ରାଜ୍ୟରେ ଆଜି ୬୧୬ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ଓ ପୁଣି ଆଜି ଆଉ ୦୬ ଜଣଙ୍କର ମୁଣ୍ଡ ନେଲା କରୋନା । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି । ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୭୦ କୁ ବୃଦ୍ଧି ।
କରୋନା ମୃତକ ମଧ୍ୟରୁ ୦୪ ଗଞ୍ଜାମ ଜିଲ୍ଲାରୁ, କଟକ ଓ ଖୋର୍ଦ୍ଧା ଜିଲ୍ଲାରୁ ଜଣେ ଲେଖାଏଁ ମୃତ । ଏବେ ସୁଦ୍ଧା ଗଞ୍ଜାମ ଜିଲ୍ଲାରେ କରୋନା ମୃତ୍ୟୁ ସଂଖ୍ୟା ୪୩ କୁ ବୃଦ୍ଧି ହୋଇସାରିଲାଣି ।
ଆଜି ୨୩ ଟି ଜିଲ୍ଲାରୁ ୬୧୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ନୂଆ ୬୧୬ କରୋନା ପଜିଟିଭ ମଧ୍ୟରୁ ୪୧୫ କ୍ଵାରେଣ୍ଟାଇନ୍ ସେଣ୍ଟରରୁ ଓ ୨୦୧ ଜଣ ଲୋକାଲ ଚିହ୍ନଟ ହୋଇଥିବା ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି । ରାଜ୍ୟରେ ଏବେ ଲୋକାଲ କେସ୍ ଚିହ୍ନଟ ବଢିବା ଅଧିକ ଚିନ୍ତାର କାରଣ ହୋଇଛି ।
7. Dhenkanal: 7
8. Gajapati: 1
9. Ganjam: 283
10. Jagatsinghpur: 18
11. Jajpur: 17
12. Jharsuguda: 11
13. Kandhamal: 6
14. Kendrapada: 1
15. Keonjhar: 23
16. Khordha: 29
17. Koraput: 50
18. Malkangiri: 14
19. Mayurbhanj: 13
20. Nawarangpur: 40— I & PR Department, Odisha (@IPR_Odisha) July 13, 2020
ଆଜିର ନୂଆ ୬୧୬ କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩,୭୩୭ କୁ ବୃଦ୍ଧି ହୋଇଛି । ରାଜ୍ୟରେ ମୋଟ ଆକ୍ଟିଭ କେସ ୪,୮୯୬, ସୁସ୍ଥ ହୋଇଛନ୍ତି ୮,୭୫୦ ଓ ମୃତ ସଂଖ୍ୟା ୭୦ କୁ ପହଁଚିଛି । କାଲି ରାଜ୍ୟରେ ୩୯୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିଲେ ।
21. Nuapada: 5
22. Puri: 1
23. Sundargarh: 5New Recoveries: 390
Cumulative Tested: 341537
Positive: 13737
Recovered: 8750
Active Cases: 4896— I & PR Department, Odisha (@IPR_Odisha) July 13, 2020
କେଉଁ ଜିଲାରୁ କେତେ ଚିହ୍ନଟ:
ଆଜି ୬୧୬ ନୂଆ କରୋନା ଆକ୍ରାନ୍ତ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୮୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । କୋରାପୁଟ ଜିଲ୍ଲାରୁ ୫୦, ନବରଙ୍ଗପୁରରୁ ୪୦ ଓ ବରଗଡରୁ ୩୧ ଜଣ କରୋନା ପଜିଟିଭ ଚିହ୍ନଟ । ଖୋର୍ଦ୍ଧାରୁ ୨୯ ଜଣ, ବାଲେଶ୍ୱରରୁ ୨୭ ଜଣ ଓ କେନ୍ଦୁଝର ଜିଲ୍ଲାରୁ ୨୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଜଗତସିଂହପୁରରୁ ୧୮ ଜଣ, ଯାଜପୁର ଜିଲ୍ଲାରୁ ୧୭ ଜଣ ଓ ମାଲକାନଗିରିରୁ ୧୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ମୟୁରଭଞ୍ଜ ଜିଲ୍ଲାରୁ ୧୩ ଜଣ ଓ ଝାରସୁଗୁଡା ଜିଲ୍ଲାରୁ ୧୧ ଜଣ କରୋନା ପଜିଟିଭ ଚିହ୍ନଟ । ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାରୁ ୦୭ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ । କନ୍ଧମାଳରୁ ୦୬ ଜଣ କରୋନା ପଜିଟିଭ ଚିହ୍ନଟ । ନୂଆପଡା ଓ ସୁନ୍ଦରଗଡରୁ ୦୫ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ।
ଭଦ୍ରକ ଓ ବଲାଙ୍ଗିର ୦୨ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ । ପୁରୀ, ଗଜପତି ଓ କେନ୍ଦ୍ରାପଡା ଜିଲ୍ଲାରୁ ଜଣେ କରୋନା ପଜିଟିଭ ଚିହ୍ନଟ ।
ଦେଶର କରୋନା ଖବର:
ଦେଶରେ ୨୪ ଘଣ୍ଟା ମଧ୍ୟରେ ଆଜି ସର୍ବାଧିକ ୨୯,୨୭୧ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୫୦୦ ଜଣଙ୍କର ମୃତ୍ୟୁ ହୋଇଛି । ଭାରତରେ ମୋଟ୍ କରୋନା ଅଙ୍କ୍ରାନ୍ତଙ୍କ ସଂଖ୍ୟା ୮,୭୯,୦୬୦ କୁ ବୃଦ୍ଧି ହେଇଛି । ଦେଶରେ ମୋଟ ଆକ୍ଟିଭ କେସ ୩,୦୧,୪୬୮, ସୁସ୍ଥ ହୋଇଛନ୍ତି ୫,୫୪,୪୨୯ ଓ ୨୩,୧୮୭ ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ କରୋନା ମୃତ୍ୟୁ ହାର ୦.୩୦ ପ୍ରତିଶତ କୁ ବୃଦ୍ଧି ହୋଇଛି । ଏବେ ଦେଶରେ କରୋନା ମୃତ୍ୟୁ ହାର ପୂର୍ବ ଅପେକ୍ଷା ବୃଦ୍ଧି ହୋଇଛି ।
ବନ୍ଧୁଗଣ ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପାଇବା ପାଇଁ ଆମର ଏହି ପୋର୍ଟାଲ କୁ ଫୋଲୋ କରନ୍ତୁ । ଯଦି ଏହି ଖବର ଟି ଆପଣଙ୍କ ମନକୁ ପସନ୍ଦ ଆସିଲା ତେବେ ଏହାକୁ ଲାଇକ କରନ୍ତୁ ଓ ସାଙ୍ଗ ମାନଙ୍କୁ ଶେୟର କରନ୍ତୁ ।