ଜୋ ବାଇଡେନ ଆମେରିକାର ରାଷ୍ଟ୍ରପତି ହେବାପରେ ବ୍ରିଟେନ ସମେତ ଅନ୍ୟାନ୍ୟ ଦେଶ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଇରାନ ତାଙ୍କୁ ଅଶୁବିଧା ସୁବୁକୁ ଦୂର କରିବା ପାଇଁ କହିଛି। ଫଳସ୍ତିନ ମଧ୍ୟ ତାଙ୍କୁ ଅଭିନନ୍ଦନ ଜଣାଇଛି।ତାହା ଦ୍ଵାରା ଏହା ମାନାଯାଉଛି କି ସେ ତିନି ବର୍ଷର ହ୍ଵାଇଟ ହାଉସ ରାଜନୀତିକ ବହିଷ୍କାରକୁ ଶେଷ କରିପାରନ୍ତି କିନ୍ତୁ ଚୀନ ଓ ରୁଷ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନାହିଁ।କହିରଖିବୁ କି ରୁଷ ଉପରେ ବର୍ଷ ୨୦୧୬ ରେ ନିର୍ବାଚନରେ ହସ୍ତକ୍ଷେପର ଅଭିଯୋଗ ଲଗାଇଲା ଓ ଚୀନ ଉପରେ ଟ୍ରମ୍ପ କରୋନାକୁ ନେଇ ଆରମ୍ଭରୁ କହିଆସୁଛନ୍ତି।

ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ କହିଛନ୍ତି,”ଆମେରିକା ତାଙ୍କ ଦେଶର ସବୁଠୁ ପାଖ ମହତ୍ୱପୂର୍ଣ୍ଣ ସହଯୋଗୀ ଅଟେ । ଦୁଇ ଦେଶର ସମ୍ବନ୍ଧ ନେତୃତ୍ୱରେ ପରିବର୍ତ୍ତନ ଦ୍ଵାରା ଖରାପ ହୋଇନଥାଏ। ନୂଆ ରାଷ୍ଟ୍ରପତିଙ୍କ ସହିତ ବ୍ୟବସାୟ ଓ ଜଳବାୟୁ ପରିବର୍ତ୍ତନ ଉପରେ ସହମତି ରହିବ। ମୁଁ ଏବେ ପର୍ଯ୍ୟନ୍ତ ବାଇଡେନଙ୍କ ସହିତ କଥା ହୋଇନାହିଁ”।
ଏହି ଅବସରରେ ଆମେରିକାର ବିରୋଧୀ ଇରାନ ବାଇଡେନଙ୍କୁ ପୂର୍ବ ଭୁଲ ବୁଝାମଣାକୁ ସୁଧାରିବାକୁ କହିଛନ୍ତି। ରାଷ୍ଟ୍ରପତି ହସନ ରୁହାନି ନିଜ ସଂଦେଶରେ ୨୦୧୫ର ପରମାଣୁ ପୁଣି ଅମଲ ଆଣିବା ପାଇଁ ଆହ୍ୱାନ ଦେଇଛନ୍ତି।
ତୁର୍କୀର ଉପରାଷ୍ଟ୍ରପତି ଫୁଅତ ଓକତେ କହିଛନ୍ତି ପରିଣାମ ଦ୍ଵାରା ପୁରୁଣା ସହଯୋଗୀତାରେ କୌଣସି ପରିବର୍ତ୍ତନ ଆସିବ ନାହିଁ କିନ୍ତୁ ଅଂଙ୍କରା, ସିରିଆ ଓ ଅନ୍ୟ ନୀତିଗତ ମତଭେଦକୁ ଦୂର କରିବା ପାଇଁ ଆମେରିକା ସହିତ କାମ କରୁଥିବ।

ଫଲସ୍ତିନର ରାଷ୍ଟ୍ରପତି ମହସୁଦ ଅବାସ ରବିବାରକୁ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ତାହା ଦ୍ଵାରା ଏହା ମାନାଯାଉଛି କି ସେ ତିନି ବର୍ଷର ହ୍ଵାଇଟ ହାଉସ ରାଜନୀତିକ ବହିଷ୍କାରକୁ ଶେଷ କରିପାରନ୍ତି। ସେପଟେ ଇଜରାୟଲ ପ୍ରଧାନମନ୍ତ୍ରୀ ବେଂଜାମିନ ନେତାନ୍ୟାହୁ ନିର୍ବାଚିତ ରାଷ୍ଟ୍ରପତି ବାଇଡେନଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି। ଏହା ସହିତ ଇରାନ ଓ ଫଲସ୍ତିନ ଭଳି ମତଭେଦ ପରେବି ଦୁଇ ଦେଶ ମଧ୍ୟରେ ମଝବୁତ ସଂବନ୍ଧ କଥା କହିଛନ୍ତି। ସେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଧନ୍ୟବାଦ ମଧ୍ୟ ଦେଇଛନ୍ତି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।