ଚୀନରେ ହେବାକୁ ଥିବା ଶୀତ ଅଲମ୍ପିକକୁ ବଏକଟ କରିବ ଭାରତ! ରାଜନୀତି ଷଡ଼ଯନ୍ତ୍ର କରୁଛି ଚୀନ?

ବ୍ୟୁରୋ ରିପୋର୍ଟ: ଭାରତ ଓ ଚୀନ ମଧ୍ୟରେ ଲାଗି ରହିଥିବା ଦ୍ଵନ୍ଦ ବିଷୟରେ ପ୍ରାୟ ଆପଣ ଜାଣିଥିବେ। ଦୁଇ ଦେଶ ମଧ୍ୟରେ ଅନେକ ସମୟରୁ ସୀମା ବିବାଦ ଲାଗି ରହିଛି। ଚୀନରେ ଆଗକୁ ବେଜିଂ ଶୀତ ଅଲମ୍ପିକ ଅନୁଷ୍ଠିତ ହେବାକୁ ଯାଉଛି କିନ୍ତୁ ଭାରତ ଏଥିରେ ସାମିଲ ନ ହୋଇପାରେ। କାରଣ ଚୀନ ସେହି ସୈନିକ ମାନଙ୍କ ହାତରେ ମସାଲ ଦେଉଛି ଯେଉଁମାନେ ଗଲୱାନ ଘାଟିରେ ଭାରତୀୟ ସୈନ୍ୟଙ୍କ ସହ ଲଢ଼ି ଆଘାତ ହୋଇଥିଲେ।

Google

ଏହାକୁ ନିନ୍ଦା କରି ଭାରତ କହିଛି ଏହାକୁ ଏକ ରାଜନୀତି ରୂପରେ ଚୀନ ଅନୁଷ୍ଠିତ କରୁଛି। ଏହା ନେଇ ଭାରତର ବିଦେଶ ବେପାର ମନ୍ତ୍ରାଳୟର ପ୍ରବକ୍ତା ଅରବିନ୍ଦ ବାଗଚି କହିଛନ୍ତି ବେଜିଂ ଶୀତ ଅଲମ୍ପିକରେ ଚୀନ ଏହାକୁ ଏକ ରାଜନୀତି ଷଡଯନ୍ତ୍ର ରୂପରେ କରୁଛି। କାରଣ ଭାରତ ସହ ଯୁଦ୍ଧରେ ଆଘାତ କମାଣ୍ଡର ମସାଲ ଧରିବେ ବୋଲି ଚୀନ ଫାଇସଲା ନେଇଛି। ଏହି କାରଣରୁ ଚୀନରେ ଥିବା ଭାରତୀୟ ରାଷ୍ଟ୍ରଦୂତ ଉଦ୍ଘାଟନ ଉତ୍ସବରେ ଭାଗ ନେବେନି ବୋଲି ସେ କହିଛନ୍ତି।

ଅଷ୍ଟ୍ରେଲିଆର ଏକ ଖବରକାଗଜର ରିପୋର୍ଟ ଅନୁସାରେ ବ୍ରେଜିଂ ଶୀତ ଅପମ୍ପିକରେ ଭାରତ ସହ ଯୁଦ୍ଧ କରିଥିବା ଚୀନ ଜବାନ କ୍ୱି ଫାବାଓ ମସଲା ଧରିଥିଲେ। ଏହା ଭାରତକୁ ଭଲ ଲାଗିନାହିଁ ଓ ଭାରତ ଏହାକୁ ନିନ୍ଦା କରିବା ସହ ବରୋଧ ମଧ୍ୟ କରୁଛି। କହିରଖିବି ଦୁଇ ଦେଶ ମଧ୍ୟରେ ଗଲୱାନଘାଟିରେ ଜୁନ ୨୦୨୦ରେ ଯୁଦ୍ଧ ହୋଇଥିଲା ଯେଉଁଥିରେ କ୍ୱି ଫାବାଓ ସାମିଲ ଥିଲେ। ଭାରତୀୟ ସେନା ତାଙ୍କୁ ଧରିଥିଲା,ସେହି ସମୟରେ ଅନ୍ଧାରରେ ନଦୀ ପାର କରିବା ସମୟରେ ଚୀନର ୩୮ ଯବାନ ନଦୀରେ ଭାସି ମୃତ୍ୟୁ ବରଣ କରିଥିଲେ। ସେହି ଯୁଦ୍ଧରେ ଭାରତର ସୈନ୍ୟ ବିକ୍କୁମଲ୍ଲା ସନ୍ତୋଷ ବାବୁ ସହିଦ ହୋଇଯାଇଥିଲେ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *