ଆଜି ରାଜ୍ୟରେ ୧୯୮୧ ନୂଆ କରୋନା ପଜିଟିଭ ଚିହ୍ନଟ । ରାଜ୍ୟରେ ଆଜି ୦୯ ମୁଣ୍ଡ ନେଲା କରୋନା । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି । କରୋନା ଆକ୍ରାନ୍ତ ସଂଖ୍ୟା ରାଜ୍ୟରେ ୫୨ ହଜାରକୁ ଟପିଲା । ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୩୧୪ କୁ ବୃଦ୍ଧି । ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୪୭ ହଜାରକୁ ଟପିଲା ।
୦୯ ମୃତକଙ୍କ ମଧ୍ୟରୁ ଗଞ୍ଜାମରୁ ସର୍ବାଧିକ ୦୩ ଜଣ ଆକ୍ରାନ୍ତ ମୃତ । କଟକ ଓ ମୟୁରଭଞ୍ଜରୁ ୦୨ ଜଣ ଲେଖାଏଁ ଆକ୍ରାନ୍ତ ମୃତ । ସୁନ୍ଦରଗଡ ଓ କନ୍ଧମାଳରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ମୃତ । ଗଞ୍ଜାମର ୦୩ ମୃତକ ୭୩, ୮୨ ଓ ୩୬ ବର୍ଷୀୟ ବ୍ୟକ୍ତି । କଟକ ଜିଲ୍ଲାର ୨୩ ଓ ୭୨ ବର୍ଷୀୟ ବ୍ୟକ୍ତିଙ୍କ ମୃତ । ମୟୁରଭଞ୍ଜ ଜିଲ୍ଲାର ୬୦ଓ ୫୮ ବର୍ଷୀୟ ବ୍ୟକ୍ତିଙ୍କ ମୃତ । ସୁନ୍ଦରଗଡର ୮୧ ଓ କନ୍ଧମାଳର ୬୧ ବର୍ଷୀୟ ବ୍ୟକ୍ତିଙ୍କ ମୃତ ।
Covid-19 Report For 12th August
New Positives Cases 1981
In quarantine: 1225
Local contacts: 756(Details of local contacts will be shared by concerned District Administration)
District Wise Cases
1. Angul: 6
2. Balasore: 59
3. Bargarh: 27
4. Bhadrak: 65
5. Balangir: 27— I & PR Department, Odisha (@IPR_Odisha) August 13, 2020
22. Mayurbhanj: 37
23. Nawarangpur: 18
24. Nayagarh: 56
25. Nuapada: 16
26. Puri: 77
27. Rayagada: 55
28. Sambalpur: 38
29. Sonepur: 57
30. Sundargarh: 145New Recoveries: 1673
Cumulative Tested: 765065
Positive: 52653
Recovered: 36478
Active Cases: 15808— I & PR Department, Odisha (@IPR_Odisha) August 13, 2020
ଆଜି ରାଜ୍ୟରେ ୩୦ ଟି ଜିଲ୍ଲାରୁ ୧୯୮୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ନୂଆ କରୋନା ଆକ୍ରାନ୍ତ ମଧ୍ୟରୁ ୧୨୨୫ କ୍ଵାରେଣ୍ଟାଇନ୍ ସେଣ୍ଟରରୁ ଓ ୭୫୬ ଜଣ ଲୋକାଲ ଚିହ୍ନଟ ହୋଇଥିବା ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି । ରାଜ୍ୟରେ ମାଡିଚାଲିଛି କରୋନା ଆତଙ୍କ । ଅନଲକ ୩ ଲାଗୁ ହେବ ପରା ଠାରୁ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୦୦ ତଳକୁ ଖସୁନି । କେମିତି ଆୟତ କରିବେ ସରକାର ଉଠିଛି ପ୍ରଶ୍ନ ।
ଆଜିର ନୂଆ ୧୯୮୧ କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୨,୬୫୩ କୁ ବୃଦ୍ଧି ହୋଇଛି । ରାଜ୍ୟରେ ମୋଟ ଆକ୍ଟିଭ କେସ ୧୫,୮୦୭, ସୁସ୍ଥ ହୋଇଛନ୍ତି ୩୬,୪୭୯ ଓ ମୃତ ସଂଖ୍ୟା ୩୧୪ କୁ ପହଁଚିଛି । ଗତକାଲି ରାଜ୍ୟରେ ୧୬୭୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।
କେଉଁ ଜିଲାରୁ କେତେ ଚିହ୍ନଟ:
ଆଜି ୧୯୮୧ ନୂଆ କରୋନା ଆକ୍ରାନ୍ତ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୭୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ଗଞ୍ଜାମ ଜିଲ୍ଲାରୁ ୨୬୭ ଜଣ, କନ୍ଧମାଳରୁ ୧୭୯ ଜଣ ଓ କଟକରୁ ୧୩୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନୁଗୁଳରୁ ୦୬, ବାଲେଶ୍ୱରରୁ ୫୯ ଜଣ, ବରଗଡ଼ରୁ ୨୭ ଜଣ ଓ ଭଦ୍ରକରୁ ୬୫ ଜଣ କରୋନା ପଜିଟିଭ ଚିହ୍ନଟ । ବଲାଙ୍ଗିରରୁ ୨୭ ଜଣ ଓ ବୌଦ୍ଧରୁ ୨୨ ଜଣ କରୋନା ପଜିଟିଭ ଚିହ୍ନଟ ।
ଦେବଗଡରୁ ୧୬ ଜଣ ଓ ଢେଙ୍କାନାଳ ଜିଲ୍ଲାରୁ ୩୯ ଜଣ ଆକ୍ରାନ୍ତ ଚିହ୍ନଟ । ଗଜପତି ଜିଲ୍ଲାରୁ ୦୮ ଜଣ, ଜଗତସିଂହପୁରରୁ ୪୨ ଜଣ ଓ ଯାଜପୁରରୁ ୬୦ ଜଣ ପଜିଟିଭ ଚିହ୍ନଟ । ଝାରସୁଗୁଡାରୁ ୦୮ ଜଣ ଓ କଳାହାଣ୍ଡିରୁ ୩୯ ଜଣ କରୋନା ପଜିଟିଭ ଚିହ୍ନଟ । କେନ୍ଦ୍ରାପଡାରୁ ୨୯ ଜଣ ଓ କେନ୍ଦୁଝର ଜିଲ୍ଲାରୁ ୨୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । କୋରାପୁଟରୁ ୯୭ ଜଣ, ମାଲକାନଗିରିରୁ ୬୪ ଜଣ ଓ ମୟୁରଭଞ୍ଜରୁ ୩୭ ଜଣ କରୋନା ପଜିଟିଭ ଚିହ୍ନଟ । ନବରଙ୍ଗପୁରରୁ ୧୮ ଜଣ ଓ ନୟାଗଡରୁ ୫୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ନୂଆପଡା ଜିଲ୍ଲାରୁ ୧୬ ଜଣ ଓ ପୁରୀରୁ ୭୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ରାୟଗଡାରୁ ୫୫ ଜଣ, ସମ୍ବଲପୁରରୁ ୩୮ ଜଣ ଓ ସୋନପୁର ଜିଲ୍ଲାରୁ ୫୭ ଜଣ ପଜିଟିଭ ଚିହ୍ନଟ । ସୁନ୍ଦରଗଡରୁ ୧୪୫ ଜଣ ଆକ୍ରାନ୍ତ ଚିହ୍ନଟ ।

ଦେଶର କରୋନା ଖବର:
ଦେଶରେ ୨୪ ଘଣ୍ଟା ମଧ୍ୟରେ ଆଜି ସର୍ବାଧିକ ୬୬,୯୯୯ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜି ୯୪୨ ଜଣ କରୋନା ଆକ୍ରାନ୍ତ ମୃତ୍ୟୁ । ଭାରତରେ ମୋଟ୍ କରୋନା ଅଙ୍କ୍ରାନ୍ତଙ୍କ ସଂଖ୍ୟା ୨୩,୯୭,୪୦୩ କୁ ବୃଦ୍ଧି ହୋଇଛି । ଦେଶରେ ମୋଟ ଆକ୍ଟିଭ କେସ ୬,୫୨,୧୪୦, ସୁସ୍ଥ ହୋଇଛନ୍ତି ୧୬,୯୭,୬୪୦ ଓ ୪୭,୧୪୯ ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ କରୋନା ମୃତ୍ୟୁ ହାର ୦.୬୭ ପ୍ରତିଶତ କୁ ବୃଦ୍ଧି ହୋଇଛି ।
ବନ୍ଧୁଗଣ ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପାଇବା ପାଇଁ ଆମର ଏହି ପୋର୍ଟାଲ କୁ ଫୋଲୋ କରନ୍ତୁ । ଯଦି ଏହି ଖବର ଟି ଆପଣଙ୍କ ମନକୁ ପସନ୍ଦ ଆସିଲା ତେବେ ଏହାକୁ ଲାଇକ କରନ୍ତୁ ଓ ସାଙ୍ଗ ମାନଙ୍କୁ ଶେୟର କରନ୍ତୁ ।