କୋଭାକ୍ସିନକୁ ନେଇ ବଡ଼ ବୟାନ, କଣ ସତରେ କୋଭାକ୍ସିନରେ ମିଶୁଛି ବାଛୁରି ରକ୍ତ? ଜାଣନ୍ତୁ ସ୍ୱାସ୍ଥ୍ୟ ମନ୍ତ୍ରାଳୟଙ୍କ ମତ

ବର୍ତ୍ତମାନ ଦେଶରେ କରୋନାର ଦ୍ୱିତୀୟ ଲହରୀ ଚାଲିଛି ଯାହା ସାଂଘାତିକ ରୂପ ଧାରଣ କରିଛି। କାରଣ ଏହା ଅଧିକ ଲୋକଙ୍କୁ ସଂକ୍ରମଣ କରିବା ସହିତ ଅଧିକ ଲୋକଙ୍କ ପ୍ରାଣ ନେଉଛି। ଏହା ମଧ୍ୟ ଭାରତରେ ଟୀକାକରଣକୁ ଜୋର ଦିଆଯାଉଛି। ବର୍ତ୍ତମାନ ପର୍ଯ୍ୟନ୍ତ ଭାରତରେ ଦୁଇଟି ଟୀକା ଦିଆଯାଉଛି ଯାହା ହେଉଛି କୋଭସିଲ୍ଡ ଓ କୋଭାକ୍ସିନ।ଅନେକ ସମୟରେ ଟୀକାକୁ ନେଇ ଉଠିଛି ଅଜବ ଗୁଜବ।ଏବେ ପୁଣି ଦ୍ଵନ୍ଦରେ ଟୀକା କୋଭାକ୍ସିନ ଯାହାର ପ୍ରସ୍ତୁତିକୁ ନେଇ ଆଶ୍ଚର୍ଯ୍ୟଜନକ ମତ ଦେଇଛନ୍ତି କଂଗ୍ରେସ ନେତା ଗୌରଭ ପାନ୍ଧି।

Google

ତାଙ୍କର କହିବାର ଅଟେକି କୋଭାକ୍ସିନ ପ୍ରସ୍ତୁତି ପାଇଁ ବ୍ୟବହାର ହେଉଛି ବାଛୁରିମାନଙ୍କ ରକ୍ତ। ଯାହା ଶୁଣିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏହାକୁ ନେଇ ଭାରତ ବାୟୋଟେକ କମ୍ପାନୀ ମଧ୍ୟ ନିଜ ବୟାନ ଜାରିକରିଛି। ଗୌରଭ କିଛି ଆରଟିଆଇ ଟେଷ୍ଟରୁ ଏପରି କିଛି ଜଣାପଡିଥିବା କହିଛନ୍ତି। ଏହି କଥା ଦ୍ଵାରା ଏବେ ସୃଷ୍ଟି ହୋଇଛି ଅସୁବିଧା ଏପରିକି କୋଭାକ୍ସିନ କମ୍ପାନୀ ମଧ୍ୟ ଏହା ଉପରେ ବୟାନ ଦେବାକୁ ବାଧ୍ୟ ହୋଇଛି। ଗୌରବ କହୁଛନ୍ତିକି ୨୦ ବର୍ଷରୁ କମ ଦିନର ବାଛୁରିଙ୍କ ର-କ୍ତ କୋଭାକ୍ସିନ ଟିକାରେ ବ୍ୟବହାର ହେଉଛି କିନ୍ତୁ ଏହା ବିଷୟରେ କାହାକୁ କିଛି କୁହାଯାଇନାହିଁ ଏହା ଧର୍ମର ବିରୁଦ୍ଧ ହେବ ବୋଲି ଏହାକୁ ଲୁଚାଯାଇଛି।

ଏପରି ଦାବି ପରେ ଏବେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏହା ଉପରେ ବୟାନ ଦେଇ କହିଛିକି ନିଶ୍ଚିନ୍ତ ରୂପରେ କୋଭାକ୍ସିନରେ ଏହା ବ୍ୟବହାର ହୋଇନାହିଁ। ଏହା ସମ୍ପୂର୍ଣ୍ଣ ଭୁଲ କଥା ଅଟେ। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ମଧ୍ୟ ଏହାକୁ ପରୀକ୍ଷା କରିଛି ଓ ଏଥିରେ ସେପରି କିଛି ଜିନିଷ ମିଶିନଥିବା କହିଛି ଓ ଏପରି ମିଛ ଦାବି ନକରିବା ପାଇଁ କହିଛି। ଏପରି ମିଛ ଗୁଜବ ନକରିବା ପାଇଁ ଅନୁରୋଧ କରାଯାଇଛି। କାରଣ ଗ୍ରାମାଞ୍ଚଳ ଲୋକ ମିଛ ଗୁଜବକୁ ସତ ଭାବୁଛନ୍ତି ଓ ଟୀକା ନେଉନାହାନ୍ତି। ଆପଣଂକୁ ଯିଏ କହୁଛି ଏହାକୁ ବିଶ୍ୱାସ କରନ୍ତୁ ନାହିଁ। ଭାରତ ବାୟୋଟେକ ମଧ୍ୟ ଦର୍ଶାଇଛି କି କରୋନା ଟିକାରେ ଏହାର କୌଣସି ବି ପ୍ରୟୋଗ ହୋଇନାହିଁ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *