ବର୍ତ୍ତମାନ ପର୍ଯ୍ୟନ୍ତ ଜଣେ ମଧ୍ୟ ପଜିଟିଭ ଚିହ୍ନଟ ହୋଇନଥିବା ଏକମାତ୍ର ଗାଁ। ସେହି ଗ୍ରାମ ଓଡ଼ିଶାର…..

ବର୍ତ୍ତମାନ ଦେଶରେ କରୋନାର ଦ୍ୱିତୀୟ ଲହରୀ ଚାଲିଛି ଓ ଏଥିରେ ଦେଶର ଲକ୍ଷ ଲକ୍ଷ ଲୋକ ସଂକ୍ରମଣ ହେଉଛନ୍ତି।ପ୍ରାୟତଃ ସବୁ ଜାଗାରେ ଲୋକ ସଂକ୍ରମଣ ହୋଇସାରିଲେଣି କିନ୍ତୁ ଏବେବି ଦେଶରେ ଏପରି ଗାଁ ଅଛି ଯେଉଁଠି ଦୁଇଟି ଯାକ ଲହରୀରେ ଜଣେ ମଧ୍ୟ ସଂକ୍ରମଣ ହୋଇନାହାଁନ୍ତି। ସେହିଭଳି ଏକ ଗାଁ ହେଉଛି, ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ଓ କୋଦଳା ଥାନା ଅଧୀନ ଦାନପୁର ପଞ୍ଚାୟତର ‘କରଞ୍ଜରା’। ଆପଣଙ୍କୁ କହିରଖିବୁ ଏହା କେବଳ ସମ୍ଭବ ହୋଇପାରିଛି ଗ୍ରାମ ବାସିଙ୍କ ସଚେତନାତା ପାଇଁ ବୋଲି ଜଣା ଯାଇଛି।

Google

ସରକାର କରୋନା ପାଇଁ ଅନେକ କଟକଣା ଓ ନିୟମ କରିଛନ୍ତି କିନ୍ତୁ ଅନେକ ଲୋକ ଏହାକୁ ଆଦୌ ପାଳନ କରୁନାହାଁତି ଯାହାର ଫଳ ସ୍ୱରୂପ ଏବେ ସମସ୍ତଙ୍କ ସାମ୍ନାରେ।କିନ୍ତୁ ଏହି ଗ୍ରାମ ବାସୀ ସରକାରଙ୍କ ଗାଇଡଲାଇନକୁ ଭଲ ଭାବେ ପାଳନ କରୁଥିବାରୁ ଏବେ ପର୍ଯ୍ୟନ୍ତ ଏହି ମହାମାରୀ ଏହି ଗ୍ରାମକୁ ପ୍ରବେଶ କରିପାରିନାହିଁ। ଏହି ଗ୍ରାମରେ ଅଧିକାଂଶ ପରିବାର ଗରିବ କାରଣ ଅଧିକାଂଶ ଲୋକ ମଜୁରିଆ ଓ ମସ୍ୟଜୀବୀ ଅଟନ୍ତି। ୧୨୦୦ରୁ ଅଧିକ ଲୋକ ଥାଇ ମଧ୍ୟ ନିଜ ସଚେତନତା ପାଇଁ ଏମାନେ ଏହି ମାହାମରିକୁ କାବୁ କରିଛନ୍ତି। ବାହାରୁ ଆସୁଥିବା ଲୋକଙ୍କୁ ଏମାନେ କଡାକଡୀ ଭାବେ ଆଇସୋଲେସନରେ ରଖନ୍ତି। ଆପଣ ଜାଣିଥିବା ଗତବର୍ଷ ଓ ଏହି ବର୍ଷ ଗଞ୍ଜାମରେ ସବୁଠୁ ଖରାପ ସ୍ଥିତି ଥାଇ ମଧ୍ୟ ଏମାନେ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି।

Google

ଏମାନେ ସରକାରଙ୍କ ସବୁ କାର୍ଯ୍ୟକୁ ଠିକ ଠିକ ପାଳନ କରିଛନ୍ତି ଓ ସରକାରୀ କର୍ମଚାରୀଙ୍କୁ ସାହାଯ୍ୟ କରି କାମ କରୁଛନ୍ତି। ଏଠାରେ ଘରୁ ବାହାରିବା କ୍ଷଣି ମାସ୍କ ବାଧ୍ୟତାମୂଳକ ଅଟେ। ସେଠାକର ଜିଲ୍ଲାପାଳ ମଧ୍ୟ ଏହା ଦେଖି ସେମାନଙ୍କୁ ପ୍ରଶଂସା ନକରି ରହିପାରିନଥିଲେ। ଯଦି ସମସ୍ତେ ଏହିପରି ସଚେତନ ରକ୍ଷା କରିବେ ତେବେ ଦେଶ ବହୁତ ଶୀଘ୍ର ଏହି ମହାମାରୀଠୁ ମୁକ୍ତି ପାଇବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *