ରାଜ୍ୟରେ ଆଜି ୧୬୯୯ ନୂଆ କରୋନା ପଜିଟିଭ ଚିହ୍ନଟ ଓ ୧୦ ମୁଣ୍ଡ ନେଲା କରୋନା । ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ।

ରାଜ୍ୟରେ ଆଜି ୧୬୯୯ ନୂଆ କରୋନା ପଜିଟିଭ ଚିହ୍ନଟ ଓ ୧୦ ମୁଣ୍ଡ ନେଲା କରୋନା । ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ।, Corona Case in Odisha new 1699 tested corona positive and 10 deaths, Nitidina, Odisha, News, Real Story, Health Tips, Life style, Daily Living, Tips, Job Updates, Yoga, Meditation, Stay Healthy, Save Tree, Save Life, Extended Lockdown, Unlock 3.0

ରାଜ୍ୟରେ ଆଜି ୧୬୯୯ ନୂଆ କରୋନା ପଜିଟିଭ ଚିହ୍ନଟ । ରାଜ୍ୟରେ ଆଜି ପୁଣି ୧୦ ମୁଣ୍ଡ ନେଲା କରୋନା । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି । କରୋନା ଆକ୍ରାନ୍ତ ସଂଖ୍ୟା ରାଜ୍ୟରେ ୪୦ ହଜାରକୁ ଟପିଲା । ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୨୩୫ କୁ ବୃଦ୍ଧି । ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୪୦ ହଜାରକୁ ଟପିଲା ।

୧୦ ମୃତକଙ୍କ ମଧ୍ୟରୁ ଗଞ୍ଜାମରୁ ସର୍ବାଧିକ ୦୩ ଜଣ ଓ ସୁନ୍ଦରଗଡ଼ରୁ ୦୨ ଜଣ ଆକ୍ରାନ୍ତ ମୃତ । ଭଦ୍ରକ, କନ୍ଧମାଳ, କେନ୍ଦୁଝର, ନବରଙ୍ଗପୁର ଓ ନୟାଗଡ଼ରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ମୃତ । ଆଜି ୦୩ କୁ ମିଶାଇ ଗଞ୍ଜାମ ଜିଲ୍ଲାରେ କରୋନା ମୃତ୍ୟୁ ସଂଖ୍ୟା ୧୨୦ କୁ ବୃଦ୍ଧି ହେଲା । ଗଞ୍ଜାମର ସମସ୍ତ ମୃତକ ପୁରୁଷ ଏବଂ ବୟସ ୫୨, ୪୦ ଓ ୫୫ ବର୍ଷ । ସୁନ୍ଦରଗଡର ୫୪ ବର୍ଷୀୟ ବ୍ୟକ୍ତି ଓ ୨୮ ବର୍ଷୀୟ ଯୁବତୀ ମୃତ । ନବରଙ୍ଗପୁରର ପ୍ରଥମ କରୋନା ମୃତ୍ୟୁ, ମୃତକ ୪୦ ବର୍ଷୀୟ ପୁରୁଷ । ନୟାଗଡ ଜିଲ୍ଲାର ମୃତକ ୩୯ ବର୍ଷୀୟ, କନ୍ଧମାଳର ୬୧ ବର୍ଷୀୟ, କେନ୍ଦୁଝରର ୫୨ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ । ଭଦ୍ରକ ଜିଲ୍ଲାର ମୃତକ ଜଣକ ୫୩ ବର୍ଷୀୟ ମହିଳା ।

ଆଜି ରାଜ୍ୟରେ ୨୯ ଟି ଜିଲ୍ଲାରୁ ୧୬୯୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ନୂଆ କରୋନା ଆକ୍ରାନ୍ତ ମଧ୍ୟରୁ ୧୦୭୩ କ୍ଵାରେଣ୍ଟାଇନ୍‌ ସେଣ୍ଟରରୁ ଓ ୬୨୬ ଜଣ ଲୋକାଲ ଚିହ୍ନଟ ହୋଇଥିବା ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି । ରାଜ୍ୟରେ ମାଡିଚାଲିଛି କରୋନା ଆତଙ୍କ । ଅନଲକ ୩ ଲାଗୁ ହେବ ପରା ଠାରୁ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୦୦ ତଳକୁ ଖସୁନି । କେମିତି ଆୟତ କରିବେ ସରକାର ଉଠିଛି ପ୍ରଶ୍ନ ।

ଆଜିର ନୂଆ ୧୬୯୯ କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୦,୭୧୭ କୁ ବୃଦ୍ଧି ହୋଇଛି । ରାଜ୍ୟରେ ମୋଟ ଆକ୍ଟିଭ କେସ ୧୪,୭୦୦, ସୁସ୍ଥ ହୋଇଛନ୍ତି ୨୫,୭୩୭ ଓ ମୃତ ସଂଖ୍ୟା ୨୩୫ କୁ ପହଁଚିଛି । ଗତକାଲି ରାଜ୍ୟରେ ୧୨୫୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

କେଉଁ ଜିଲାରୁ କେତେ ଚିହ୍ନଟ:

