ଆଭ୍ୟନ୍ତରୀଣ ଓଡିଶା ଏବଂ ଆଖପାଖ ଅଞ୍ଚଳରେ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏଥିସହିତ ମୌସୁମୀ ସକ୍ରିୟ ହେବା ପରେ ଉତ୍ତର ପଞ୍ଜାବ ଠାରୁ ପଶ୍ଚିମ ବେଙ୍ଗାପସାଗର ଯାଏଁ ଏକ ଟ୍ରପ ଲାଇନ ସୃଷ୍ଟି ହୋଇଛି ।
ଅନୁମାନ କରାଯାଉଛି ଯେ ଏହାର ପ୍ରଭାବରେ ଆସନ୍ତା ୪ ରୁ ୫ ଦିନ ପର୍ଯ୍ୟନ୍ତ ଓଡ଼ିଶାର ବିଭିନ୍ନ ସ୍ଥାନରେ ଅଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ଭୁବନେଶ୍ୱରରେ ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛନ୍ତି ଓ ପୂର୍ବାନୁମାନ କରି କହିଛନ୍ତି । ଆଉ କିଛି କିଛି ସ୍ଥାନରେ ବର୍ଷା ସହ ଘଡଘଡି ହେବାର ସମ୍ଭାବନା ମଧ୍ୟ ରହିଛି ବୋଲି କହିଛନ୍ତି ।

ଆପଣାକୁ ଜଣେଇ ଦେଉଛୁ ଯେ ଏହି ବର୍ଷ ଜୁନ ୧ ଠାରୁ ୨୩ ତାରିଖ ପର୍ଯ୍ୟନ୍ତ ସ୍ୱାଭାବିକ ଠାରୁ ୩୯ ପ୍ରତିଶତ ବେଶି ବର୍ଷା ହୋଇଛି । ୨୦ଟି ଜିଲାରେ ଅଧିକ ବର୍ଷା ହୋଇଥିବା ସୂଚନା । ଠିକ ସେହିପରି ଆଉ ୬ଟି ଜିଲାରେ ସ୍ୱାଭାବିକ ବର୍ଷା ହୋଇଛି ଓ ଆଉ ୪ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି । ଏହା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛନ୍ତି ।
ବନ୍ଧୁଗଣ ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପାଇବା ପାଇଁ ଆମର ଏହି ପୋର୍ଟାଲ କୁ ଫୋଲୋ କରନ୍ତୁ । ଯଦି ଏହି ଖବର ଟି ଆପଣଙ୍କ ମନକୁ ପସନ୍ଦ ଆସିଲା ତେବେ ଏହାକୁ ଲାଇକ କରନ୍ତୁ ଓ ସାଙ୍ଗ ମାନଙ୍କୁ ଶେୟର କରନ୍ତୁ ।