ଚାଇନାର ଟିକଟକ୍ କୁ ଟକ୍କର ଦେବ ଚିଙ୍ଗାରୀ, ଆସିଲା ଟିକଟକ୍ ପରି ଆପ୍ପଲିକେସନ ଚିଙ୍ଗାରୀ, ମାତ୍ର ୭୨ ଘଣ୍ଟା ମଧ୍ୟରେ ୫ ଲକ୍ଷରୁ ଅଧିକ ଡାଉନଲୋଡ୍ । ଚାଇନାର ଟିକଟକର ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ‘ଦେଶୀ’ ଆପ୍ ‘ଚିଙ୍ଗାରୀ’ ଭାରତରେ ଭଲ ଲୋକପ୍ରିୟ ପାଇଛି । ଏହି ଆପ୍ ମାତ୍ର ୭୨ ଘଣ୍ଟା ମଧ୍ୟରେ ୫ ଲକ୍ଷରୁ ଅଧିକ ଡାଉନଲୋଡ୍ ହୋଇଗଲାଣି । ଚିଙ୍ଗାରି ମଧ୍ୟ ଟିକଟକ୍ ପରି ଏକ କ୍ଷୁଦ୍ର ଭିଡିଓ ଅଂଶୀଦାରର ପ୍ଲାଟଫର୍ମ ।
ଏହି ଆପ୍ପଲିକେସନର ଡେଭଲପରମାନେ ଏକ ବିବୃତ୍ତିରେ କହିଛନ୍ତି, ମେଡ୍ ଇନ୍ ଇଣ୍ଡିଆ ଆପର ଲୋକପ୍ରିୟତା ବୃଦ୍ଧି ପାଉଛି କାରଣ ଉପଭୋକ୍ତାମାନେ ଚାଇନାର ସୋସିଆଲ୍ ଅପ୍ପଲିକେସନକୁ ବୟକଟ କରୁଛନ୍ତି । ଗାଲଭାନି ଭ୍ୟାଲିରେ ଚୀନ୍ ଏବଂ ଭାରତୀୟ ସୈନିକଙ୍କ ମଧ୍ୟରେ ସଂଘର୍ଷ ହେବା ପରଠୁ ଭାରତରେ ଚାଇନାର ଉତ୍ପାଦକୁ ବଏକଟ୍ କରିବା ଅଭିଯାନ କ୍ରମାଗତ ଭାବେ ବୃଦ୍ଧି ପାଉଛି । ଏହି ସଂଘର୍ଷରେ ୨୦ ଜଣ ଭାରତୀୟ ସୈନିକ ନିହତ ହୋଇଥିଲେ । ଏହି ଘଟଣା ୧୬ ଜୁନ୍ ରେ ପୂର୍ବ ଲଦାଖର ଗାଲଭାନ୍ ଘାଟିରେ ଘଟିଥିଲା ।

ଚିଙ୍ଗାରୀ ଆପ୍ପଲିକେସନର ଡେଭଲୋପର ବିସ୍ଵତ୍ମା ନାୟକ ଏବଂ ସିଦ୍ଧାର୍ଥ ଗୌତମ କହିଛନ୍ତି ଯେ ଲୋକପ୍ରିୟ ଭିଡିଓ ସେୟାରିଂ ଆପ୍ ୫,୦୦,୦୦୦ ଉପଭୋକ୍ତା ମାତ୍ର କିଛି ଘଣ୍ଟା ମଧ୍ୟରେ ହୋଇଯାଇଥିଲେ ଏବଂ ଆହୁରି ଉପଭୋକ୍ତା ମାନେ ଚିଙ୍ଗାରୀ ପରିବାରରେ ଯୋଗ ଦେଉଛନ୍ତି ।
ଅନ୍ୟ ଆପ୍ପଲିକେସନକୁ ପଛରେ ପକାଇଲା ଚିଙ୍ଗାରୀ:
ଆପ୍ପଲିକେସନ ଡେଭଲପର୍ମାନେ ଦାବି କରିଛନ୍ତି ଯେ ଏହି ଆପ୍ପଲିକେସନ ଟିକଟକର କ୍ଲୋନ୍ ଆପ୍ପଲିକେସନ ମିତ୍ରନ୍ ଆପ୍ପଲିକେସନକୁ ଅତିକ୍ରମ କରିଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଗୁଗୁଲ୍ ପ୍ଲେ ଷ୍ଟୋରରେ ଚିଙ୍ଗାରୀ ଏକ ନମ୍ବରରେ ଟ୍ରେଣ୍ଡ କରୁଛି ।
ଚିଙ୍ଗାରୀ ଆପ୍ପଲିକେସନରେ କଣ ଖାସ୍ ଅଛି?
ଚିଙ୍ଗାରୀ ଆପ୍ପଲିକେସନରେ ଭିଡିଓ ଅପଲୋଡ୍ ଏବଂ ଡାଉନଲୋଡ୍ ହୋଇପାରିବ । ଏହା ବ୍ୟତୀତ ସାଙ୍ଗମାନଙ୍କ ସହିତ ଚାଟିଂ, ନୂତନ ଲୋକଙ୍କ ସହ ଯୋଗାଯୋଗ, ଭିଡିଓ, ଅଡିଓ କ୍ଲିପ୍, ଜିଏଫ୍ ଷ୍ଟିକର୍ ଏବଂ ଫଟୋ ସହିତ କ୍ରିଏଟିଭିଟି କରାଯାଇପାରିବ ।
ଟିକଟକ୍ କୁ ଟକ୍କର୍ ଦେଉଥିଲା ମିତ୍ରନ୍ ଆପ୍ପଲିକେସନ
ମିତ୍ରନ୍ ଆପ୍ପଲିକେସନ ଟିକଟକ୍ ର ଏକ ଦେଶୀ ସଂସ୍କରଣ ଭାବରେ ଲଞ୍ଚ କରାଯାଇଥିଲା । ଏକ ମାସ ମଧ୍ୟରେ ଏହି ଆପର ଡାଉନଲୋଡ୍ ସଂଖ୍ୟା ୫୦ ଲକ୍ଷ ଅତିକ୍ରମ କରିଛି । ଏହି ଆପ୍ପଲିକେସନ ବିଷୟରେ ଭାରତରେ ବହୁତ ଆଲୋଚନା ହୋଇଥିଲା । ପରେ ଏହି ଆପ୍ପଲିକେସନର ପାକିସ୍ତାନ ସହ ସଂଯୋଗ ମଧ୍ୟ ପ୍ରକାଶ ପାଇଲା । ଏହା ପରେ ଆପ୍ପଲିକେସନ ପ୍ଲେ ଷ୍ଟୋରରୁ ବାହାର କରିଦିଆଗଲା ।
ବନ୍ଧୁଗଣ ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପାଇବା ପାଇଁ ଆମର ଏହି ପୋର୍ଟାଲ କୁ ଫୋଲୋ କରନ୍ତୁ । ଯଦି ଏହି ଖବର ଟି ଆପଣଙ୍କ ମନକୁ ପସନ୍ଦ ଆସିଲା ତେବେ ଏହାକୁ ଲାଇକ କରନ୍ତୁ ଓ ସାଙ୍ଗ ମାନଙ୍କୁ ଶେୟର କରନ୍ତୁ ।