ଗୋଟିଏ ପଟେ ଭାରତ ଓ ଚୀନ ମଧ୍ୟରେ ତିକ୍ତତା ବୃଦ୍ଧି ପାଇବାରେ ଲାଗିଛି । ସେପଟେ କିନ୍ତୁ ଚୀନ ଓ ନେପାଳର ସମ୍ପର୍କ ଅଧିକ ଦୃଢ ହେବାରେ ଲାଗିଛି । ସାରା ବିଶ୍ୱ ହଙ୍ଗକଙ୍ଗ ପ୍ରସଙ୍ଗରେ ଚୀନକୁ ବିରୋଧ କରୁଥିବା ବେଳେ ନେପାଳ କିନ୍ତୁ ଡ୍ରାଗନକୁ ଖୋଲାଖୋଲି ଭାବେ ସମର୍ଥନ କରିଛି । ଏହା ଚୀନର ଓ୍ୱାନ୍ ଚାଇନା ପଲିସି ବୋଲି ନେପାଳ କହିଛି । ଉଭୟ ଦେଶ ମିଳିତ ଭାବେ ଆର୍ଥିକ ଗତିବିଧି ବୃଦ୍ଧି କରିବା ପାଇଁ ଏକ ବଡ ପଦକ୍ଷେପ ଗ୍ରହଣ କରିଛନ୍ତି ।
ଏବେ ଚୀନ ତିବ୍ବତ ରାସ୍ତାରେ ନେପାଳକୁ ବିଭିନ୍ନ ସାମଗ୍ରୀ ପହଁଚାଇବା ଆରମ୍ଭ କରିଦେଇଛି । ତେବେ ଏହାକୁ ନେଇ ଗଣମାଧ୍ୟମରେ ଏତେ ଚର୍ଚ୍ଚା ହୋଇନାହିଁ । ଗତ ସପ୍ତାହରେ ମଧ୍ୟ ସିୟାନ ଅଞ୍ଚଳରୁ ମେଡିକାଲ ଓ ଘର ନିର୍ମାଣ ସାମଗ୍ରୀ ତିବ୍ଦତର ସିଗାସ୍ତୋରେ ପହଁଚିଥିଲା । ନେପାଳ ପାଇଁ ୩୯୦ ଟନ ଓ ୧୩ ଲକ୍ଷ ଡଲାରର ସାମଗ୍ରୀ ନେଇ ଏକ କାର୍ଗୋ ତିବ୍ବତରେ ପହଁଚିଥିଲା ।

ଭାରତୀୟ ସୀମାରେ ୨୦୧୫ ରେ ହୋଇଥିବା ଅଘୋଷିତ କଟକଣା ପରେ ନେପାଳ ଭାରତ ଉୁପରେ ନିର୍ଭରତା କମ କରିଥିଲା । ଚୀନ ଏହାର ଫାଇଦା ଉଠାଇଥିଲା । ୨୦୧୬ ରେ ନେପାଳ ଓ ଚୀନ ଟ୍ରାନଜିଟ୍ ଟ୍ରାନ୍ସପୋର୍ଟ ଚୁକ୍ତିରେ ସ୍ୱାକ୍ଷର କରିଥିଲେ । ଏଥିରେ ନେପାଳକୁ ଚୀନର ପୂର୍ବ ସମୁଦ୍ରରେ ଥିବା ବିଭିନ୍ନ ବନ୍ଦର ଓ ହାଲସା, ଲାଞ୍ଝା ଯାଏଁ ସଡକ ପଥ ଦେଇ ପ୍ରବେଶ ଅନୁମତି ମିଳିଥିଲା । ଅନ୍ତରାଷ୍ଟ୍ରୀୟ ଜାହାଜ ସବୁ ଭାରତୀୟ ସୀମା ଦେଇ କାଠମାଣ୍ଡୁ ପହଁଚିବାକୁ ୩୫ ଦିନରୁ ଅଧିକ ସମୟ ଲାଗିଥାଏ । ଏବେ ଚୀନ ସହ ନୂଆ କରିଡର ତିଆରି ହେବା ପରେ ନେପାଳକୁ ଅତି କମ ସମୟରେ ସାମଗ୍ରୀ ପହଁଚିପାରିବ । ଚୀନ ନେପାଳ ପାଇଁ ଭାରତର ବିକଳ୍ପ ହେବାକୁ ଚାହୁଁଛି । ଚୀନ ନେପାଳରେ ଏକ ରେଳ ଲାଇନ୍ ମଧ୍ୟ ବିଛାଇବା ପାଇଁ ଯୋଜନା କରୁଛି ।
ଲୋଭ ଦେଖାଇ ଭାରତ ବିରୋଧରେ ଉସକାଉଛି
ତେବେ ରେଳ ଲାଇନ୍ ବିଛାଇବା ଏତେଟା ସହଜ ହେବ ନାହିଁ । କାରଣ ତିବ୍ବତ ଦେଇ ନେପାଳରେ ପହଁଚିବାକୁ ୧୦ ଦିନରୁ ଅଧିକ ସମୟ ଲାଗିବ । ୨୦୧୫ ଭୂମିକମ୍ପ ପରେ ନେପାଳର ବିଭିନ୍ନ ରାସ୍ତାର ଅବସ୍ଥା ଶୋଚନୀୟ ରହିଛି । କିନ୍ତୁ ନେପାଳ ଚୀନରୁ ଯେଉଁ ସାମଗ୍ରୀ ଅବଦାନ କରିବ ତାହା ଭାରତ ତୁଳନାରେ ମହଙ୍ଗା ହେବ । କାରଣ କୋଲକାତାରୁ ନେପାଳରୁ ସାମଗ୍ରୀ ପରିବହନ ଅପେକ୍ଷାକୃତ ଶସ୍ତା ହେବ ।
ନେପାଳର ଚାମ୍ବର ଅଫ୍ କମର୍ସର ଅନେକ ସଦସ୍ୟ ମଧ୍ୟ ଚୀନରୁ ସାମଗ୍ରୀ ଆମଦାନୀ କରିବାକୁ ନେଇ ଚୀନକୁ ଚେତାଇଛନ୍ତି । କାରଣ ଚୀନ ବିନା ସ୍ୱାର୍ଥରେ କିଛି ବ୍ୟବସାୟ କରେ ନାହିଁ । ନେପାଳକୁ ଚୀନ ପଠାଉଥିବା କଣ୍ଟେନର ଦାମ ୪ ଲକ୍ଷରୁ ଅଧିକ । ଯାହା ଭାରତ ଅପେକ୍ଷା ଅଧିକ ଦାମ୍ । ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପଢିବା ପାଇଁ ତଳେ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ, ଏହି ପୋଷ୍ଟକୁ ଅଧିକ ଅଧିକ ସେୟାର କରନ୍ତୁ ।