କମ୍ପୁଟର ଅପରେଟରର ଚାକିରି ଛାଡି ଆରମ୍ଭ କଲେ ଚାହା ବିକ୍ରି ବ୍ୟବସାୟ, ମାସିକ ରୋଜଗାର ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ ।

ରାଜକୋଟରେ ରହୁଥିବା ଏକ ଯୁବତୀ ଚାହା ବିକ୍ରିକରି ସବୁ ମାସରେ ହଜାର ହଜାର ଟଙ୍କା ରୋଜଗାର କରୁଛନ୍ତି। ରୁଖସାନା ହୁସେନ କିଛି ବର୍ଷ ପୂର୍ବରୁ ହିଁ ଚାହା ବିକ୍ରି କରିବାର କାମ ଆରମ୍ଭ କରିଥିଲେ ଓ ଏବେ ଇଏ ଏହି କାମରୁ ଭଲ ରୋଜଗାର କରୁଛନ୍ତି। ରୁଖସାନା ହୁସେନଙ୍କର ଟି ଷ୍ଟଲ ବହୁତ ପ୍ରସିଦ୍ଧ ହୋଇଯାଇଛି ଓ ଦୂର ଦୂରରୁ ଲୋକ ଏଠାକୁ ଚାହା ପିଇବାକୁ ଆସନ୍ତି। ରୁଖସାନା ହୁସେନଙ୍କ ଅନୁସାରେ ସେ ଚାହା ବିକିବା ପୂର୍ବରୁ ରେଜିଷ୍ଟର କାର୍ଯ୍ୟାଳୟରେ କମ୍ପୁଟର ଅପେରେଟର ଭାବରେ କାର୍ଯ୍ୟରତ କିନ୍ତୁ ସେ ଏହି କାମ ଛାଡି ଚାହା ବିକିବାର ବ୍ୟବସାୟ ଆରମ୍ଭ କଲେ ।

Google

ରୁଖସାନା ହୁସେନ କହିଲେ କି ସେ ଦ୍ୱାଦଶ ପର୍ଯ୍ୟନ୍ତ ପାଠ ପଢ଼ିଛନ୍ତି ଓ ରେଜିଷ୍ଟର ଅଫିସରେ କମ୍ପୁଟର ଅପରେଟର ଭାବରେ କାମ କରୁଥିଲେ । ଦୁଇ ବର୍ଷ ପୂର୍ବରୁ ହିଁ ସେ ଚାକିରି ଛାଡି ଚାହା ଦୋକାନ ଆରମ୍ଭ କରିଥିଲେ । ଆଜି ଏହି ଚାହା ଦୋକାନ ବହୁତ ଭଲ ଚାଲିବାକୁ ଲାଗିଛି ଓ ରୁଖସାନା ପ୍ରତିଦିନ ହଜାର ହଜାର ଟଙ୍କା କମାଉଛନ୍ତି।

ରୁଖସାନା ହୁସେନ ନିଜ ଦୋକାନରେ ସାଧାରଣ ଚାହା ବିକନ୍ତି ନାହିଁ । ରୁଖସାନା ହୁସେନଙ୍କ ଅନୁସାରେ ତାଙ୍କୁ ତନ୍ଦୁରୀ ଚାହା ବହୁତ ଭଲ ଭାବରେ ତିଆରି କରି ଆସେ । ଏଥିପାଇଁ ସେ ନିଜ ଚାହା ଦୋକାନରେ ସାଧାରଣ ଚାହା ବଦଳରେ ତନ୍ଦୁରୀ ଚାହା ବିକନ୍ତି । ରୁଖସାନାଙ୍କ ଅନୁସାରେ ଲୋକଙ୍କୁ ତନ୍ଦୁରି ଚାହା ବହୁତ ଭଲ ଲାଗିଲା ଓ ଏହି ଚାହା ପିଇବା ପାଇଁ ଲୋକ ଦୂର-ଦୂରରୁ ଦୋକାନକୁ ଆସିଥାନ୍ତି ।

ରୁଖସାନା ସହଜରେ ପ୍ରତିଦିନ ୧ ହଜାର ଟଙ୍କାର ଚାହା ବିକି ଦିଅନ୍ତି। ସେହିପରି ଯେବେ ସେ ରେଜିଷ୍ଟର କାର୍ଯ୍ୟାଳୟରେ ଚାକିରି କରୁଥିଲେ,ତେବେ ପ୍ରତି ମାସରେ କେବଳ ୪୦୦୦ ଟଙ୍କା ହିଁ କମେଇପାରୁଥିଲେ। ଏହି ଦରମାରୁ ଘରର ଖର୍ଚ୍ଚ ଚଳାଇବା ବହୁତ କଠିନ ହେଉଥିଲା। ଯାହା କାରଣରୁ ରୁଖସାନା ହୁସେନ ଏହି ଚାକିରି ଛାଡିବାର ଫଇସଲା ନେଲେ ଓ ଚାହା ବିକିବା ପାଇଁ ଭାବିଲେ। ରୁଖସାନା ହୁସେନଙ୍କ ଅନୁସାରେ ଚାହା ବିକି ସେ ପ୍ରତି ମାସରେ ୧୫ ହଜାର ଟଙ୍କାରୁ ଅଧିକ ରୋଜଗାର କରନ୍ତି । ପ୍ରତିଦିନ କେବଳ ୪ ଘଣ୍ଟାରେ ସେ ୫୦୦ ଟଙ୍କାରୁ ଅଧିକ କମେଇ ନିଅନ୍ତି।

Google

ରୁଖସାନା ହୁସେନ କୁହନ୍ତି କି ଘରେ ପିଲାଦିନରୁ ସେ ଚାହା ତିଆରି କରିଆସୁଛନ୍ତି। ଘରେ ସମସ୍ତଙ୍କୁ ମୋ ହାତର ଏତେ ପସନ୍ଦ ଥିଲା କି କେବଳ ମୋ ଦ୍ୱାରା ହିଁ ଚାହା ତିଆରି କରାଉଥିଲେ। ପ୍ରାୟ ମୋ ମନରେ ଏହି ଭାବନା ଆସୁଥିଲା କି କାହିଁକିନା ମୁଁ ନିଜର ଏକ ହୋଟେଲ ଖୋଲିନଦେବି।ଯଦିଓ, ହୋଟେଲ ଖୋଲିବା ଭଳି ପଇସା ନଥିଲା। ଏଥିପାଇଁ ମୁଁ ଏକ ଛୋଟ କ୍ୟାବିନରେ ହିଁ କାମ ଆରମ୍ଭ କରିଦେଲି।ମୁଁ ଚାହାର ବ୍ୟବସାୟ ୨୦୧୮ରୁ କଲି। ସେହି ସମୟରେ କେବଳ ଅଧା ଲିଟର କ୍ଷୀରର ଚାହା ତିଆରି କରୁଥିଲି।କିନ୍ତୁ,ଗ୍ରାହକ ବଢି ଚାଲିଲେ ଓ ଏବେ ତ ପ୍ରତିଦିନ ୧୦ ଲିଟର କ୍ଷୀର ଲାଗିଯାଉଛି। ଥରେ ଗ୍ରାହକମାନେ ଦୋକାନକୁ ଆସିବା ଆରମ୍ଭ କଲେ ଓ ତାଙ୍କୁ ଚାହା ପସନ୍ଦ ଆସିଲା,ତେବେ ପୁଣି ସେମାନେ ହିଁ ପ୍ରତିଦିନର ଗ୍ରାହକ ହୋଇଗଲେ। ଲୋକ ନିଜ ସହିତ ଆଉ ଗ୍ରାହକମାନଙ୍କୁ ମଧ୍ୟ ଆଣିବାକୁ ଲାଗିଲେ।

ଖୋଲିବାକୁ ଚାହୁଁଥିଲେ ହୋଟେଲ:

ରୁଖସାନା ହୁସେନଙ୍କ ସ୍ୱପ୍ନ ଥିଲା କି ଆଗକୁ ଯାଇ ସେ ନିଜର ଏକ ହୋଟେଲ ଖୋଲିବେ। ରୁଖସାନା ହୁସେନଙ୍କ କହିବା କଥା କି ଅଧିକ ଟଙ୍କା ରୋଜଗାର କରିବା ପରେ ସେ ଦିନେ ନିଜର ହୋଟେଲ ନିଶ୍ଚିନ୍ତ ଖୋଲିବେ। ଆଜି ରୁଖସାନାଙ୍କର ଚାହା ଦୋକାନ ଦ ଚାଏବାଲି ନାମରେ ଲୋକପ୍ରିୟ ଅଟେ। ସେ ଏବେ ଏହାର ଶାଖା ଆରମ୍ଭ କରିବାକୁ ଚାହୁଁଛନ୍ତି।

Google

ରୁଖସାନାଙ୍କ ଅନୁସାରେ ତାଙ୍କ ଚାହା ଏଥିପାଇଁ ଲୋକପ୍ରିୟ ଅଟେ କାରଣ ସେ ଏକ ଗୁପ୍ତ ମସଲାର ବ୍ୟବହାର କରିଥାନ୍ତି।ଯାହାଦ୍ୱାରା ଚାହାର ସ୍ୱାଦ ସ୍ମୋକି ହୋଇଯାଏ। ରୁଖସାନା କହନ୍ତି କି ଗ୍ରାହକ ମୋର ତିଆରି ଚାହାର ପ୍ରଶଂସା କରି ଥକନ୍ତି ନାହିଁ। ମୁଁ ପ୍ରଦିଦିନ ସନ୍ଧ୍ୟା ୫:୩୦ ବେଳେ ଚାହା ଦୋକାନ ଖୋଲେ ଓ ରାତିର ୯ଟା ବେଳ ପର୍ଯ୍ୟନ୍ତ କାମ କରେ। ଏବେ ତ କେତେ ଦିନିକିଆ ଗ୍ରାହକ ଅଛନ୍ତି, ଯାହାଙ୍କୁ ଦୋକାନ ଖୋଲିବା ଓ ବନ୍ଦ ହେବାର ଜଣାଅଛି ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *