ଆଜି ରାଜ୍ୟରେ ୧୫୨୮ ନୂଆ କରୋନା ପଜିଟିଭ ଚିହ୍ନଟ । ରାଜ୍ୟରେ ଆଜି ସର୍ବାଧିକ ୧୪ ମୁଣ୍ଡ ନେଲା କରୋନା । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି । କରୋନା ଆକ୍ରାନ୍ତ ସଂଖ୍ୟା ରାଜ୍ୟରେ ୪୭ ହଜାରକୁ ଟପିଲା । ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୨୮୬ କୁ ବୃଦ୍ଧି । ଆଜି ଦେଶରେ ଗୋଟିଏ ଦିନରେ ସର୍ବାଧିକ ୧୦୦୦ ରୁ ଅଧିକ କରୋନା ଆକ୍ରାନ୍ତ ମୃତ୍ୟୁ । ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୪୪ ହଜାରକୁ ଟପିଲା ।
Covid-19 Report For 9th August
New Positive Cases: 1528
In quarantine: 948
Local contacts: 580(Details of local contacts will be shared by concerned District Administration)
District Wise Cases
1. Angul: 8
2. Balasore: 43
3. Bargarh: 10
4. Bhadrak: 70
5. Balangir: 59— I & PR Department, Odisha (@IPR_Odisha) August 10, 2020
22. Nawarangpur: 23
23. Nayagarh: 32
24. Nuapada: 2
25. Puri: 26
26. Rayagada: 27
27. Sambalpur: 168
28. Sonepur: 5
29. Sundargarh: 126New Recoveries: 1543
Cumulative Tested: 669266
Positive: 47455
Recovered: 31784
Active Cases: 15334— I & PR Department, Odisha (@IPR_Odisha) August 10, 2020
୧୪ ମୃତକଙ୍କ ମଧ୍ୟରୁ ଗଞ୍ଜାମରୁ ସର୍ବାଧିକ ୦୬ ଜଣ ଆକ୍ରାନ୍ତ ମୃତ । ଖୋର୍ଦ୍ଧା ଓ ନୟାଗଡ଼ରୁ ୦୩ ଜଣ ଲେଖାଏଁ ଆକ୍ରାନ୍ତ ମୃତ । ସୁନ୍ଦରଗଡ ଓ ରାୟଗଡାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ମୃତ । ଗଞ୍ଜାମର ମୃତକ ମଧ୍ୟରୁ ୦୫ ଜଣ ପୁରୁଷ ଓ ଜଣେ ମହିଳା । ପୁରୁଷ ମୃତକଙ୍କ ବୟସ ୮୫, ୬୫, ୫୦, ୫୫ ଓ ୫୦ ବର୍ଷ ଏବଂ ମହିଳା ମୃତକଙ୍କ ବୟସ ୭୦ ବର୍ଷ । ଖୋର୍ଦ୍ଧା ଜିଲ୍ଲାର ୦୩ ମୃତକରୁ ଜଣେ ଭୁବନେଶ୍ୱରର ୮୪ ବର୍ଷୀୟ ମହିଳା ଓ ଅନ୍ୟ ୦୨ ଜଣ ଖୋର୍ଦ୍ଧା ଜିଲ୍ଲାର ୮୧ ଓ ୬୯ ବର୍ଷୀୟ ବ୍ୟକ୍ତି । ନୟାଗଡ ଜିଲ୍ଲାର ୦୩ ମୃତକ ହେଲେ ୭୮, ୩୦ ଓ ୩୪ ବର୍ଷୀୟ ବ୍ୟକ୍ତି ।
ଆଜି ରାଜ୍ୟରେ ୨୯ ଟି ଜିଲ୍ଲାରୁ ୧୫୨୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ନୂଆ କରୋନା ଆକ୍ରାନ୍ତ ମଧ୍ୟରୁ ୯୪୮ କ୍ଵାରେଣ୍ଟାଇନ୍ ସେଣ୍ଟରରୁ ଓ ୫୮୦ ଜଣ ଲୋକାଲ ଚିହ୍ନଟ ହୋଇଥିବା ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି । ରାଜ୍ୟରେ ମାଡିଚାଲିଛି କରୋନା ଆତଙ୍କ । ଅନଲକ ୩ ଲାଗୁ ହେବ ପରା ଠାରୁ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୦୦ ତଳକୁ ଖସୁନି । କେମିତି ଆୟତ କରିବେ ସରକାର ଉଠିଛି ପ୍ରଶ୍ନ ।
ଆଜିର ନୂଆ ୧୫୨୮ କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୭,୪୫୫ କୁ ବୃଦ୍ଧି ହୋଇଛି । ରାଜ୍ୟରେ ମୋଟ ଆକ୍ଟିଭ କେସ ୧୫,୩୩୪, ସୁସ୍ଥ ହୋଇଛନ୍ତି ୩୧,୭୮୪ ଓ ମୃତ ସଂଖ୍ୟା ୨୮୬ କୁ ପହଁଚିଛି । ଗତକାଲି ରାଜ୍ୟରେ ୧୫୪୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।
କେଉଁ ଜିଲାରୁ କେତେ ଚିହ୍ନଟ:
ଆଜି ୧୭୩୪ ନୂଆ କରୋନା ଆକ୍ରାନ୍ତ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୩୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ଖୋର୍ଦ୍ଧା ଜିଲ୍ଲାରୁ ୨୧୮ ଜଣ, ସମ୍ବଲପୁରରୁ ୧୬୮ ଜଣ ଓ ସୁନ୍ଦରଗଡରୁ ୧୨୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଢେଙ୍କାନାଳରୁ ୧୦୭, କଟକରୁ ୭୨ ଜଣ, ଭଦ୍ରକରୁ ୭୦ ଜଣ ଓ କୋରାପୁଟରୁ ୬୭ ଜଣ କରୋନା ପଜିଟିଭ ଚିହ୍ନଟ । ବଲାଙ୍ଗିରରୁ ୫୯ ଜଣ ଓ ବାଲେଶ୍ୱରରୁ ୪୩ ଜଣ କରୋନା ପଜିଟିଭ ଚିହ୍ନଟ ।
ମାଲକାନଗିରିରୁ ୩୮ ଜଣ ଓ ଯାଜପୁର ଜିଲ୍ଲାରୁ ୩୩ ଜଣ ଆକ୍ରାନ୍ତ ଚିହ୍ନଟ । ନୟାଗଡ ଜିଲ୍ଲାରୁ ୩୨ ଜଣ ପଜିଟିଭ ଚିହ୍ନଟ । ଗଜପତି ଓ କଳାହାଣ୍ଡିରୁ ୩୧ ଜଣ ଲେଖାଏଁ କରୋନା ପଜିଟିଭ ଚିହ୍ନଟ । ରାୟଗଡାରୁ ୨୭ ଜଣ ଓ ପୁରୀ ଜିଲ୍ଲାରୁ ୨୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ନବରଙ୍ଗପୁରରୁ ୨୩ ଜଣ କରୋନା ପଜିଟିଭ ଚିହ୍ନଟ । ମୟୁରଭଞ୍ଜ ଓ ଜଗତସିଂହପୁରରୁ ୨୨ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
କନ୍ଧମାଳ ଓ କେନ୍ଦ୍ରାପଡାରୁ ୧୭ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ । ଝାରସୁଗୁଡାରୁ ୦୯ ଜଣ ଅନୁଗୁଳରୁ ୦୮ ଜଣ ଓ ବୌଦ୍ଧ ଜିଲ୍ଲାରୁ ୦୭ ଜଣ ପଜିଟିଭ ଚିହ୍ନଟ । କେନ୍ଦୁଝର ଓ ସୋନପୁରରୁ ୦୫ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ । ନୂଆପଡାରୁ ୦୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ।

ଦେଶର କରୋନା ଖବର:
ଦେଶରେ ୨୪ ଘଣ୍ଟା ମଧ୍ୟରେ ଆଜି ୬୨,୦୬୪ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜି ସର୍ବାଧିକ ୧୦୦୭ ଜଣ କରୋନା ଆକ୍ରାନ୍ତ ମୃତ୍ୟୁ । ଭାରତରେ ମୋଟ୍ କରୋନା ଅଙ୍କ୍ରାନ୍ତଙ୍କ ସଂଖ୍ୟା ୨୨,୧୫,୪୦୫ କୁ ବୃଦ୍ଧି ହୋଇଛି । ଦେଶରେ ମୋଟ ଆକ୍ଟିଭ କେସ ୬,୩୬,୬୦୦, ସୁସ୍ଥ ହୋଇଛନ୍ତି ୧୫,୩୫,୮୬୫ ଓ ୪୪,୪୭୬ ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ କରୋନା ମୃତ୍ୟୁ ହାର ୦.୬୪ ପ୍ରତିଶତ କୁ ବୃଦ୍ଧି ହୋଇଛି ।
ବନ୍ଧୁଗଣ ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପାଇବା ପାଇଁ ଆମର ଏହି ପୋର୍ଟାଲ କୁ ଫୋଲୋ କରନ୍ତୁ । ଯଦି ଏହି ଖବର ଟି ଆପଣଙ୍କ ମନକୁ ପସନ୍ଦ ଆସିଲା ତେବେ ଏହାକୁ ଲାଇକ କରନ୍ତୁ ଓ ସାଙ୍ଗ ମାନଙ୍କୁ ଶେୟର କରନ୍ତୁ ।