ବ୍ୟୁରୋ ରିପୋର୍ଟ: ଭାରତରେ କ-ରୋ-ନା ଭା-ଇ-ର-ସରେ ସଂକ୍ର-ମଣ ଗୋଟିଏ ଦିନରେ ୧,୫୭୩ ନୂଆ କେସ୍ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ସମୟରେ ଦେଶରେ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୧୦,୯୮୧ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ କେଉଁ ସ୍ଥାନରେ କିଛି ମୃତ୍ୟୁ ଦେଖିବାକୁ ମିଳି ନାହିଁ। କିନ୍ତୁ କେରଳ କରୋନା ପୂର୍ବରୁ ହୋଇଥିବା ୪ ଜଣଙ୍କ ମୃ-ତ୍ୟୁ ସମ୍ପର୍କରେ ସୋମବାର ଜଣାଇଛନ୍ତି। ଅନ୍ୟପକ୍ଷରେ କିଛି ଜିଲ୍ଲାରେ କରୋନା ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି।
ଭାରତରେ କରୋନା ପୀଡିତ ରୋଗୀଙ୍କ ଅଉସତ ୧.୩୦ ପ୍ରତିଶତ ଅଟେ ଏବଂ ସାପ୍ତାହିକ ଏହା ୧.୪୭ ପ୍ରତିଶତ ଅଟେ। ଦେଶରେ ଏପରି ୩୨ ଟି ଜିଲ୍ଲା ଅଛି ଯେଉଁଠାରେ ବର୍ତ୍ତମାନ ସମୟରେ ମଧ୍ୟ କରୋନାର ପଜିଟିଭ ରେଟ ୧୦ ପ୍ରତିଶତରୁ ଅଧିକ ରହିଛି। ଏହି ୬ ଟି ରାଜ୍ୟର ପରିସ୍ଥିତି କ-ରୋ-ନା ଖରାପ କରି ଦେଇଛି। ଏହି ବର୍ଷ ମାର୍ଚ୍ଚ ୩ ରୁ ମାର୍ଚ୍ଚ ୨୩ ମଧ୍ୟରେ ଏହାର ଫରକ ସମ୍ପୂର୍ଣ୍ଣ ଭାବରେ ଏହି ରାଜ୍ୟ ଗୁଡିକରେ ଦେଖିବାକୁ ମିଳିଥିଲା।
ମହାରାଷ୍ଟ୍ରରେ କରୋନା ଭାଇରସ ପଜିଟିଭ ରେଟ ମାର୍ଚ୍ଚ ୩ ତାରିଖରେ ୦.୫୪ ପ୍ରତିଶତ ଥିଲା ଯାହାକି ମାର୍ଚ୍ଚ ୨୩ ତାରିଖକୁ ବଢି ୪.୫୮ ପ୍ରତିଶତ ହୋଇ ଯାଇଥିଲା। ସେହିପରି ଦିଲ୍ଲୀରେ କରୋନା ଭାଇରସ ସାପ୍ତାହିକ ଅଉସତ ୦.୫୩ ପ୍ରତିଶତରୁ ବଢି ୪.୫୩ ପ୍ରତିଶତ ହୋଇ ଯାଇଥିବା ବେଳେ ଗୁଜୁରାଟରେ ଏହା ୦.୦୭ ପ୍ରତିଶତରୁ ବଢି ୨.୧୭ ପ୍ରତିଶତ ହୋଇ ଯାଇଥିଲା। ଏହି ସମୟ ମଧ୍ୟରେ କେରଳରେ ପଜିଟିଭ ରେଟ ୧.୪୭ ପ୍ରତିଶତରୁ ବଢି ୪.୫୧ ପ୍ରତିଶତ , କର୍ଣ୍ଣାଟକରେ ୧.୬୫ ପ୍ରତିଶତରୁ ବଢି ୩.୦୫ ପ୍ରତିଶତ ଏବଂ ହିମାଚଳ ପ୍ରଦେଶରେ ୧.୯୨ ପ୍ରତିଶତରୁ ବଢି ୭.୪୮ ପ୍ରତିଶତ ହୋଇ ଯାଇଥିଲା।
ଦେଶରେ ପୁଣି ଥରେ କ-ରୋ-ନା ଭାଇରସର ସଂଖ୍ୟା ବୃଦ୍ଧି ଦେଖି ଆଗାମୀ ଏପ୍ରିଲ ୧୦ ଏବଂ ୧୧ ତାରିଖରେ ସମସ୍ତ ରାଜ୍ୟରେ ଏହାର ଏକ ମକ୍ ଡ୍ରିଲ କରାଯିବ। ଏହି ସମ୍ପର୍କରେ ସୋମବାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ରାଜ୍ୟ ସହିତ ମିଟିଙ୍ଗ କରାଯାଇଥିଲା। ବର୍ତ୍ତମାନ ଦୁନିଆରେ କରୋନା ମାମଲାରେ ଭାରତ ୭ ନମ୍ବରରେ ରହିଛି।