ରାସ୍ତା ସହରର ପ୍ରତିଟି ଗଳି କନ୍ଦି ଠୁ ନେଇକି ବିଶ୍ୱର କୋଣ ଅନୁକୋଣ ଯାଏଁ ବିସ୍ତୃତ । ସେଇଥି ପାଇଁ ବୋଧେ କୁହା ଯାଏ ଯାତ୍ରା ସାରି ଯାଏ ରାସ୍ତା ନୁହେଁ କିନ୍ତୁ କିଛି ରାସ୍ତା ଅତି ଆପଣାର । କେତେ ଯେ ଅଭୁଲା ସ୍ମୃତି , ପିଲାବେଳର ଚପଳାମୀ, କାହାର ଗୋଟିଏ ଝଲକ ମାତ୍ର ପାଇବା ପାଇଁ ଝରକାର ଫାଙ୍କ ରୁ ରାସ୍ତା କୁ ଚାହିଁ ରହିବାର ସେ ମଜା ଓ ଏମିତି ଅନେକ କିଛି ।
ଥରୁ ଟିଏ ଚିନ୍ତା କରି ଦେଖନ୍ତୁ ତ ? ଗୋଟିଏ ଅଜଣା ଜାଗା ରେ ବାଟ ବଣା ହାଇଗଲା ପରେ ମନରେ ଉଙ୍କି ମାରୁଥିବା ଅନେକ ପ୍ରଶ୍ନ । ଆଉ ପୁଣି ବିଦେଶରୁ ଆସିଲା ପରେ ନିଜ ଘର କୁ ଲମ୍ବି ଯାଇ ଥିବା ସେ ପୁରୁଣା ରାସ୍ତ କୁ ଦେଖି ମନରେ ଉଠୁଥିବା ଖୁସିର ଢେଉ । କଣ ସେ ରାସ୍ତା ଆଜିବି ସେମିତି ଅଛି ନା ବଦଳି ସାରିଛି?
ନାଁ ମୋ ମନ କିନ୍ତୁ ମାନୁନି ! ଏ ରାସ୍ତା ହଉଛି ଅତି ସ୍ୱାର୍ଥପର, ବଡ ବିଚିତ୍ର । ଆମେ ସିନା ଖୋଜୁ ଥାଉ ଏ ରାସ୍ତା କୁ, କିନ୍ତୁ ପ୍ରତି ଥର ଆସିଲା ବେଳ କୁ ଏରାସ୍ତା ସତେ ଯେମିତି ବ୍ୟବହାର କରେ ସେ କେବେ ମତେ ଦେଖିନି କି ଜାଣିନି, “ପୂର୍ଣ୍ଣତଃ” ତା ପାଇଁ ଅଚିଂହା । ସତରେ କଣ ସେ ଭୁଲି ସାରିଛି ମୋ ପିଲା ବେଳର ମାଟି ଖେଳ ? ଧୂଳି ଧୂସରତ ହୋଇ ତ କୋଳରେ ବିତି ଥିବା ମୋର ଅମୁଲ୍ୟ ଶୈଶବ ?
କେତେ ସରାଗରେ ଏ ରାସ୍ତା ର ପ୍ରତିଟି ଛବି କୁ ହୃଦୟର ମାନସ ପଟ୍ଟରେ, କିନ୍ତୁ ଏଇ ରାସ୍ତା ଆଜି ଯେମିତି ପରହୋଇ ଯାଇଛି । ବର୍ଷ ବର୍ଷର ସେ ଅତୁଟ ସମ୍ପର୍କ କୁ ସତରେ କଣ ଭୁଲି ଯାଇନି ତ ? ଅଭିନେତା ନୁହେଁ ତ ଚମତ୍କାର ଅଭିନୟ କରିବାରେ ପାରଙ୍ଗମ । ମୋ ଜୀବନଟା ସତେ ଯେମିତି ତା ପାଇଁ ସାଜି ଯାଇଛି ଏକ ରଙ୍ଗମଂଚ । ଆଉ ଦର୍ଶକଙ୍କ କରତଳିରେ ସେ ବେଶ ଉତ୍ସାହିତ ଆଉ ନୂଆ ପ୍ରତିଶୃତି ନେଇ ଆହୁରି ଭଲ ଅଭିନୟ ପାଇଁ ସତେ ଯେମିତି ପ୍ରତିଜ୍ଞା ନେଇ ସାରିଛି ସେ ।

କରତାଳି ଆଉ ଥରେ ବି ବାଜି ଥିଲା । ଏଥର କଉ ରଙ୍ଗମଂଚରେ ନୁହେଁ, ବାଜି ଥିଲା ମୋ ହୃଦୟ ଭିତରେ । ଯେତେବେଳେ ମୁ ଦେଖିଥିଲି ଏହି ରାସ୍ତା ଉପରେ ତାକୁ ପ୍ରଥମ ଥର ପାଇଁ । ଭାବି ଥିଲି ମାନସ ପଟ୍ଟରେ ସେ ମାୟାବିନୀର ମନର କଥା । ସତେ ଯେମିତି ସେ କେବଳ ମୋର ଆଉ ମୁଁ ଖାଲି ତାର । ଏମିତି କିଛି ମିଛ ଆଶ୍ୱାସନା ଓ ପ୍ରତିଶୃତି କାହିଁକି କେଯାଣି ମୋ ହୃଦୟ କୁ ଦୋହଲାଇ ଦେଇ ଥିଲା । ନାନାବାୟା କଥାରୁ କ୍ରମସହ ମୁଁ ବଢି ଚାଲିଥିଲି ସେଇ ରଙ୍ଗୀନ ରାତିର ଝିଲମିଲ ସ୍ବପ୍ନ ନେଇ ତା ସାଥିରେ । କିନ୍ତୁ କେତେ ଝଡଝଞ୍ଜା ଆସିଲା ପରେ ବି ଦମ୍ଭ ଧରି ସାଉଁଟି ରଖି ଥିଲା ମତେ ତା ହୃଦୟ ଭିତରେ କାହିଁକି କେଯାଣି ?
ମୁଁ ହଜି ଯାଇଥିଲି ସେହି ମାୟାବିନୀ ର ଚମତ୍କାର ଅଭିନୟ ଜାଲରେ । ଲୋକ ମୁଖରୁ ତାର ଚମତ୍କାର ଅଭିନୟର ପ୍ରଶଂସା ବାରି ହୋଇ ପଡୁଥାଏ । ନା କିଛି ପ୍ରଶ୍ନ ଥାଏ ତାର ପାରିବ ପାଣିଆ କୁ ନେଇ ନା ହିଁ ଥାଏ କିଛି ଦ୍ଵିଧା । କିନ୍ତୁ, ସେଦିନ ଧାରା ପଡି ଯାଇ ଥିଲା ତାର ମିଛ ଅଭିନୟ ଓ ପାରିବ ପଣିଆ । ଯାହାର ମୁକ ସାକ୍ଷୀପାଲଟି ଥିଲୁ ମୁଁ ଓ ଏହି ରାସ୍ତା । ଝଡ ସଦୃଶ ଆମେ ଦୁହେଁ ସ୍ତବ୍ଧ ହୋଇ ସାରିଥିଲୁ ଆଉ ନା ହିଁ ଦେଇ ପାରିଥିଲୁ ପ୍ରତ୍ୟୋତର ଆମେ କିଛି । ବୋଧ ହୁଅ ଏଇଥି ପାଇଁ ଆଜି ଏଇ ରାସ୍ତା ମତେ ହତାଦର କରି ଦେଇନି ତ?
ବନ୍ଧୁଗଣ ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପାଇବା ପାଇଁ ଆମର ଏହି ପୋର୍ଟାଲ କୁ ଫୋଲୋ କରନ୍ତୁ । ଯଦି ଏହି ଖବର ଟି ଆପଣଙ୍କ ମନକୁ ପସନ୍ଦ ଆସିଲା ତେବେ ଏହାକୁ ଲାଇକ କରନ୍ତୁ ଓ ସାଙ୍ଗ ମାନଙ୍କୁ ଶେୟର କରନ୍ତୁ । କେମିତି ଲାଗିଲା ଦୟାକରି କମେନ୍ଟ କରି ଜଣାନ୍ତୁ ।