କରୋନା ମହାମାରୀକୁ ନେଇ ବିଶେଷଜ୍ଞ ଦେଲେ ବଡ଼ ବୟାନ, କହିଲେ ଆଗକୁ ଦେଖାଦେବ ପୁଣି ନୂଆ ନୂଆ ଭ୍ୟାରିଏଣ୍ଟ..

ବ୍ୟୁରୋ ରିପୋର୍ଟ: ପ୍ରାୟ ଗତ ଦୁଇ ବର୍ଷ ହେବ ସମ୍ପୂର୍ଣ ବିଶ୍ୱକୁ ଅସ୍ତବ୍ୟସ୍ତ କରିଦେଇଛି କୋଭୋଡ଼-୧୯ ମହାମାରୀ ଆପଣଙ୍କୁ କହିରଖିବୁ ଏହାର ଆରମ୍ଭ ୨୦୧୯ ଡିସେମ୍ବରରେ ପଥମେ ଚୀନରେ ଦେଖାଯାଇଥିଲା। ଦେଖୁ ଦେଖୁ ଏହା ସମ୍ପୂର୍ଣ ବିଶ୍ୱକୁ ମାଡିଯାଇଥିଲା। ଏହାର ଗୋଟେ ପରେ ଗୋଟେ ନୂଆ ଭ୍ୟାରିଏଣ୍ଟ ନୂଆ ଲହରୀ ନେଇକି ଆସୁଛି। ଏବେ ଟୀକାକରଣ ପରେ ମଧ୍ୟ ଏହା ସଂକ୍ରମଣ କରିଚାଲୁଛି। ପ୍ରଥମେ କରୋନାର ପ୍ରଥମ ଲହରୀ ପରେ ଆଉ ଏହା ଆସିବ ବୋଲି କେହି ଜାଣିନଥିଲେ ସବୁ କିଛି ସ୍ୱାଭାବିକ ହେବାରେ ଲାଗିଥିଲା।

Google

କିନ୍ତୁ ଏହା ପରେ ଏହାର ନୂଆ ଡେ଼ଲ୍ଟା ଭ୍ୟାରିଏଣ୍ଟ ଆସିଥିଲା ଯାହା ଦ୍ୱିତୀୟ ଲହରୀ ଆଣିଥିଲା। ଏହା ପ୍ରଥମ ଲହରୀଠୁ ଆହୁରି ଭୟାନକ ପରିସ୍ଥିତି ସୃଷ୍ଟି କରିଥିଲା। ଦ୍ୱିତୀୟ ଲହରୀ ସ୍ବଭାବିକ ହେବ ପରେ ଏବେ ଏହାର ନୂଆ ଭ୍ୟାରିଏଣ୍ଟ ଓମିକ୍ରନ ତୃତୀୟ ଲହରୀ ଆଣିଛି ଯାହା ଧୀରେ ଧୀରେ ଭୟାବହ ସୃଷ୍ଟି କରୁଛି। ତେବେ ଅନେକ ବିଶେଷଜ୍ଞ କହୁଥିଲେକି। ଏହି ଓମିକ୍ରନ ଭ୍ୟାରିଏଣ୍ଟ ଏହାର ଶେଷ। ରୂପ ହେବ କିନ୍ତୁ ଅନେକ ଅଧ୍ୟୟନରୁ ଏହା ଜଣାପଡୁଛିକି ଏହାର ଆଗକୁ ଆହୁରି ଅନେକ ଭ୍ୟାରିଏଣ୍ଟ ଆସିପାରେ। ତେବେ ଏହାର ନୂଆ ଭ୍ୟାରିଏଣ୍ଟ ହେବା ଦ୍ଵାରା ଏହା ଟୀକାକାରଣ ପରେ ମଧ୍ୟ। ସଂକ୍ରମଣ କରୁଛି କିନ୍ତୁ ଭଲ ଖବର ଏହାକି ଟୀକା କରଣ ଦ୍ଵାରା ଲୋକ ଅଧିକ ଗୁରୁତର ହେଉ ନାହାନ୍ତି। ତେବେ ଏହାର ଏବେ ଯେଉଁ ଓମିକ୍ରନ ଭ୍ୟାରିଏଣ୍ଟ ଆସିଛି ଏହା ଉପରେ ଟୀକା କେତେ ସଫଳ ହେବ ତାହା ସମ୍ପୂର୍ଣ ଜଣାପଡିନାହିଁ।

Google

ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *