ଶକ୍ତିଶାଳୀ ରାଫେଲ୍ ର ଶକ୍ତିକୁ ନେଇ ଚୀନ ଦେଲା ଏମିତି ବୟାନ । ଚୀନକୁ ମିଳିଲା କଡା ଜବାବ ।

ଶକ୍ତିଶାଳୀ ରାଫେଲ୍ ର ଶକ୍ତିକୁ ନେଇ ଚୀନ ଦେଲା ଏମିତି ବୟାନ । ଚୀନକୁ ମିଳିଲା କଡା ଜବାବ, China saying Rafales can't fight against china's J-20 jet, China-India, Indian Air Force, China, Rafales, Nitidina, Odisha, News, Real Story, Health Tips, Life style, Daily Living, Tips, Job Updates, Yoga, Meditation, Stay Healthy, Save Tree, Save Life, Extended Lockdown, Unlock 3.0

ଭାରତ ଏବଂ ଚୀନ୍ ମଧ୍ୟରେ ସୀମା ସଂଘର୍ଷ ପରେ ଭାରତୀୟ ବାୟୁସେନାକୁ ଶକ୍ତିଶାଳୀ ଶକ୍ତି ମିଳିଛି । ଭାରତୀୟ ବାୟୁସେନାରେ ଶକ୍ତିଶାଳୀ ରାଫେଲ୍ ଭଳି ଫାଇଟର ଜେଟ୍ ସାମିଲ ହେବାପରେ ଏହାକୁ ନେଇ ଚୀନ ମିଡିଆରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଭାରତକୁ ରାଫେଲ୍ ମିଳିବା ଦେଖି ପାକିସ୍ତାନ ମଧ୍ୟ ବିଶ୍ୱ ସ୍ଥରକୁ ଗୁହାରି କରୁଛି । ଚୀନ ମିଡ଼ିଆ ଭାରତୀୟ ରାଫେଲକୁ ଚୀନ ଫାଇଟର ଜେଟ୍ ସହିତ ତୁଳନା କରିଛନ୍ତି । ଫ୍ରାନ୍ସରେ ନିର୍ମାଣ କରାଯାଇଥିଲା ଏହି ଫାଇଟର ଜେଟ୍ ଚୀନର ଫାଇଟର ଜେଟ୍ ଠାରୁ ବହୁତ ଶକ୍ତିଶାଳୀ ।

ଚୀନର ଏକ ଗ୍ଲୋବାଲ ଟାଇମ ଗଣମାଧ୍ୟମରେ କୁହାଯାଇଛି ଯେ , ଭାରତୀୟ ବାୟୁସେନା ବର୍ତ୍ତମାନ ୫ ଟି ଫାଇଟର ଜେଟ୍ ରାଫେଲ୍ ଫ୍ରାନ୍ସରୁ ମଗାଇଛନ୍ତି ଏବଂ ଭାରତୀୟ ବାୟୁସେନାର ପୂର୍ବତନ ଚିଫ ଏହି ଜେଟକୁ ଚୀନ ଜେଟ୍ ଠାରୁ ଶକ୍ତିଶାଳୀ ବୋଲି କହିଛନ୍ତି । ଏହାର ଉତ୍ତରରେ ଚୀନର ମୁଖ୍ୟ ଖବର କହିଛି ଯେ , ରାଫେଲ୍ ବିମାନ ତୃତୀୟ ପିଢ଼ିର ହୋଇଥିବା ବେଳେ ଚୀନର ଫାଇଟର ବିମାନ ଚତୁର୍ଥ ପିଢ଼ିର ଅଟେ ।

ଚୀନ ବିଶେଷଜ୍ଞ ଗଣମାଧ୍ୟମକୁ କହିଛନ୍ତି ଯେ , ଭାରତୀୟ ପାଖରେ ଯେଉଁ ସୁଖୋଇ-୩୦ ରହିଛି ତାହା ବହୁତ ଉନ୍ନତ ମାନର । କିନ୍ତୁ ଏହି ରାଫେଲ୍ ତୃତୀୟ ପିଢ଼ିର ହୋଇଥିବାରୁ ଏହା ଚୀନର ଚତୁର୍ଥ ପିଢ଼ିର J-20 କୁ ସାମ୍ନା କରିପାରିବନାହିଁ ।

J-20 vs Rafales
Google

ଚୀନ ଏହାମଧ୍ୟ କହିଛି ଯେ, ସମସ୍ତେ ଜାଣନ୍ତି ଫାଇଟର ବିମାନ ମଧ୍ୟରେ ଥିବା ପିଢ଼ିର ଅନ୍ତର ଏହା କେତେ ଗୁରୁତ୍ୱପୂର୍ଣ୍ଣ । ଆପଣ ଏହାର ସଂଖ୍ୟା ବଢାଇବା ଦ୍ୱାରା ମଧ୍ୟ କୌଣସି ସମସ୍ୟା ହେବନାହିଁ ଓ ଚୀନର J-20 ଏହାଉପରେ ଭାରି ପଡିବ ।

ଭାରତର ପୁର୍ବ ପ୍ରମୁଖ ବାୟୁସେନା ଅଧିକାରୀ ବିଏସ ଧନୱା ,ରାଫେଲ ସମ୍ପର୍କରେ କହିଥିଲେ ଯେ , ଚୀନର J-20 କୌଣସି ପରିସ୍ଥିତିରେ ଏହାର ସାମ୍ନା କରି ପାରିବନାହିଁ । ଏହାଶୁଣି ଚୀନକୁ ଶକ୍ତ ଝଟକା ଲାଗିଥିଲା ।

ଭାରତୀୟ ପୂର୍ବ ଏୟାର ମୁଖ୍ୟ ବିଏସ ଧନୱା କହିଛନ୍ତି ଯେ , ମତେ ଲାଗୁନାହିଁ ଯେ ଚୀନର J-20 ଫାଇଟର ଭାରତର ଏହି ରାଫେଲକୁ ସାମ୍ନା କରିପାରିବ କାରଣ ଚୀନର ଏହି ଫାଇଟର ଜେଟ ଯେତେବେଳେ ଆକ୍ରମଣ ପାଇଁ ଆସିଥାଏ ସେହି ସମୟରେ ଏହା ସମ୍ପୂର୍ଣ୍ଣ ରୂପରେ ରାଡରରେ ଚିହ୍ନଟ ହୋଇଯାଇଥାଏ ।

ଭାରତୀୟ ବାୟୁସେନାର ଜଣେ ପୂର୍ବତନ କମାଣ୍ଡର ଭାରତୀୟ ଗଣମାଧ୍ୟମକୁ କହିଛନ୍ତି ଯେ ଚାଇନାର ଚେଙ୍ଗଡୁ ଯୁଦ୍ଧବିମାନ ଜେ-20 ଠାରୁ ରାଫାଲ ବହୁତ ଉନ୍ନତ ଅଟେ । “ଯଦିଓ ଏହା ଏକ ପଞ୍ଚମ ପିଢ଼ିର ଜେଟ୍ ଭାବରେ ବଜାରିତ ହୋଇଛି, ଏହା [J-20] ବୋଧହୁଏ ସର୍ବୋତ୍ତମ 3.5 ପିଢ଼ିର ବିମାନ ଅଟେ । ଆମ ପାଖରେ ସୁଖୋଇ [ଭାରତର ରୁଷିଆ ଦ୍ୱାରା ନିର୍ମିତ Su-30MKI] ଭଳି ଏହା ଏକ ତୃତୀୟ ପିଢ଼ିର ଇଞ୍ଜିନ୍ ପାଇଛି । ”

India to receive Rafale fighter jets on time: France - Asia Times
Google

ବିଏସ ଧନୱା ଏହାମଧ୍ୟ କହିଛନ୍ତି ଯେ, ଯଦି ଚୀନ କହୁଛି ତା’ର ଏହି ଫାଇଟର ଜେଟ ପଞ୍ଚାମ ପିଢ଼ିର ତାହେଲେ କଣପାଇଁ ସେ ଏହାକୁ ସୁପରକ୍ରୁଜ କରୁନାହିଁ ।

ଧନୱା ଏହା ପ୍ରଶ୍ନ ଉଠାଇ କହିଛନ୍ତି ଯେ , ଯଦି ଉପକରଣ ଏତେ ପ୍ରଭାବୀ ତାହେଲେ କଣପାଇଁ ଚୀନ ଦ୍ୱାରା ଦିଆଯାଇଥିବା ବିମାନକୁ ପାକିସ୍ତାନ ସଠିକ ଭାବରେ ବ୍ୟବହାର କରିପାରୁନାହିଁ । ସେହିପରି ପାକିସ୍ତାନ ଉତ୍ତରରେ କଣପାଇଁ ସ୍ୱିଡିଶ ଏୟାର ବର୍ନିଂର ବ୍ୟବହାର କରୁଛି ,ଯେତେବେଳେ ପାଖରେ ତାର ମିତ୍ର ଚୀନକୁ ଦକ୍ଷିଣରେ ରଖିଛି ।

ବନ୍ଧୁଗଣ ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପାଇବା ପାଇଁ ଆମର ଏହି ପୋର୍ଟାଲ କୁ ଫୋଲୋ କରନ୍ତୁ । ଯଦି ଏହି ଖବର ଟି ଆପଣଙ୍କ ମନକୁ ପସନ୍ଦ ଆସିଲା ତେବେ ଏହାକୁ ଲାଇକ କରନ୍ତୁ ଓ ସାଙ୍ଗ ମାନଙ୍କୁ ଶେୟର କରନ୍ତୁ ।

About admin

Blog sharing Information & Tips about Travelling Tips, Health Tips, Daily Living Life, Life Style, Trends and more to help people to Enjoy the beautiful Life.

View all posts by admin →

Leave a Reply

Your email address will not be published. Required fields are marked *