ଦେଶରେ ସବୁଠୁ ଅଧିକ କରୋନା ପ୍ରଭାବ ରାଜ୍ୟ ମହାରାଷ୍ଟ୍ରରେ ଆଜି ୨୩ ହଜାରରୁ ନୂଆ ମାମଲା ସାମ୍ନାକୁ ଆସିଛି। ଅନେକ ଜିଲ୍ଲାରେ କଡା କଟକଣା ଓ ନାଇଟ କଫ୍ୟୁ ପରେ ମଧ୍ୟ ମହାରାଷ୍ଟ୍ରରେ ସଂକ୍ରମଣ ମାମଲା କମିବାର ନା ଧରୁନାହିଁ। ମହାରାଷ୍ଟ୍ର କରୋନାର ଦ୍ୱିତୀୟ ଲହରୀର ସାମ୍ନା କରୁଛି। ଏହା ବିଷୟରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ସିଏମ ଉଧବ ଠାକରେଙ୍କୁ ଚିଠି ଲେଖିଛନ୍ତି। ରାଜ୍ୟରେ ପୂର୍ବ ସପ୍ତାହରେ କୋଭିଡ ସ୍ଥିତି ଆକଳନ ପାଇଁ କେନ୍ଦ୍ରୀୟ ଟିମ ଆସିଥିଲା। ଏହି ଟିମରୁ ମିଳିଥିବା ସୂଚନା ଅନୁସାରେ ସଚିବ ସିଏମଙ୍କୁ ପତ୍ର ଲେଖିଛନ୍ତି। କେନ୍ଦ୍ର ରାଜ୍ୟରେ ଠିକ ଭାବେ ଲୋକ କଟକଣାକୁ ନମାନୁଥିବା କଥା କହିଥିଲା।

କରୋନା ଭାଇରସର ସଂକ୍ରମଣ ସଂଖ୍ୟା ବଢିବା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ାଇ ଦେଇଅଛି। ମହାରାଷ୍ଟ୍ର ସହ ଏବେ ସେହି ସବୁ ରାଜ୍ୟରେ ମଧ୍ୟ ମାମଲା ବଢିଯାଇଛି ଯେଉଁଠି ଆଗରୁ ମାମଲା କମ ଥିଲା। ଏହି କ୍ରମରେ ପଞ୍ଜାବରେ ପୂର୍ବ ୨୪ ଘଣ୍ଟାରେ ୨୦୩୯ ମାମଲା ସାମ୍ନାକୁ ଆସିଛି। ଏହା ସହ ୧୨୩୪ ଲୋକ ଠିକ ହୋଇଛନ୍ତି ଓ ୩୫ ଜଣଙ୍କ ମୃତ୍ୟୁ ହୋଇଯାଇଛି।
କଣ ଅଟେ ଗୁଜୁରାଟର ଅବସ୍ଥା:
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗୃହ ରାଜ୍ୟ ଗୁଜୁରାଟରେ ଆଜି ୧୧୨୨ ନୂଆ ମାମଲା ସାମ୍ନାକୁ ଆସିଛି। ଯେବେକି ୭୭୫ ଲୋକ ଠିକ ହୋଇଛନ୍ତି ଓ ୩ ଜଣଙ୍କ ମୃତ୍ୟୁ ହୋଇଯାଇଛି ବୋଲି ଜଣା ଯାଇଛି। ଗୁଜୁରାଟର ଅହମ୍ମଦାବାଦ, ସୁରଟ, ବଡୋଦରା ଓ ରାଜକୋଟରେ ନାଇଟ କଫ୍ୟୁ ଦୁଇ ଘଣ୍ଟା ପାଇଁ ବଢ଼ାଇଦିଆଯାଇଛି।

ଦିଲ୍ଲୀ ଓ କର୍ଣ୍ଣାଟକରୁ ଆସିଲା କେତେ କେସ:
କର୍ଣ୍ଣାଟକରେ ୧୨୭୫ ନୂଆ ମାମଲା ସାମ୍ନାକୁ ଆସିଛି।ଜେବେକି ୪୭୯ ଜଣ ଭଲ ହୋଇଥିବା ବେଳେ ୪ ଜଣଙ୍କ ମୃତ୍ୟୁ ହୋଇଯାଇଛି। ଏହା ଛଡା ରାଷ୍ଟ୍ରୀୟ ରାଜଧାନୀ ନୂଆ ଦିଲ୍ଲୀରେ ମଧ୍ୟ ୫୩୬ ନୂଆ ମାମଲା ସାମ୍ନାକୁ ଆସିଛି ।ଯେବେକି ୩୧୯ ଜଣ ଭଲ ହୋଇଥିବା ବେଳେ ୩ ଜଣ ଲୋକଙ୍କ ମୃତ୍ୟୁ ହୋଇଯାଇଛି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।