ଇ-ପାସ୍ ଥିଲେ ଅଫିସ୍ ଯାଇପାରିବେ ଘରୋଇ ସଂସ୍ଥାର କର୍ମଚାରୀ । ପାସ୍ ନଥିଲେ ହେବ କାର୍ଯ୍ୟାନୁଷ୍ଠାନ । ଜାଣନ୍ତୁ ସମ୍ପୂର୍ଣ

commissionerate police launches e-permission for movement of private employee in Bhubaneswar during lockdown

କରୋନା ମହାମାରୀରେ ବହୁତ ଲୋକ ଆଜି ଲଢୁଥିବା ବେଳେ ଆଉ ବହୁତ ଲୋକଙ୍କ ଜୀବନ ମଧ୍ୟ ଚାଲିଗଲାଣି । ହେଲେ କିଛି ଲୋକ ଏବେ ବି ସୁଧୁରିବାର ନାଁ ଧରୁ ନାଁହାନ୍ତି । ଅମାନିଆ ହୋଇ ବିନା କାମରେ ବାହାରେ ବୁଲୁଛନ୍ତି । ଏବେ କମିଶନରେଟ ପୋଲିସ ନିୟମକୁ ଆଉଟିକେ କଡାକଡି କରିଛି । ଲୋକମାନେ ଦୁନିଆ ବାହାନା କରି ବୁଲୁଥିଲେ, ହେଲେ ଆଉ ବାହାନା କଲେ ଚଳିବନି ।

Google

ଅମାନିଆ ମାନେ ଆଉ ଅଫିସ ବାହାନାରେ ମନଇଚ୍ଛା ମଧ୍ୟ ବୁଲିପାରିବେନି । ଭୁବନେଶ୍ୱରରେ ପୁଣି ଆଇନ କଡ଼ାକଡି କଲା କମିଶନରେଟ ପୋଲିସ । ଅମାନିଆଙ୍କୁ ସାବାଡ଼ କରିବା ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ‍ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି । ଏବେ ବିନା ପାସରେ ଆଉ ବୁଲିପାରିବେନି କେହି । ଅଫିସ୍ ଆଳ ଦେଖାଇ ଯେଉଁମାନେ ରାଜଧାନୀରେ ମନଇଚ୍ଛା ବୁଲୁଥିଲେ ସେମାନଙ୍କ ପାଇଁ ନୂଆ ପଦକ୍ଷେପ ନେଇଛି କମିଶନରେଟ ପୋଲିସ ।

ଘରୋଇ ସଂସ୍ଥା କର୍ମଚାରୀମାନେ ଏବେ ଇ-ପାସ୍ ଦେଖାଇ ଅଫିସ୍ ଯାଇପାରିବେ । ଇ-ପାସ୍ ନଥିଲେ ଉକ୍ତ ବ୍ୟକ୍ତିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି କମିଶନରେଟ ପୋଲିସ । ଇ-ପାସ୍ ପାଇବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ଇ-‍ଆପ୍ଲିକେସନ ବ୍ୟବସ୍ଥା ଆରମ୍ଭ କରାଯାଇଛି ।

ରାଜଧାନୀରେ କାର୍ଯ୍ୟରତ ଘରୋଇ କମ୍ପାନୀ କର୍ମଚାରୀଙ୍କ ପାଇଁ ଏହି ପାସ୍ ବ୍ୟବସ୍ଥା କରାଯାଇଛି । ପୋଲିସ ପାସ୍ ଦେଉନଥିବାରୁ ଇ-ପରମିଶନ ଜରିଆରେ ପାସ୍ ଆବେଦନ ହେବ । ନିର୍ଦ୍ଦିଷ୍ଟ କେତେ କର୍ମଚାରୀଙ୍କୁ କାମ ପାଇଁ ଅନୁମତି ଦିଆଯିବ । କର୍ମଚାରୀମାନେ ଇ-ପରମିଶନ ଏବଂ ଆଇ-କାର୍ଡ ଦେଖାଇ ଅଫିସ ଯାଇପାରିବେ ।

ଟୁଇନ୍ ସିଟିରେ କାର୍ଯ୍ୟ କରୁଥିବା ସଂସ୍ଥାଗୁଡ଼ିକ ବର୍ତ୍ତମାନ https://cp.erp.quocent.com/ ୱେବସାଇଟ୍ ରେ ସେମାନଙ୍କ କର୍ମଚାରୀଙ୍କ ପାଇଁ ଇ-ଅନୁମତି ଆବେଦନ କରିପାରିବେ ବୋଲି ଟ୍ୱିନ୍ ସିଟି ପୋଲିସ୍ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି ।

କମିଶନର୍ ପୋଲିସର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ଅପଲୋଡ୍ ହୋଇଥିବା ଏକ ଭିଡିଓ ବାର୍ତ୍ତାରେ ପ୍ରିୟଦର୍ଶୀ କହିଛନ୍ତି, “ରାଜ୍ୟ ସରକାର ଆଇଟି / ଆଇଟି ସମ୍ବନ୍ଧୀୟ କମ୍ପାନୀ ଏବଂ ଅନ୍ୟାନ୍ୟ ବେସରକାରୀ କମ୍ପାନୀ ଦ୍ୱାରା ପ୍ରସ୍ତୁତ ଲକଡାଉନ୍ ଗାଇଡଲାଇନରେ ଏକ ନିର୍ଦ୍ଦିଷ୍ଟ ସୀମା ମଧ୍ୟରେ କାର୍ଯ୍ୟ କରିବାକୁ ଅନୁମତି ଦିଆଯାଇଛି । ଏହି ନିର୍ଦ୍ଦେଶାବଳୀ ଅନୁଯାୟୀ, ଏହି କମ୍ପାନୀଗୁଡିକର କର୍ମଚାରୀମାନେ ଏକ ନିର୍ଦ୍ଦିଷ୍ଟ ସୀମା ମଧ୍ୟରେ ନିଜ କାର୍ଯ୍ୟାଳୟରେ କାର୍ଯ୍ୟ କରିପାରିବେ । ରାଜ୍ୟ ସରକାର ଏଥର ପାସ୍ ପ୍ରଦାନ ପାଇଁ କୌଣସି ବ୍ୟବସ୍ଥା କରିନାହାଁନ୍ତି । ଏହି ପ୍ରକ୍ରିୟାକୁ ସରଳ କରିବାକୁ, କମିଶନର୍ ପୋଲିସ୍ ଏକ ସିଷ୍ଟମ୍ ବିକଶିତ କରିଛି ଯାହା ବ୍ୟବହାର କରି ଇ-ଅନୁମତି ଆବେଦନ କରିପାରିବେ ।

Google

ଘରୋଇ ସଂସ୍ଥାଗୁଡ଼ିକରେ କୋଭିଡ-୧୯ ଗାଇଡ୍ ଲାଇନ୍ ସଠିକ୍ ଭାବେ ପାଳନ କରାଯାଉଛି କି ନାହିଁ, ସେନେଇ ଯାଞ୍ଚ କରିବାକୁ ଚଢ଼ାଉ କରିପାରିବ କମିଶନରେଟ ପୋଲିସ । ପୋଲିସ ଯେକୌଣସି ଘରୋଇ ଅଫିସରେ ପଶି ଯାଞ୍ଚ କରିପାରିବ । ଏହାସହ ଯଦି ‍ଗାଇଡ୍ ଲାଇନ୍ ଉଲଂଘନ ହୋଇଥିବା ଏବଂ ପ୍ରମାଣ ମିଳେ ତେବେ ଉକ୍ତ ସଂସ୍ଥା ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

About admin

Blog sharing Information & Tips about Travelling Tips, Health Tips, Daily Living Life, Life Style, Trends and more to help people to Enjoy the beautiful Life.

View all posts by admin →

Leave a Reply

Your email address will not be published. Required fields are marked *