ଚୀନର ଅବସ୍ଥା ଭ-ୟାନକ,ଜିନପିଙ୍ଗଙ୍କ ସରକାରକୁ କୋଭିଡ ପରିସ୍ଥିତିରେ ଅଲମ୍ପିକ ପାଇଁ ହେଉଛି ଚିନ୍ତା! ୧୩ ନିୟୁତ ଲୋକଙ୍କୁ ଘରେ ରହିବା ପାଇଁ ଦିଆଗଲା ପରାମର୍ଶ

ଆପଣ ପ୍ରାୟ ଜାଣିଥିବେ ଦୁଇ ବର୍ଷ ତଳେ ଏହି ଡିସେମ୍ବର ମାସରେ ଚୀନରେ ହିଁ ପ୍ରଥମେ ଦେଖାଯାଇଥିଲା କରୋନା ଭାଇରସ ଏହା ପରେ ଏହା ସମ୍ପୂର୍ଣ ବିଶ୍ୱରେ ବ୍ୟାପିଯାଇଥିଲା।ଚୀନ କରୋନାକୁ ନେଇ ଭୟବିତ ହୋଇଛି। ଏଣୁ ଚୀନ ସରକାର ପୁଣି କଟକଣା ଲାଗୁକରିଛନ୍ତି ଓ ଏହା ପୂର୍ଵ କଟକଣାଠୁ ଅଧିକ ଶକ୍ତ କରାଯାଇଛି। ଏହି କଟକଣା ଅନୁସାରେ ଗୋଟେ ପରିବାରର ମାତ୍ର ଜଣେ ବ୍ୟକ୍ତି ଅତ୍ୟନ୍ତ ଆବଶ୍ୟକତା ଥିଲେ ହିଁ ବାହାରକୁ ଯିବେ। ଏଭଳି କଡା କଟକଣା ଅନ୍ୟ କେଉଁ ଦେଶରେ ଲାଗୁ ଏବେ ପର୍ଯ୍ୟନ୍ତ ହୋଇନାହିଁ।

ଏବେ ଚୀନର ନିୟୁତ ନିୟୁତ ଲୋକ କଡା କଟକଣା ଯୋଗୁ ଘରେ ରହୁଛନ୍ତି। କହିରଖିବୁ ଏପରି କରିବାର ଅର୍ଥ କାରଣ ଚୀନ ଆଗାମୀ ଫେବୃୟାରୀରେ ଶୀତ ଅଲମ୍ପିକ ଆୟୋଜନ କରିବାକୁ ଯାଉଛି। ଏହା ଉପରେ ଯେପରି କୋଭିଡର ପ୍ରଭାବ ନପଡୁ ତେଣୁ ଚୀନ ସରକାର ଏଭଳି ପଦକ୍ଷେପ ନେଇଛନ୍ତି। ଏଭଳି କଡା କଟକଣା ଯୋଗୁ କୋଟି କୋଟି ଲୋକ ଜୀବିକା ହରାଇ ଭୋକରେ ରହୁଛନ୍ତି।

ଆପଣଙ୍କୁ କହିରଖିବୁ ବୁଧବାର ଦିନ ଚୀନର ଜିଆନ ନାମକ ସିଟିରେ କରୋନାର ୫୨ ଟି ସଂକ୍ରମଣ ସାମ୍ନାକୁ ଆସିଥିଲା। ଏହାକୁ ଦୃଷ୍ଟିରେ ରଖି ଏଭଳି କଡା ପଦକ୍ଷେପ ନିଆଯାଇଛି। ଏହା ସହ ଏବେ ଚୀନରେ ଓମିକ୍ରନ ମାମଲା ମଧ୍ୟ ଦେଖାଗଲାଣି ତେଣୁ କଟକଣାରେ କୌଣସି କୋହଳ କରାଜୀବନି ବୋଲି କହିଛନ୍ତି ଏନଏନସି ଅଧିକାରୀ ଲି ଝେଙ୍ଗଲଙ୍ଗ ।

ବୁଧବାର ଦିନ ଏହି ନୂଆ କୋଭିଡ କଟକଣା ଲାଗୁ କରାଯାଇ କୁହାଯାଇଛି କି କୌଣସି ଆବଶ୍ୟକତା ଥିବା ଜିନିଷ କିଣିବାକୁ ପରିବାରର ମାତ୍ର ଜଣେ ଲୋକ ହିଁ ପ୍ରମାଣ ଦେଖାଇ ଯାଇପାରିବ।ଚୀନରେ ଓମିକ୍ରନର ମାମଲା ଅଧିକ ନାହିଁ ବରଂ ଚୀନରେ ଡେଲଟା ଭ୍ୟାରିଏଣ୍ଟର ମାମଲା ଦେଖାଯାଉଛି। କହିରଖିବୁକି ଝେଜିଆଙ୍ଗ ଦେଶର ଏକ ବେପାର ପାଇଁ ସର୍ବଶ୍ରେଷ୍ଠ ସ୍ଥାନ ଅଟେ ଓ ଅଳ୍ପ କିଛି ଦିନ ତଳେ ସେଠାରେ କିଛି ସଂକ୍ରମଣ ଦେଖାଯାଇଥିବାରୁ ଚୀନ ସରକାର ସେଠାରେ କ୍ୱାରେଣ୍ଟାଇନ ଘୋଷଣା କରିଥିଲେ ଯାହା ଦ୍ୱାରା ଦେଶରେ ବେପାର ବହୁତ ବାଧାପ୍ରାପ୍ତ ହୋଇଛି। ଚୀନର କରୋନାର ଆରମ୍ଭ ହୋଇ ଚୀନରେ କରୋନା ମହାମାରୀରେ ମାତ୍ର ୪୬୩୬ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ଦିଆଯାଇଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *