ରାଜ୍ୟରେ ଆଜି ୧୨୦୩ ନୂଆ କରୋନା ପଜିଟିଭ ଚିହ୍ନଟ । ରାଜ୍ୟରେ ଆଜି ପୁଣି ୧୦ ମୁଣ୍ଡ ନେଲା କରୋନା । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି । କରୋନା ଆକ୍ରାନ୍ତ ସଂଖ୍ୟା ରାଜ୍ୟରେ ୩୦ ହଜାରକୁ ଟପିଲା । ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୬୯ କୁ ବୃଦ୍ଧି । ଦେଶରେ ପ୍ରଥମ ଥର ପାଇଁ ୨୪ ଘଣ୍ଟାରେ ୫୦ ହଜାର ରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଲେ । ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୩୫ ହଜାର ଟପିଲା ଓ ୧୫ ଲକ୍ଷକୁ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ।
୧୦ ମୃତକଙ୍କ ମଧ୍ୟରୁ ଗଞ୍ଜାମରୁ ୦୪ ଜଣ, ଭୁବନେଶ୍ୱରରୁ ୦୨ ଜଣ ମୃତ । ନୟାଗଡ, ରାୟଗଡା, ସମ୍ବଲପୁର ଓ ସୁନ୍ଦରଗଡରୁ ଜଣେ ଲେଖାଏଁ ମୃତ । ଗଞ୍ଜାମରୁ ୦୩ ପୁରୁଷ ଓ ଜଣେ ମହିଳା । ୦୩ ପୁରୁଷ ମୃତକଙ୍କ ବୟସ ୪୩, ୪୭ ଓ ୩୩ ଥିଲା ବେଳେ ମହିଳାଙ୍କ ବୟସ ୬୫ ବୟସ ଥିଲା । ଭୁବନେଶ୍ୱରର ୦୨ ଜଣ ମଧ୍ୟରୁ ଜଣେ ପୁରୁଷ ଓ ଜଣେ ମହିଳା ଥିଲେ । ଉଭୟଙ୍କ ୬୦ ବର୍ଷ ଲେଖାଏଁ ଥିଲା । ରାୟଗଡ଼ାରୁ ୫୦ ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କ ମୃତ୍ୟୁ । ସମ୍ବଲପୁରର ମୃତକ ଜଣଙ୍କ ହେଲେ ୬୭ ବର୍ଷୀୟ ପୁରୁଷ । ନୟାଗଡର ମୃତଜ ଜଣକ ପୁରୁଷ ଓ ତାଙ୍କର ବୟସ ୬୫ ବର୍ଷ । ସୁନ୍ଦରଗଡ ଜିଲ୍ଲାର ୭୧ ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କ ମୃତ୍ୟୁ ।
Covid-19 Report For 29th July
New Positive Cases: 1203
In Quarantine: 758
Local Contacts: 445(Details of local contacts will be shared by concerned Dist Administration)
District Wise Cases
1. Angul: 15
2. Balasore: 20
3. Bargarh: 12
4. Bhadrak: 53
5. Balangir: 6
6. Boudh: 3— I & PR Department, Odisha (@IPR_Odisha) July 30, 2020
23. Nayagarh: 24
24. Puri: 9
25. Rayagada: 45
26. Sambalpur: 40
27. Sonepur: 4
28. Sundargarh: 74New Recoveries: 878
Cumulative Tested: 500238
Positive: 30378
Recovered: 18938
Active Cases: 11235— I & PR Department, Odisha (@IPR_Odisha) July 30, 2020
ଆଜି ରାଜ୍ୟରେ ୨୮ ଟି ଜିଲ୍ଲାରୁ ୧୨୦୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ନୂଆ କରୋନା ଆକ୍ରାନ୍ତ ମଧ୍ୟରୁ ୭୫୮ କ୍ଵାରେଣ୍ଟାଇନ୍ ସେଣ୍ଟରରୁ ଓ ୪୪୫ ଜଣ ଲୋକାଲ ଚିହ୍ନଟ ହୋଇଥିବା ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି । ରାଜ୍ୟରେ ମାଡିଚାଲିଛି କରୋନା ଆତଙ୍କ । ଏବେ ରାଜ୍ୟରେ ପ୍ରତିଦିନ ୧୦୦୦ ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏବେ ପ୍ରଶ୍ନ ଉଠିଛି ରାଜ୍ୟ ସରକାର ଅବହେଳା କରୁଛନ୍ତି କି, ଠିକରେ କାମ ହେଉନି କି ? ଗୋଷ୍ଠୀ ସଂକ୍ରମଣ କୁ କେମିତି ଆୟତ କରିବେ ତାହା ଏବେ ବଡ ପ୍ରଶ୍ନ ଉଠିଛି ?
ଆଜିର ନୂଆ ୧୨୦୩ କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୦,୩୭୮ କୁ ବୃଦ୍ଧି ହୋଇଛି । ରାଜ୍ୟରେ ମୋଟ ଆକ୍ଟିଭ କେସ ୧୧,୨୩୫, ସୁସ୍ଥ ହୋଇଛନ୍ତି ୧୮,୯୩୮ ଓ ମୃତ ସଂଖ୍ୟା ୧୯୬ କୁ ପହଁଚିଛି । ଗତକାଲି ରାଜ୍ୟରେ ୮୭୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।
କେଉଁ ଜିଲାରୁ କେତେ ଚିହ୍ନଟ:
ଆଜି ୧୨୦୩ ନୂଆ କରୋନା ଆକ୍ରାନ୍ତ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୫୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ଖୋର୍ଦ୍ଧା ଜିଲ୍ଲାରୁ ୨୨୦ ଜଣ କରୋନା ପଜିଟିଭ ଚିହ୍ନଟ । କଟକରୁ ୯୭ ଜଣ ଓ ସୁନ୍ଦରଗଡରୁ ୭୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଜପତିରୁ ୭୨, କୋରାପୁଟରୁ ୬୬ ଜଣ ଓ ମାଲକାନଗିରିରୁ ୬୫ ଜଣ କରୋନା ପଜିଟିଭ ଚିହ୍ନଟ । ଭଦ୍ରକରୁ ୫୩ ଜଣ ଓ ଯାଜପୁରରୁ ୪୬ ଜଣ କରୋନା ପଜିଟିଭ ଚିହ୍ନଟ ।
ରାୟଗଡ଼ାରୁ ୪୫ ଜଣ ଓ ସମ୍ବଲପୁର ଜିଲ୍ଲାରୁ ୪୦ ଜଣ ଆକ୍ରାନ୍ତ ଚିହ୍ନଟ । ନୟାଗଡରୁ ୨୪ ଜଣ ଓ ବାଲେଶ୍ୱରରୁ ୨୦ ଜଣ ପଜିଟିଭ ଚିହ୍ନଟ । ମୟୁରଭଞ୍ଜରୁ ୧୬ ଜଣ ଓ ଅନୁଗୁଳ ୧୫ ଜଣ ପଜିଟିଭ ଚିହ୍ନଟ । କେନ୍ଦ୍ରାପଡା ଓ କନ୍ଧମାଳ ଜିଲ୍ଲାରୁ ୧୪ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ । ବରଗଡ଼ରୁ ୧୨ ଜଣ ଓ କେନ୍ଦୁଝରରୁ ୧୧ ଜଣ କରୋନା ପଜିଟିଭ ଚିହ୍ନଟ ।
ପୁରୀରୁ ୦୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ଦେବଗଡ ଓ ଜଗତସିଂହପୁର ଜିଲ୍ଲାରୁ ୦୮ ଜଣ ଲେଖାଏଁ ପଜିଟିଭ ଚିହ୍ନଟ । ବଲାଙ୍ଗିରରୁ ୦୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ସୁବର୍ଣ୍ଣପୁର, କଳାହାଣ୍ଡି ଓ ନବରଙ୍ଗପୁର ୦୪ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ । ଢେଙ୍କାନାଳ ଓ ବୌଦ୍ଧ ଜିଲ୍ଲାରୁ ୦୩ ଜଣ ଲେଖାଏଁ କରୋନା ପଜିଟିଭ ଚିହ୍ନଟ ।
ଦେଶର କରୋନା ଖବର:
ଦେଶରେ ୨୪ ଘଣ୍ଟା ମଧ୍ୟରେ ଆଜି ସର୍ବାଧିକ ୫୨,୧୨୩ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୭୭୫ ଜଣଙ୍କର ମୃତ୍ୟୁ ହୋଇଛି । ଭାରତରେ ମୋଟ୍ କରୋନା ଅଙ୍କ୍ରାନ୍ତଙ୍କ ସଂଖ୍ୟା ୧୫,୮୬,୪୧୪ କୁ ବୃଦ୍ଧି ହୋଇଛି । ଦେଶରେ ମୋଟ ଆକ୍ଟିଭ କେସ ୫,୨୮,୪୯୪, ସୁସ୍ଥ ହୋଇଛନ୍ତି ୧୦,୨୨,୪୮୯ ଓ ୩୫,୦୧୬ ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ କରୋନା ମୃତ୍ୟୁ ହାର ୦.୪୮ ପ୍ରତିଶତ କୁ ବୃଦ୍ଧି ହୋଇଛି ।
ବନ୍ଧୁଗଣ ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପାଇବା ପାଇଁ ଆମର ଏହି ପୋର୍ଟାଲ କୁ ଫୋଲୋ କରନ୍ତୁ । ଯଦି ଏହି ଖବର ଟି ଆପଣଙ୍କ ମନକୁ ପସନ୍ଦ ଆସିଲା ତେବେ ଏହାକୁ ଲାଇକ କରନ୍ତୁ ଓ ସାଙ୍ଗ ମାନଙ୍କୁ ଶେୟର କରନ୍ତୁ ।