ଧୀରେ ଧୀରେ ଫିଟୁଛି ଚୀନର ଗୁମର, ବୁହାନ ଲ୍ୟାବରୁ ହିଁ ଲିକ ହୋଇଛି କରୋନା ଭାଇରସ

ଗତ ଦେଢ଼ ବର୍ଷ ହେବ ସମଗ୍ର ବିଶ୍ୱକୁ କରୋନା କବଳିତ କରିଛି। ଏହା ଦ୍ଵାରା ଅନେକ କ୍ଷତି ହେଲାଣି। ଏହା ପ୍ରଥମେ ଚୀନର ବୁହାନ ସହରରେ ଆରମ୍ଭ ହୋଇଥିଲା ଓ ଏହା ପରେ ଏହା ସମଗ୍ର ବିଶ୍ୱକୁ ବ୍ୟାପିଲା। ଏହା ପରେ ଦାବି ହେବାରେ ଲାଗିଲାକି ଚୀନ ଜାଣୁଶୁଣି ଏହାକୁ ସମଗ୍ର ବିଶ୍ୱକୁ ବ୍ୟାପାଇଛି। ଅନେକ ବିଶେଷଜ୍ଞଙ୍କ କହିବା ଅନୁସାରେ ଏହାକୁ ଚୀନ ନିଜ ଲ୍ୟାବରେ ପ୍ରସ୍ତୁତ କରିଥିଲା ଓ ଏହା ଚୀନର ଲ୍ୟାବରୁ ହିଁ ଲିକ ହୋଇଛି କିନ୍ତୁ ଚୀନ ଏହାକୁ ଖଣ୍ଡନ କରିଛି ଓ କହିଛି ଏପରି କୌଣସି ଭାଇରସ ସେ ଲ୍ୟାବରେ ପ୍ରସ୍ତୁତ କରିନଥିଲା ବରଂ କରୋନା କୌଣସି ଜୀବଠୁ ହିଁ ମଣିଷ ଶରୀରକୁ ଆସିଛି।

Google

କିନ୍ତୁ ଅନେକ ବିଶେଷଜ୍ଞଙ୍କୁ ଅନେକ ପ୍ରକାର ପ୍ରମାଣ ମିଳିଛି ଯେଉଁଥିରୁ ଏହା ଜଣାପଡୁଛିକି ଚୀନ ଅନେକ ବର୍ଷରୁ ଏହି ପରି ଏକ ଭାଇରସର ପରୀକ୍ଷା ଲ୍ୟାବରେ କରୁଥିଲା।କରୋନା ଚୀନର ଲ୍ୟାବରୁ ଲିକ ହୋଇଛି ବୋଲି ଏବେ ଦୁଇ ବୈଜ୍ଞାନିକ ଦମ୍ପତି ଦାବି କରିଛନ୍ତି। ସେହି ଦୁଇ ଦମ୍ପତି ହେଉଛନ୍ତି ରାହୁଲ ବାହୁଲିକର ଏବଂ ଡକ୍ଟର ମୋନାଲି ରାହଲକର। ଆପଣଙ୍କୁ କହିରଖିବୁ ସେ ଅନେକ ସମୟରୁ କରୋନାର ଉତ୍ପତି ଉପରେ ବିଭିନ୍ନ ତଥ୍ୟ ସଂଗ୍ରହ କରୁଥିଲେ ବୋଲି ଜଣା ଯାଇଛି। ଅନେକ ଲୋକଙ୍କ ମଧ୍ୟ ଭେଟିଥିଲେ ଓ ତାଙ୍କ ରିସର୍ଚ୍ଚ ଅନୁସାରେ ଏକ ଚୀନର ଲ୍ୟାବରୁ ପ୍ରସ୍ତୁତ ହୋଇ ଲିକ ହୋଇଛି ଵୋଲି ସେ କହିଛନ୍ତି।

ପ୍ରତ୍ୟେକ ଦିନ ଏହା ଉପରୁ ନୂଆ ନୂଆ ପରଦା ଉଠୁଛି। ପ୍ରଥମେ ସମସ୍ତଙ୍କୁ ଲାଗିଥିଲା ଏହା କୌଣସି ଜୀବଙ୍କ ଠୁ ମଣିଷ ଶରୀରକୁ ଆସିଛି କିନ୍ତୁ ଏହା ବିଷୟରେ ଅନେକ ସଂକେତ ମିଳିବା ପରେ ଏବେ ପୁରା ବିଶ୍ୱର ଟାର୍ଗେଟ ଚୀନ।କାରଣ ଚୀନର ଅନେକ ଲୋକଙ୍କ ଠୁ ମିଳିଥିବା ତଥ୍ୟ ଅନୁସାରେ ଏହା ବୁହାନର ଲ୍ୟାବରେ ହିଁ ପ୍ରସ୍ତୁତ ହୋଇଛି। କାରଣ ମିଳିଥିବା ତଥ୍ୟ ଅନୁସାରେ ୨୦୧୨ରେ ଚୀନ ଏହିପରି ଏକ ଭାଇରସର ପରୀକ୍ଷଣ କରୁଥିଲା ଯାହା ପରେ ଏଥିରେ ୬ ଜଣ ଆକ୍ରାନ୍ତ ହୋଇଥିଲେ। ସେମାନଙ୍କର ମୃତ୍ୟୁ ମଧ୍ୟ ହୋଇଥିଲା। ଏହାର ତଥ୍ୟ ଆଣିଥିଲେ ବୁହାନ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜିର ନିର୍ଦ୍ଦେଶକ ଡକ୍ଟର ଶି ଜେଙ୍ଗଲି ସେ ୨୦୧୩ରେ ଏହାର ସନ୍ଧାନ ପାଇଥିଲେ।

Google

ଚୀନ ମିଛରେ କହିଛିକି ସେହି ଶ୍ରମିକଙ୍କ ମୃତ୍ୟୁ ଗୁମ୍ପାରେ ଥୁବା ଫଙ୍ଗସଙ୍କ କାରଣରୁ ହୋଇଛି କିନ୍ତୁ ମିଳିଥିବା ଖବର ଅନୁସାରେ ସେଠାରେ କୌଣସି ଏକ ଅଜ୍ଞାତ ଭାଇରସ ଯୋଗୁ ଏପରି ହୋଇଥିଲା। ଏବେ ଅନେକ ବିଶେଷଜ୍ଞ ଏହା ଉପରେ ଅଧିକ ତଦନ୍ତ ହେଉ ହୋଲି ଦାବି କରିଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *