ରାଜ୍ୟରେ ଆଜି ୨୬୯୮ ନୂଆ କରୋନା ପଜିଟିଭ ଚିହ୍ନଟ ଓ ୧୦ କରୋନା ମୃତ । ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ।

ରାଜ୍ୟରେ ଆଜି ୨୬୯୮ ନୂଆ କରୋନା ପଜିଟିଭ ଚିହ୍ନଟ ଓ ୧୦ କରୋନା ମୃତ । ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ।, Corona Case Odisha new 2698 tested corona positive and 10 deaths , Nitidina, Odisha, News, Real Story, Health Tips, Life style, Daily Living, Tips, Job Updates, Yoga, Meditation, Stay Healthy, Save Tree, Save Life, Extended Lockdown, Unlock 3.0, Corona Record

ରାଜ୍ୟରେ ଆଜି ୨୬୯୮ ନୂଆ କରୋନା ପଜିଟିଭ ଚିହ୍ନଟ । ରାଜ୍ୟରେ ଆଜି ୧୦ ମୁଣ୍ଡ ନେଲା କରୋନା । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି । କରୋନା ଆକ୍ରାନ୍ତ ସଂଖ୍ୟା ରାଜ୍ୟରେ ୭୨ ହଜାରକୁ ଟପିଲା । ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୩୯୦ କୁ ବୃଦ୍ଧି ।

୧୦ ମୃତକଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୦୪ ଓ ଭୁବନେଶ୍ୱରରୁ ୦୨ ଜଣ କରୋନା ଆକ୍ରାନ୍ତ ମୃତ । ଅନୁଗୁଳ, କୋରାପୁଟ, ନୟାଗଡ ଓ ସୋନପୁର ଜିଲ୍ଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ମୃତ । ଗଞ୍ଜାମର ୦୪ ମୃତକ ମଧ୍ୟରୁ ୦୨ ଜଣ ୫୦ ଓ ୫୯ ବର୍ଷୀୟ ମହିଳା । ଅନ୍ୟ ୦୨ ଜଣ ମୃତକ ପୁରୁଷ, ବୟସ ୪୨ ଓ ୭୦ ବର୍ଷ । ଭବନେଶ୍ୱରର ୦୨ ମୃତକ ମଧ୍ୟରୁ ଜଣେ ୭୦ ବର୍ଷୀୟ ପୁରୁଷ ଓ ଅନ୍ୟ ଜଣେ ୫୮ ବର୍ଷୀୟ ମହିଳା । ଅନୁଗୁଳ ଜିଲ୍ଲାର ମୃତକ ଜଣଙ୍କ ୫୫ ବର୍ଷୀୟ ପୁରୁଷ । କୋରାପୁଟ ଜିଲ୍ଲାର ୩୫ ବର୍ଷୀୟ ମହିଳା ଆକ୍ରାନ୍ତ ମୃତ । ନୟାଗଡ଼ର ୬୧ ବର୍ଷୀୟ ପୁରୁଷ ଆକ୍ରାନ୍ତ ମୃତ । ସୋନପୁର ଜିଲ୍ଲାର ୭୬ ବର୍ଷୀୟ କରୋନା ଆକ୍ରାନ୍ତ ପୁରୁଷଙ୍କ ମୃତ୍ୟୁ ।

ଆଜି ରାଜ୍ୟରେ ୩୦ ଟି ଜିଲ୍ଲାରୁ ୨୬୯୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ନୂଆ କରୋନା ଆକ୍ରାନ୍ତ ମଧ୍ୟରୁ ୧୬୭୫ କ୍ଵାରେଣ୍ଟାଇନ୍‌ ସେଣ୍ଟରରୁ ଓ ୧୦୨୩ ଜଣ ଲୋକାଲ କେସ ଚିହ୍ନଟ ହୋଇଥିବା ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି । ରାଜ୍ୟରେ ମାଡିଚାଲିଛି କରୋନା ଆତଙ୍କ । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦୦୦ ତଳକୁ ଖସୁନି ପୁଣି ଆଜି ୨ ହଜାର ଅଧିକ ଚିହ୍ନଟ ହୋଇଛନ୍ତି । ଏବେ ଲୋକାଲ କେସ ଦିନ କୁ ଦିନ ବଢିଚାଲିଛି ।

ଆଜିର ନୂଆ ୨୬୯୮ କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୨,୭୧୮ କୁ ବୃଦ୍ଧି ହୋଇଛି । ରାଜ୍ୟରେ ମୋଟ ସୁସ୍ଥ ହୋଇଛନ୍ତି ୪୮,୫୭୬, ଆକ୍ଟିଭ କେସ ୨୩,୬୯୯ ଓ ମୃତ ସଂଖ୍ୟା ୩୯୦ କୁ ପହଁଚିଲା । ଗତକାଲି ରାଜ୍ୟରେ ୧୬୪୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ରାଜ୍ୟରେ ଆଜି ୨୬୯୮ ନୂଆ କରୋନା ପଜିଟିଭ ଚିହ୍ନଟ ଓ ୧୦ କରୋନା ମୃତ । ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ।, Corona Case Odisha new 2698 tested corona positive and 10 deaths , Nitidina, Odisha, News, Real Story, Health Tips, Life style, Daily Living, Tips, Job Updates, Yoga, Meditation, Stay Healthy, Save Tree, Save Life, Extended Lockdown, Unlock 3.0, Corona Record

କେଉଁ ଜିଲାରୁ କେତେ ଚିହ୍ନଟ:

ଆଜି ୨୬୯୮ ନୂଆ କରୋନା ଆକ୍ରାନ୍ତ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୭୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । କଟକ ଜିଲ୍ଲାରୁ ୨୦୭ ଜଣ, ଗଞ୍ଜାମରୁ ୧୬୨ ଜଣ ଓ ରାୟଗଡାରୁ ୧୫୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କୋରାପୁଟରୁ ୧୪୬, ମୟୁରଭଞ୍ଜରୁ ୧୨୮ ଜଣ ଓ ସୁନ୍ଦରଗଡରୁ ୧୦୩ ଜଣ କରୋନା ପଜିଟିଭ ଚିହ୍ନଟ । ବାଲେଶ୍ୱରରୁ ୧୦୨ ଜଣ, ନୟାଗଡରୁ ୯୪ ଜଣ ଓ ନବରଙ୍ଗପୁରରୁ ୯୧ ଜଣ କରୋନା ପଜିଟିଭ ଚିହ୍ନଟ ।

ଭଦ୍ରକ ଓ କେନ୍ଦ୍ରାପଡାରୁ ୮୯ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ । ପୁରୀ ଜିଲ୍ଲାରୁ ୮୭ ଜଣ ପଜିଟିଭ ଚିହ୍ନଟ । କନ୍ଧମାଳ ଓ ମାଲକାନଗିରିରୁ ୮୧ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ । ଯାଜପୁରରୁ ୮୦ ଜଣ, ସମ୍ବଲପୁରରୁ ୭୮ ଜଣ ଓ ଝାରସୁଗୁଡାରୁ ୭୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ବଲାଙ୍ଗିରରୁ ୭୧ ଜଣ, ଗଜପତିରୁ ୫୮ ଜଣ ଓ ବରଗଡ଼ରୁ ୫୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । କଳାହାଣ୍ଡିରୁ ୪୯ ଜଣ ଓ ସୋନପୁରରୁ ୩୧ ଜଣ କରୋନା ପଜିଟିଭ ଚିହ୍ନଟ । ଅନୁଗୁଳରୁ ୨୯ ଜଣ ଓ ଢେଙ୍କାନାଳରୁ ୨୭ ଜଣ ଆକ୍ରାନ୍ତ ଚିହ୍ନଟ । କେନ୍ଦୁଝର ଓ ଜଗତସିଂହପୁରରୁ ୨୧ ଜଣ ଲେଖାଏଁ କରୋନା ପଜିଟିଭ ଚିହ୍ନଟ । ବୌଦ୍ଧରୁ ୧୧ ଜଣ, ନୂଆପଡାରୁ ୦୩ ଜଣ ଓ ଦେବଗଡରୁ ୦୨ ଜଣ କରନା ଆକ୍ରାନ୍ତ ଚିହ୍ନଟ ।

Coronavirus update: Odisha
Google
ଦେଶର କରୋନା ଖବର:

ଦେଶରେ ୨୪ ଘଣ୍ଟା ମଧ୍ୟରେ ଆଜି ୫୪,୮୪୯ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜି ୯୮୩ ଜଣ କରୋନା ଆକ୍ରାନ୍ତ ମୃତ୍ୟୁ । ଭାରତରେ ମୋଟ୍ କରୋନା ଅଙ୍କ୍ରାନ୍ତଙ୍କ ସଂଖ୍ୟା ୨୯,୦୬,୫୮୪ କୁ ବୃଦ୍ଧି ହୋଇଛି । ଦେଶରେ ମୋଟ ଆକ୍ଟିଭ କେସ ୬,୯୧,୨୬୦ ସୁସ୍ଥ ହୋଇଛନ୍ତି ୨୧,୫୯,୮୦୮ ଓ ୫୪,୯୮୭ ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ କରୋନା ମୃତ୍ୟୁ ହାର ୦.୭୧ ପ୍ରତିଶତ କୁ ବୃଦ୍ଧି ହୋଇଛି ।

ବନ୍ଧୁଗଣ ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପାଇବା ପାଇଁ ଆମର ଏହି ପୋର୍ଟାଲ କୁ ଫୋଲୋ କରନ୍ତୁ । ଯଦି ଏହି ଖବର ଟି ଆପଣଙ୍କ ମନକୁ ପସନ୍ଦ ଆସିଲା ତେବେ ଏହାକୁ ଲାଇକ କରନ୍ତୁ ଓ ସାଙ୍ଗ ମାନଙ୍କୁ ଶେୟର କରନ୍ତୁ ।

About admin

Blog sharing Information & Tips about Travelling Tips, Health Tips, Daily Living Life, Life Style, Trends and more to help people to Enjoy the beautiful Life.

View all posts by admin →

Leave a Reply

Your email address will not be published.