ଓଡିଆ ସିନେମା ଜଗତର ମହାନ କମେଡିଆନ ପ୍ରଜ୍ଞାଙ୍କର ହେଲା ନିର୍ବନ୍ଧ, ସୋସିଆଲ ମିଡ଼ିଆରେ ଭାଇରଲ

ବ୍ୟୁରୋ ରିପୋର୍ଟ: ଆପଣମାନେ ଓଡ଼ିଆ ଫ୍ଲିଲ୍ମ ଜଗତ ଓ ୟୁତଟୁବର ପ୍ରସିଦ୍ଧ କମେଡିଆନ ପ୍ରଜ୍ଞା ରଞ୍ଜନ ଖଟୁଆଙ୍କୁ ତ ନିଶ୍ଚୟ ଜାଣିଥିବେ। ସେ ନିଜର ସୁନ୍ଦର କଥା ଦ୍ଵାରା ସମସ୍ତଙ୍କୁ ହସାଇଥାନ୍ତି। ସେ ନିଜର ଏହି ହାସ୍ୟକଳା ଦ୍ଵାରା ହଜାର ହଜାର ଲୋକଙ୍କୁ ହୃଦୟ ଜିତିପାରିଛନ୍ତି। ଏବେ ସେହି ପ୍ରଜ୍ଞାଙ୍କୁ ନେଇ କ ବଡ଼ ଖବର ଆସୁଛି। କହିରଖିବୁ ବର୍ତ୍ତମାନ ସେହି ପ୍ରଜ୍ଞାଙ୍କ ନିର୍ବନ୍ଧ ହୋଇସାରିଛି ଯାହାକୁ ନେଇ ସେ ସୋସିଆଲ ମିଡ଼ିଆରେ ଖୁବ ଚର୍ଚ୍ଚାରେ।

କହିରଖିବୁ ବର୍ତ୍ତମାନ ତାଙ୍କର ନିର୍ବନ୍ଧ ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ସେହି ଫଟୋରେ ପ୍ରଜ୍ଞା , ଅଭିନେତ୍ରୀ ସୁନନ୍ଦା ଓ ପ୍ରଜ୍ଞାଙ୍କ ପ୍ରିୟ ଯୋଡି ଶଙ୍କର ଠିଆ ହୋଇଛନ୍ତି ପଛରେ ରିଙ୍ଗ ସେରମନୀର ପୋଷ୍ଟର ମରାଯାଇଛି।

Google

ରିପୋର୍ଟରୁ ଜଣାପଡିଛିକି କାଲି ପ୍ରଜ୍ଞାଙ୍କର ସୁନନ୍ଦାଙ୍କ ସହ ନିର୍ବନ୍ଧ ହୋଇଛି ଓ ବହୁତ ଜଲ୍ଦିସେ ଦୁହେଁ ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି। ଏହା ପୂର୍ବରୁ ନୂଆବର୍ଷରେ ଏହାର ସଂକେତ ଦେଇ ମଧ୍ୟ ଶଙ୍କର କହିଥିଲେକି ତାଙ୍କ ସାଥି ପ୍ରଜ୍ଞା ଏହି ବର୍ଷ ବିବାହ କରିବାକୁ ଯାଉଛନ୍ତି। ଏହି କଥା ଯଦି ସତ ତେବେ ସେ ତାଙ୍କର ଛୋଟବେଳର ସାଙ୍ଗ ସୁନନ୍ଦାଙ୍କୁ ବାହାହେବେ। ଦୁହେଁ ସଙ୍ଗୀତ ମହାବିଦ୍ୟାଳୟରେ ସାଙ୍ଗ ହୋଇ ଶିଖୁଥିଲେ। ଏହି ନିର୍ବନ୍ଧରେ ସଙ୍ଗୀତ ମହାବିଦ୍ୟାଳୟର ଓ ନାଟ୍ୟ ନିର୍ଦେଶକ ନବୀନ ପରିଡା,ଅଭିନେତା ଓ ନିର୍ଦେଶକ ମିହିର ସ୍ୱାଇଁ ମଧ୍ୟ ଯୋଗଦେଇ ଦୁହିଁଙ୍କୁ ଆଶୀର୍ବାଦ ଦେଇଥିଲେ।

ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published.