୍ଡିଚା, ବାହୁଡା ଏବଂ ସୁନାବେଶ ସମ୍ଭବ ନୁହେଁ । ଏବର୍ଷ ଅଧରପଣା, ନୀଳାଦ୍ରିବିଜେ ମଧ୍ୟ ସମ୍ଭବ ନୁହେଁ ବୋଲି କହିଛନ୍ତି ଗଜପତି ମହାରାଜା । କରୋନା ପାଇଁ ଅତ୍ୟନ୍ତ ଦୁଃଖର ସହ ଏହି ନିଷ୍ପତି ନିଆଯାଇଛି ।

ମଦିର ଭିତରେ ପରମ୍ପରା, ଶାସ୍ତ୍ର ସମ୍ମତ ବ୍ୟବସ୍ଥା ସ୍ଥିର କରିବାକୁ ଆଜି ସନ୍ଧ୍ୟା ରେ ନିଷ୍ପତି ନିଆଯିବ ବୋଲି ଗଜପତି ମହାରାଜା କହିଛନ୍ତି । ଆଜି ସନ୍ଧ୍ୟାରେ ଛତିଶା ନିଯୋଗ ପ୍ରତିନିଧିଙ୍କ ବୈଠକ ବସିବ । କଣ କେମିତି କରାଯାଇ ପାରିବ ସମସ୍ତଙ୍କ ସହିତ ଆଲୋଚନା ହେବ । ଶ୍ରୀମନ୍ଦିର ଭିତରେ କେମିତି ବିଧି ରକ୍ଷା ହେବ ସନ୍ଧ୍ୟାରେ ନିଷ୍ପତି ହେବ ବୋଲି ଆଶା କରାଯାଉଛି । ନିଷ୍ପତି ପରେ କାଲି ସକାଳେ ଶଙ୍କରାଚାର୍ଯ୍ୟଙ୍କୁ ଜଣାଇ ଦିଆଯିବ । ଶଙ୍କରାଚାର୍ଯ୍ୟଙ୍କ ପାଖରେ ଚୂଡାନ୍ତ ନିଷ୍ପତି ନିଆଯିବ ବୋଲି କହିଲେ ଗଜପତି ମହାରାଜା ।

ରେକର୍ଡ ଅଫ୍ ରାଇଟ୍ସ ଛାଡି ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବା ଜରୁରୀ ହୋଇଛି ବୋଲି କହିଲେ ଗଜପତି । ‘ ସବୁ ମହାପ୍ରଭୁଙ୍କ ଲୀଳା, ମହାପ୍ରଭୁ ନୂତନ ଇତିହାସ ସୃଷ୍ଟି କରୁଛନ୍ତି’ ବୋଲି କହିଛନ୍ତି ମହାରାଜା । ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପଢିବା ପାଇଁ ତଳେ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ, ଏହି ପୋଷ୍ଟକୁ ଅଧିକ ଅଧିକ ସେୟାର କରନ୍ତୁ ।

About admin

Blog sharing Information & Tips about Travelling Tips, Health Tips, Daily Living Life, Life Style, Trends and more to help people to Enjoy the beautiful Life.

View all posts by admin →

Leave a Reply

Your email address will not be published. Required fields are marked *