ଆଜି ୧୬୯୯ ନୂଆ କରୋନା ଆକ୍ରାନ୍ତ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୬୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ଖୋର୍ଦ୍ଧା ଜିଲ୍ଲାରୁ ୨୨୦ ଜଣ କରୋନା ପଜିଟିଭ ଚିହ୍ନଟ । ସୁନ୍ଦରଗଡରୁ ୧୭୮ ଜଣ ଓ କଟକରୁ ୧୦୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସମ୍ବଲପୁରରୁ ୧୦୧, ବରଗଡ଼ରୁ ୮୧ ଜଣ ଓ କନ୍ଧମାଳରୁ ୭୪ ଜଣ କରୋନା ପଜିଟିଭ ଚିହ୍ନଟ । ମାଲକାନଗିରିରୁ ୭୨ ଜଣ ଓ ପୁରୀରୁ ୬୭ ଜଣ କରୋନା ପଜିଟିଭ ଚିହ୍ନଟ ।

ରାଜ୍ୟରେ ଆଜି ୧୬୯୯ ନୂଆ କରୋନା ପଜିଟିଭ ଚିହ୍ନଟ ଓ ୧୦ ମୁଣ୍ଡ ନେଲା କରୋନା । ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ।, Corona Case in Odisha new 1699 tested corona positive and 10 deaths, Nitidina, Odisha, News, Real Story, Health Tips, Life style, Daily Living, Tips, Job Updates, Yoga, Meditation, Stay Healthy, Save Tree, Save Life, Extended Lockdown, Unlock 3.0
Govt. of Odisha

ଭଦ୍ରକରୁ ୬୬ ଜଣ ଓ ଗଜପତି ଜିଲ୍ଲାରୁ ୫୯ ଜଣ ଆକ୍ରାନ୍ତ ଚିହ୍ନଟ । କେନ୍ଦୁଝର ଜିଲ୍ଲାରୁ ୫୬ ଜଣ ପଜିଟିଭ ଚିହ୍ନଟ । ଯାଜପୁର ଓ କୋରାପୁଟ ଜିଲ୍ଲାରୁ ୪୧ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ । କଳାହାଣ୍ଡିରୁ ୩୦ ଜଣ କରୋନା ପଜିଟିଭ ଚିହ୍ନଟ । ଢେଙ୍କାନାଳ ଓ କେନ୍ଦ୍ରାପଡାରୁ ୨୭ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ନୟାଗଡରୁ ୨୫ ଜଣ, ମୟୁରଭଞ୍ଜରୁ ୨୪ ଜଣ ଓ ବଲାଙ୍ଗିରରୁ ୨୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ରାୟଗଡାରୁ ୧୯ ଜଣ ପଜିଟିଭ ଚିହ୍ନଟ । ଅନୁଗୁଳ ଓ ବାଲେଶ୍ୱରରୁ ୧୭ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ । ନବରଙ୍ଗପୁର ଜିଲ୍ଲାରୁ ୧୬ ଜଣ କରୋନା ପଜିଟିଭ ଚିହ୍ନଟ । ଝାରସୁଗୁଡା ଓ ସୋନପୁର ଜିଲ୍ଲାରୁ ୧୦ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ । ବୌଦ୍ଧରୁ ୦୮ ଜଣ ଓ ନୂଆପଡ଼ାରୁ ୦୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ।

ଦେଶର କରୋନା ଖବର:

ଦେଶରେ ୨୪ ଘଣ୍ଟା ମଧ୍ୟରେ ଆଜି ସର୍ବାଧିକ ୫୯,୩୭୭ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୯୪୧ ଜଣଙ୍କର ମୃତ୍ୟୁ ହୋଇଛି । ଭାରତରେ ମୋଟ୍ କରୋନା ଅଙ୍କ୍ରାନ୍ତଙ୍କ ସଂଖ୍ୟା ୧୯,୬୫,୯୯୩ କୁ ବୃଦ୍ଧି ହୋଇଛି । ଦେଶରେ ମୋଟ ଆକ୍ଟିଭ କେସ ୫,୯୫,୭୫୬, ସୁସ୍ଥ ହୋଇଛନ୍ତି ୧୩,୨୯,୦୨୬ ଓ ୪୦,୭୬୧ ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ କରୋନା ମୃତ୍ୟୁ ହାର ୦.୫୮ ପ୍ରତିଶତ କୁ ବୃଦ୍ଧି ହୋଇଛି ।

ବନ୍ଧୁଗଣ ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପାଇବା ପାଇଁ ଆମର ଏହି ପୋର୍ଟାଲ କୁ ଫୋଲୋ କରନ୍ତୁ । ଯଦି ଏହି ଖବର ଟି ଆପଣଙ୍କ ମନକୁ ପସନ୍ଦ ଆସିଲା ତେବେ ଏହାକୁ ଲାଇକ କରନ୍ତୁ ଓ ସାଙ୍ଗ ମାନଙ୍କୁ ଶେୟର କରନ୍ତୁ ।

About admin

Blog sharing Information & Tips about Travelling Tips, Health Tips, Daily Living Life, Life Style, Trends and more to help people to Enjoy the beautiful Life.

View all posts by admin →

Leave a Reply

Your email address will not be published. Required fields are marked *