ଭାରତ-ଚୀନ୍ ସୀମା ବିବାଦ : ଆଲୋଚନା ମଧ୍ୟରେ ଚୀନ୍ ସେନାର ଯୁଦ୍ଧାଭ୍ୟାସ, ଭିଡିଓ ଜାରି କଲା ଚାଇନିଜ୍ ସେଣ୍ଟ୍ରାଲ୍ ଟିଭି ।

ଭାରତ-ଚୀନ୍ ସୀମା ବିବାଦ : ଆଲୋଚନା ମଧ୍ୟରେ ଚୀନ୍ ସେନାର ଯୁଦ୍ଧାଭ୍ୟାସ, ଭିଡିଓ ଜାରି କଲା ଚାଇନିଜ୍ ସେଣ୍ଟ୍ରାଲ୍ ଟିଭି ।

ଭାରତ-ଚୀନ ସୀମା ବିବାଦ ସୁଧାରିବା ପାଇଁ ଉଭୟ ଦେଶ ଆଲୋଚନା କରିଥିଲେ ସୁଦ୍ଧା ଚୀନ ସେନା ଲଗାତାର ଯୁଦ୍ଧ ପ୍ରସ୍ତୁତି କଲାଭଳି ଜଣାପଡୁଛି । ତିବ୍ବତ ସୀମାରେ ରାତିରେ ଯୁଦ୍ଧାଭ୍ୟାସ କରିବା ପରେ ବର୍ତ୍ତମାନ ଚୀନ ଉତ୍ତର-ପଶ୍ଚିମ ଅଞ୍ଚଳରେ ମଧ୍ୟ ଯୁଦ୍ଧାଭ୍ୟାସ କରିଛି । ଚୀନର ସରକାରୀ ମିଡ଼ିଆ ଲଗାତାର ଚୀନ ସେନାର ଯୁଦ୍ଧାଭ୍ୟାସର ଭିଡିଓ ସେୟାର କରୁଛି ଯେପରିକି ଭାରତ ଉପରେ ଚାପ ପଡୁ ।

ଚୀନର ସରକାରୀ ମିଡ଼ିଆ ଗ୍ଲୋବାଲ ଟାଇମ୍ସ ଏକ ଭିଡିଓ ସେୟାର କରିଛି ଯେଉଁଥିରେ ହଜାର ହଜାର ସେନା ପାହାଡ ଉପରେ ଓ ଦୁର୍ଗମ ଅଞ୍ଚଳରେ ଯୁଦ୍ଧାଭ୍ୟାସ କରୁଥିବା ନଜର ଆସିଛି । ଚାଇନା ସେଣ୍ଟ୍ରାଲ ଟେଲିଭିଜନ ମଧ୍ୟ କହିଛି ଯେ, ପିଏଲଏ ଏୟାରଫୋର୍ସର ଏୟାରବର୍ନ ବ୍ରିଗେଡ ହୁବେଇ ଅଞ୍ଚଳରୁ ହଜାର ହଜାର କିମି ଦୂର ଉତ୍ତର-ପଶ୍ଚିମ ଚୀନ ସୀମାରେ ଏକ ଅଜ୍ଞାତ ସ୍ଥାନରେ ଯୁଦ୍ଧାଭ୍ୟାସ କରୁଥିଲେ । ଏହା ପୂର୍ବରୁ ପିପୁଲସ ଲିବେରିସନ ଆର୍ମି ତିବ୍ବତ କମାଣ୍ଡ ଉଚ୍ଚ ଅଞ୍ଚଳରେ ରାତ୍ରି ସମୟରେ ଯୁଦ୍ଧାଭ୍ୟାସ କରୁଥିଲେ । ଏହି ଯୁଦ୍ଧ ଅଭ୍ୟାସର ଲକ୍ଷ୍ୟ ଦୁର୍ଗମ ଅଞ୍ଚଳରେ ଯୁଦ୍ଧ ପ୍ରଶିକ୍ଷଣ ଓ ରାତିରେ ହମଲା କରିବା ଉପରେ କେନ୍ଦ୍ରିତ ଥିଲା । ଏହି ଯୁଦ୍ଧାଭ୍ୟାସ ସମୁଦ୍ରତଟରୁ ୪୭୦୦ ମିଟର ଉଚ୍ଚ ତିବ୍ବତ ସୀମା ନିକଟରେ କରାଯାଉଥିଲା ।

Army Sends Reinforcements from Kashmir to Ladakh as China Tries to ...
Google

ଭାରତ-ଚୀନ୍ ସୀମା ବିବାଦ

ଚୀନ ସେନା ଭାରତ ନିକଟବର୍ତ୍ତୀ ତିବ୍ବତ ସୀମା ନିକଟରେରେ ଯୁଦ୍ଧାଭ୍ୟାସ କରୁଛି । ଚୀନ ତିବ୍ବତ ମିଲିଟାରୀ କମାଣ୍ଡ କେବଳ ପାହାଡ ଉପରେ ଲଢ଼ିବା ପାଇଁ ଉପଜିଗ ହେଉଥିବା ଅସ୍ତ୍ର ପଠାଇନି ବରଂ ରାତିରେ ଜଙ୍ଗଲରେ କିଭଳି ଯୁଦ୍ଧ କରାଯିବ ତାହା ମଧ୍ୟ ଅଭ୍ୟାସ କରାଯାଉଛି । ରିପୋର୍ଟ ଅନୁଯାୟୀ, ରାତି ପ୍ରାୟ ଗୋଟେ ବେଳେ ପୁରା ବାଟାଲିୟନ ତିବ୍ବତର ତଙ୍ଗୁଲୀୟ ମାଉଣ୍ଟେନ ଆଡକୁ ଟାର୍ଗେଟ କରି ଯୁଦ୍ଧାଭ୍ୟାସ କରୁଛି । ଏହି ସମୟରେ ସମସ୍ତ ଗାଡି ନିଜର ଲାଇଟ ବନ୍ଦ ରଖିଥିଲେ ଏବଂ ନାଇଟ ଭିଜନ ଡିଭାଇସ ଜରିଆରେ ଯୁଦ୍ଧ ଅଭ୍ୟାସ କରୁଥିଲେ । ଅନ୍ଧାରରେ ଯୁଦ୍ଧ କରିବାର ସବୁଠାରୁ ବଡ ଫାଇଦା ହେଲା ଦ୍ରୋଣ ହଲଵାରୁ ରକ୍ଷା ପାଇହୁଏ ।

ରବିବାର ଦିନ ବିଦେଶ ମନ୍ତ୍ରାଳୟ ଏ ସମ୍ପର୍କରେ ସୂଚନା ଦେଇ କହିଥିଲେ ଯେ ଶାନ୍ତିର ସହ ବିବାଦ ସମାଧାନ କରିବାକୁ ପ୍ରସ୍ତୁତ ଅଛି ଓ ପୂର୍ବ ଲଦାଖରେ ସେନା ମଧ୍ୟରେ ସମସ୍ୟା ସମାଧାନ କରିବାକୁ ଭାରତ ଓ ଚୀନ ମଧ୍ୟରେ ଶନିବାର ଦିନ ଲେଗତେନେଣ୍ଟ ଜେନେରାଲ ଲେବଲର ସଂୟ କମାଣ୍ଡରଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ବୈଠକ ପରେ ଭାରତୀୟ ବିଦେଶ ମନ୍ତ୍ରାଳୟ କହିଥିଲା ଯେ ଉଭୟ ପକ୍ଷ କୂଟନୀତିଜ୍ଞ ସମ୍ପର୍କର ୭୦ତମ ବାର୍ଷିକୀକୁ ମଧ୍ୟ ମନେପକାଇଥିଲା ।

ସେପଟେ ଭାରତୀୟ ରକ୍ଷା ବିଶ୍ଳେଷକ ନିତିନ ଗୋଖଲେ ଟ୍ୱିଟ କରି କହିଥିଲେ ଯେ, ‘ଚୀନ ଏକ ଧାରଣା ସୃଷ୍ଟି କରିବାକୁ ଚେଷ୍ଟା କରୁଛି ଯେ ତାଙ୍କ ସେନା ଉଚ୍ଚ ପାହାଡିଆ ଅଞ୍ଚଳରେ ଯୁଦ୍ଧ ପାଇଁ ପ୍ରସ୍ତୁତ ଅଛି । ଏହି ସମୟରେ ଆମକୁ ମଧ୍ୟ ତାଙ୍କ ସହ ଖେଳିବା ଉଚିତ । ‘ ଭାରତର ଚୀନ ବିଶେଷଜ୍ଞ ବ୍ରହ୍ମ ଚେଲାନି ଚେତାବନୀ ଦେଇ କହିଛନ୍ତି ଯେ, ଭାରତ ଚୀନ ପ୍ରତି ବନ୍ଧୁତାର ହାତ ବଢ଼ିଥିଲା । କିନ୍ତୁ ଚୀନର କମ୍ୟୁନିଷ୍ଟ ଶାସକ ଲାଦଖରେ ଆକ୍ରମଣତା ଦେଖାଇଛନ୍ତି । ଏହି ଘଟଣା ମାଓର ୧୯୬୨ ସୈନ୍ୟ ଆକ୍ରମଣକୁ ମନେପକାଇଛି । ଭାରତକୁ ସତର୍କ ରହିବା ଉଚିତ | ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପଢିବା ପାଇଁ ତଳେ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ, ଏହି ପୋଷ୍ଟକୁ ଅଧିକ ଅଧିକ ସେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *