ସଚିନ ତେନ୍ଦୁଲକରଙ୍କୁ ବୁଢା କହୁଥିଲେ କ୍ଲାର୍କ, ସେହ୍ଵାଗ ରାଗିକି ଏମିତି କିଛି କଲେ ଯେ ପାଟି ହେଇଗଲା ଚୁପ । ଜାଣନ୍ତୁ ସମ୍ପୂର୍ଣ ଘଟଣା ।

ଭାରତର ମହାନ ଖେଳାଳି ସଚିନ ତେନ୍ଦୁଲକରଙ୍କୁ ଦୁନିଆର ଲୋକେ କ୍ରିକେଟର ଭଗବାନ ଭାବେ ପରିଚିତ। ଏହା ବ୍ୟତୀତ ବି ସେ ସ୍ଲେଜିଙ୍ଗରୁ ବଂଚିପାରିନାହାନ୍ତି। କେବେ ପୋଣ୍ଟିଂ, କେବେ ଅଖତର ତ କେବେ କ୍ଲାର୍କ ସମସ୍ତେ ତାଙ୍କୁ ଉସକେଇବା ପାଇଁ ଚେଷ୍ଟା କରିଛନ୍ତି। ଏମିତି କି ସଚିନଙ୍କ ଠାରୁ ଆଠ ବର୍ଷ ଛୋଟ ମାଇକେଲ କ୍ଲାର୍କ ବି ତାଙ୍କ ସହ ବହୁତ ଯୁକ୍ତି ତର୍କ କରିଥିଲେ। ଏହି ତର୍କର ଖୁଲାସା ବିରେନ୍ଦ୍ର ସେହୱାଗ କପିଲ ଶର୍ମା ଶୋରେ କରିଥିଲେ। ସଚିନଙ୍କ ଉପରେ ତର୍କର ଜବାବ ସେହ୍ଵାଗ ଭଲ ଭାବେ ଦେଇଥିଲେ।

Google

କପିଲ ଶର୍ମା କହିଲେ କି “କ୍ରିକେଟର ମାନଙ୍କର ଧ୍ୟାନ ବିଗାଡିବା ପାଇଁ ତାଙ୍କୁ ସ୍ଲେଜିଙ୍ଗ କରା ଯାଇଥାଏ। ସଚିନ ସାରଙ୍କ ବାବଦରେ କୁହା ଯାଏ କି ତାଙ୍କୁ କେହି କିଛି ବି କହୁ ନଥିଲେ। ତାଙ୍କର ସର୍ବଦା କାନ ବନ୍ଦ ରହୁଥିଲା।” ମାତ୍ର ଏହା ସତ୍ୟ କି ସଚିନଙ୍କ ଉପରେ ହେଉଥିବା ସ୍ଲେଜିଙ୍ଗର ଜବାବ ସର୍ବଦା ସେହ୍ଵାଗ ଦେଉଥିଲେ। ଏହାର ଜବାବରେ ସେହ୍ଵାଗ କହିଲେ ” ସଚିନ କିଛି ସମୟ ପାଇଁ ଫିଲଡ଼ରୁ ବାହାରେ ଥିଲେ। ବୋଧହୁଏ ତାଙ୍କ ପିଠିରେ କିଛି ସମସ୍ୟା ଥିଲା। ତାହା ପରେ ଯେତେବେଳେ ସେ ଫିଲଡ଼କୁ ପୁନର୍ବାର ବ୍ୟାଟିଂ କରିବା ପାଇଁ ଆସିଲେ ତ ତାଙ୍କ ବିପକ୍ଷରେ ମାଇକେଲ କ୍ଲାର୍କ ବହୁତ କିଛି କହିବା ଆରମ୍ଭ କରି ଦେଲେ।”

ଏହାପରେ ସେହ୍ଵାଗ କ୍ଲାର୍କଙ୍କୁ ପଚାରିଲେ ” ତୁମର ବୟସ କେତେ?” ଏହାର ଜବାବରେ କ୍ଲାର୍କ କହିଲେ ୨୩ ବର୍ଷ। ଏହା ଶୁଣିକି ସେହ୍ଵାଗ କହିଲେ ” ଜାଣିଛନା ତୁମର ବୟସ ଠାରୁ ଅଧିକ ଶତକ ସଚିନ ତାଙ୍କ ଜୀବନରେ ମାରି ସାରିଛନ୍ତି।” ଏହା ଶୁଣିବା ପରେ ବି କ୍ଲାର୍କ ଅଟକିଲେ ନାହିଁ। ତା ପରେ ସେହ୍ଵାଗ ପୁଣି ଆସିକି ତାଙ୍କୁ କହିଲେ ” ତୁମ ସାଙ୍ଗ ତୁମକୁ ପପ ପପ ଡାକନ୍ତି?” କ୍ଲାର୍କ କହିଲେ ” ହଁ ସେଥିରୁ କଣ ହେଲା?” ଏହା ଶୁଣିବା ପରେ ସେହ୍ଵାଗ ପୁଣି ତାଙ୍କୁ ପଚାରିଲେ ” ତୁମେ କେଉଁ ବ୍ରିଡ଼ ର ଅଟ?” ଏହା ଜାଣିବା ପରେ କ୍ଲାର୍କଙ୍କର ମୁହଁ ଦେଖିବାର ଥିଲା।

Google

ସେହ୍ଵାଗ ବ୍ୟାଟିଂ କରିବା ସମୟରେ ଗୀତ ବୋଲୁଥିଲେ। ଏହା ହୁଏତ ତାଙ୍କର ସମସ୍ତ ସମର୍ଥକ ଜାଣିଛି। ମାତ୍ର ଆପଣ ଜାଣିଛନ୍ତି କି ଯେତେବେଳେ ତାଙ୍କ ବ୍ୟାଟରୁ ରନ ବାହାରୁ ନଥିଲା ତ ସେ ଭଜନ ଗାଇବା ଆରମ୍ଭ କରି ଦେଉଥିଲେ। ଏହା ଉପରେ ସେହ୍ଵାଗ କହିଲେ ‘ ଯେତେବେଳେ ମୋର ରନ ବନୁ ନଥିଲା ମୁଁ ଭଜନ ଗାଇବା ଆରମ୍ଭ କରି ଦେଉଥିଲି ଆଉ ରନ ବନିବା ଆରମ୍ଭ ହେବା ପରେ ମୁ ବଲିଉଡ କୁ ଆସି ଯାଉଥିଲି। “ଚିତିୟା କଳାଇଆ”, “ଶିଳା କି ଜବାନୀ” ଏମିତି ଗୀତ ଗାଇବା ଆରମ୍ଭ ହେଇଯାଉଥିଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *