କରୁଣ କାହାଣୀ: ୧୪ ମାସର ରାନୀକୁ ଅନାଥ କରିଦେଲା କରୋନା, ବାପା ମାଆଙ୍କୁ ଛଡ଼ାଇନେଲା କରୋନା

ବର୍ତ୍ତମାନ ଦେଶରେ କରୋନାର ଦ୍ୱିତୀୟ ଲହରୀ ଚାଲିଛି ଯାହା ପ୍ରଥମ ଲହରୀ ଅପେକ୍ଷା ଅଧିକ ପ୍ରଭାବ ପକାଇଛି।ଏହି ଲହରୀରେ ଅଧିକ ଲୋକ ସଂକ୍ରମଣ ହେବା ସହ ଅଧିକ ଲୋକ ପ୍ରାଣ ହରାଉଛନ୍ତି। ଉଗ୍ର ରୂପୀ କରୋନା ଛାର ଖାର କରିଦେଇଛି ଅନେକ ପରିବାରକୁ ଅନାଥ ହୋଇଯାଇଛନ୍ତି ଅନେକ ପିଲା ଲକ୍ଷ ଲକ୍ଷ ଲୋକଙ୍କୁ କରିଦେଇଛି ବେରୋଜଗାର। ସେହିପରି କରୋନା ଅନାଥ କରିଦେଇଛି ୧୪ ମାସର ରାନୀକୁ। ଏଭଳି ଦୁଃଖ ଭଗବାନ କାହାକୁ ନଦିଅନ୍ତୁ ନିଜ ପରିବାରକୁ ଭଲସେ ଚିହ୍ନିବା ପୂର୍ବରୁ ହିଁ କରୋନା ଛଡାଇନେଲା ପୁରା ପରିବାର।

ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ କୁକୁଡ଼ାଙ୍ଗରେ। ଆଗରୁ ଜେଜେ କୌଣସି କାରଣରୁ ମୃତ୍ୟୁ ବରଣ କରିଥିଲେ ଏବେ କରୋନାରେ ଆକ୍ରାନ୍ତ ହୋଇ ଚାଲିଗଲେ ବାପା, ମା ଓ ଜେଜେ ମା। ଏକାକୀ ରହିଯାଇଛି ୧୪ ମାସର ଝିଅ ରାନୀ। ଆପଣଙ୍କୁ କହିରଖିବୁ ବସନ୍ତ ଦେଉରି(୪୨)ବା ମଳୟ ନାଲକୋ ପ୍ଲାଣ୍ଟରେ କାମ କରି ପରିବାର ପୋଷଣ କରୁଥିଲେ।

Google

ବେଶ ହସ ଖୁସିରେ ଚାଲିଥିଲା ପରିବାର କିନ୍ତୁ ହଟାତ ମେ ୨୪ ରେ ମଳୟ କରୋନାରେ ଆକ୍ରାନ୍ତ ହୋଇଥିଲେ ଓ ତାଙ୍କ ସହ ଆକ୍ରାନ୍ତ ହୋଇଗଲେ ପତ୍ନୀ ସୌଦାମିନୀ ଦେହୁରି ଓ ୧୪ ମାସର ଝିଅ ମିଷ୍ଠୀ ଦେହୁରି। ତାଙ୍କ ସହ ଜେଜେ ମାଳତୀ ମଧ୍ୟ ଏଥିରୁ ବର୍ତୀ ନଥିଲେ। ଝିଅ ରାନୀ ଜଲ୍ଦି ସୁସ୍ଥ ହୋଇଯାଇଥିଲେ ଓ ନିଜ ମାମୁଁ ଘରେ ରହୁଥିଲେ କିନ୍ତୁ ବାପା ମଳୟ ଯିଏକି ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ଚିକିତ୍ସା ହେଉଥିଲେ ତାଙ୍କ ଦେହ ଅଧିକ ଅସୁସ୍ଥ ହେବାରେ ଲାଗିଥିଲା ସେପଟେ ପତ୍ନୀ ସୌଦାମିନୀ କଟକର ଏକ ମେଡିକାଲରେ ଚିକିତ୍ସା ହେଉଥିଲେ ଓ ମାଳତୀ ମଧ୍ୟ ଏକ ମେଡିକାଲରେ ଚିକିତ୍ସା ହେଉଥିଲେ।ପ୍ରଥମେ ୭ ତାରିଖରେ ମା ସୌଦାମୀନ ଆଖିବୁଝିଥିଲେ।ସୌଦାମୀନଙ୍କ ମୃତ୍ୟୁର ୭ ଦିନ ମଧ୍ୟରେ ହିଁ ମଳୟ ଓ ମାଳତୀଙ୍କ ହୋଇଗଲା। ଏବେ ୧୪ ମାସର ଝିଅ ରାନୀ ଏକାକୀ ମାମୁଁ ଘରେ ଅଜା ,ଆଇ ଓ ମାଉସୀଙ୍କ ପାଖରେ ରହିଛି। ସେଠୀମଧ୍ୟ ଆଇ ମେଡିକାଲରେ ଥିବାବେଳେ ଅଜା ହୋମ ଆଇସୋଲେସନରେ ଅଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *