ଚୀନ୍ ଖେଳୁଛି ସାଂଘାତିକ ଚାଲ।

ଚୀନ୍ ଖେଳୁଛି ସାଂଘାତିକ ଚାଲ। ଗୋଟିଏ ପଟେ ଆଲୋଚନା କରୁଛି, ଅନ୍ୟପଟେ ସୀମାରେ ଲଢୁଆ ହେଲିକପ୍ଟରର ଗତିବିଧି ବଢାଉଛି ।, Nitidina, Odisha, News, Real Story, Health Tips, Life style, Daily Living, Tips, Job Updates, Yoga, Meditation, Stay Healthy, Save Tree, Save Life, Extended Lockdown

ଚୀନ୍ ଖେଳୁଛି ସାଂଘାତିକ ଚାଲ। ଗୋଟିଏ ପଟେ ଆଲୋଚନା କରୁଛି, ଅନ୍ୟପଟେ ସୀମାରେ ଲଢୁଆ ହେଲିକପ୍ଟରର ଗତିବିଧି ବଢାଉଛି । ସୀମାରେ ଭାରତ-ଚୀନ୍ ସେନା ମୁହାଁମୁହିଁ ସ୍ଥିତି ଥିବା ବେଳେ ଆଲୋଚନା ମାଧ୍ୟମରେ ଏହାର ସମାଧାନ କରିବାକୁ ଚେଷ୍ଟା ଚାଲିଛି । ଆଲୋଚନା ପୂର୍ବରୁ ଚୀନ୍ ସେନା ୨ କିଲୋମିଟର ପଛକୁ ହଟିଥିଲେ ମଧ୍ୟ ଏବେ ପୁଣିଥରେ ନିଜର ଅସଲି ରୂପ ଦେଖାଇଛି । ପୂର୍ବ ଲଦାଖ ସୀମାର ନିକଟବର୍ତ୍ତୀ ଅଞ୍ଚଳରେ ଚୀନ୍ ପୁଣିଥରେ ହେଲିକପ୍ଟର ଗତିବିଧିକୁ ବଢାଇ ଦେଇଛି । ଲଦାଖରେ ଡେରା ପକାଇଥିବା ଡ୍ରାଗନବାହିନୀର ସହାୟତା ପାଇଁ ଚୀନ୍ ଏହି ହେଲିକପ୍ଟରକୁ ନିୟୋଜିତ କରିଛି । ଯାହା ସ୍ପଷ୍ଟ ଦର୍ଶାଉଛି, ସୀମାରେ ଚୀନ୍ ଶକ୍ତି ଜୁଟାଇବାରେ ଲାଗିଛି ।

ଚୀନ୍ ନିଜର ସେନାର ଯବାନଙ୍କୁ ହେଲିକପ୍ଟରରେ ନେବା ଆଣିବା କରିବା ସହ ସାମଗ୍ରୀ ପରିବହନ, ପେଟ୍ରୋଲିଙ୍ଗ ପାଇଁ ବ୍ୟବହାର କରୁଛି । କେବଳ ଏତିକି ନୁହେଁ ଡ୍ରାଗନବାହିନୀ ନିଜର ଲଢୁଆ ଏୟାରକ୍ରାଫ୍ଟକୁ ମଧ୍ୟ ଭାରତୀୟ ସୀମା ନିକଟରେ ଉଡାଇବା ଆରମ୍ଭ କରିଛି ।

 

ଚୀନ୍ ଖେଳୁଛି ସାଂଘାତିକ ଚାଲ। ଗୋଟିଏ ପଟେ ଆଲୋଚନା କରୁଛି, ଅନ୍ୟପଟେ ସୀମାରେ ଲଢୁଆ ହେଲିକପ୍ଟରର ଗତିବିଧି ବଢାଉଛି ।
Google

ଏଭଳି ସ୍ଥିତିରେ ଚୀନ୍ ଉପରେ କଡା ନଜର ରଖିଛି ଭାରତ । ଚୀନର ହୁତାନ ଓ ଗୁଲଗୁନ୍ସା ବେସରେ ଡ୍ରାଗନବାହିନୀର ପ୍ରତିଟି ଗତିବିଧି ଉପରେ ଭାରତୀୟ ସେନା ତୀକ୍ଷଣ ନଜର ରଖିଛି । ଜାତୀୟ ଗଣମାଧ୍ୟମର ସୂଚନା ମୁତାବକ, ଏହି ବେସ ଗୁଡିକରେ ୧୦ରୁ ୧୨ଟି ଲଢୁଆ ବିମାନକୁ ଚୀନ୍ ପ୍ରସ୍ତୁତ କରି ରଖିଛି । ମେ ଆରମ୍ଭରୁ ସୀମାରେ ଚୀନ୍-ଭାରତ ସେନା ମଧ୍ୟରେ ମୁହାଁମୁହିଁ ସ୍ଥିତି ଦେଖିବାକୁ ମିଳିଥିଲା । ତେବେ ଏଲଏସି ନିକଟରେ ଡ୍ରାଗନବାହିନୀର ବିମାନ ଉଡିବା ପରେ ଏହି ବିବାଦ ବଢିବାରେ ଲାଗିଥିଲା । କାରଣ ଅନ୍ତର୍ଜାତୀୟ ନିୟମ ଅନୁଯାୟୀ, ଯେଉଁଠାରେ ଚୀନର ଲଢୁଆ ବିମାନ ଉଡିଥିଲା ତାହା ଭାରତୀୟ ସୀମାର ମାତ୍ର ୧୦ କିଲୋମିଟର ଦୂରରେ ଥିଲା । ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପଢିବା ପାଇଁ ତଳେ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ, ଏହି ପୋଷ୍ଟକୁ ଅଧିକ ଅଧିକ ସେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *