ରାଜ୍ୟରେ ଆଜି ନୂଆ ରେକଡ଼ କଲା କରୋନା । ରାଜ୍ୟରେ ଆଜି ଆଉ ୦୪ ଜଣଙ୍କର ମୁଣ୍ଡ ନେଲା କରୋନା । ରାଜ୍ୟରେ ଆଜି ୫୭୭ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ । ରାଜ୍ୟରେ ଆଜି ସର୍ବାଧିକ ଗୋଟିଏ ଦିନରେ କରୋନା ଆକ୍ରାନ୍ତ ଚିହ୍ନଟ ରେକଡ଼ କରିଛି । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି ।
କରୋନା ମହାମାରୀର ସଂକ୍ରମଣ ଏବେ ସାରା ଓଡିଶା କୁ ଘେରିସାରିଲାଣି । ପ୍ରତିଦିନ ୫୦୦ ରୁ ଅଧିକ ଲୋକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୫୦ କୁ ଟପିଥିଲା ବେଳେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧,୦୦୦ କୁ ଟପିଛି । ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୨୧,୦୦୦ ଟପିଛି ।
7. Gajapati: 17
8. Ganjam: 260
9. Jagatsinghpur: 7
10. Jajpur: 9
11. Jharsuguda: 1
12. Kandhamal: 1
13. Kendrapada: 3
14. Keonjhar: 48
15. Khorda: 56
16. Koraput: 6
17. Malkangiri: 1
18. Mayurbhanj: 14
19. Nayagarh: 1
20. Puri: 5
21. Sambalpur: 3
22. Sundargarh: 83— I & PR Department, Odisha (@IPR_Odisha) July 9, 2020
ଆଜି ୨୨ ଟି ଜିଲ୍ଲାରୁ ୫୭୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୫୨ କୁ ବୃଦ୍ଧି ହୋଇଛି । ୫୭୭ ନୂଆ କରୋନା ପଜିଟିଭ ମଧ୍ୟରୁ ୪୧୬ କ୍ଵାରେଣ୍ଟାଇନ୍ ସେଣ୍ଟରରୁ ଓ ୧୬୧ ଜଣ ଲୋକାଲ ଚିହ୍ନଟ ହୋଇଥିବା ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି । ରାଜ୍ୟରେ ଏବେ ଲୋକାଲ କେସ୍ ଚିହ୍ନଟ ବଢିବା ଅଧିକ ଚିନ୍ତାର କାରଣ ହୋଇଛି ।
ଆଜିର ନୂଆ ୫୭୭ କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧,୨୦୧ କୁ ବୃଦ୍ଧି ହୋଇଛି । ରାଜ୍ୟରେ ମୋଟ ଆକ୍ଟିଭ କେସ ୪,୧୨୮, ସୁସ୍ଥ ହୋଇଛନ୍ତି ୭,୦୦୬ ଓ ମୃତ ସଂଖ୍ୟା ୫୨ କୁ ପହଁଚିଛି । କାଲି ରାଜ୍ୟରେ ୩୦୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିଲେ ।
କେଉଁ ଜିଲାରୁ କେତେ ଚିହ୍ନଟ:
ଆଜି ୫୭୭ ନୂଆ କରୋନା ଆକ୍ରାନ୍ତ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୬୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ସୁନ୍ଦରଗଡ ଜିଲ୍ଲାରୁ ୮୩ ଜଣ କରୋନା ପଜିଟିଭ ଚିହ୍ନଟ । ଖୋର୍ଦ୍ଧା ଜିଲ୍ଲାରୁ ୫୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କେନ୍ଦୁଝର ଜିଲ୍ଲାରୁ ୪୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ।
New Recoveries: 303
Cumulative Tested: 314987
Positive: 11201
Recovered: 7006
Active Cases: 4128— I & PR Department, Odisha (@IPR_Odisha) July 9, 2020
ବାଲେଶ୍ୱର ଜିଲ୍ଲାରୁ ୩୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ଗଜପତି ଜିଲ୍ଲାରୁ ୧୭ ଜଣ, କଟକ ଓ ମୟୁରଭଞ୍ଜ ଜିଲ୍ଲାରୁ ୧୪ ଜଣ ଲେଖାଏଁ କରୋନା ପଜିଟିଭ ଚିହ୍ନଟ । ଯାଜପୁର ଜିଲ୍ଲାରୁ ୦୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ଅନୁଗୁଳ ଓ ଜଗତସିଂହପୁର ଜିଲ୍ଲାରୁ ୦୭ ଜଣ ଲେଖାଏଁ କରୋନା ପଜିଟିଭ ଚିହ୍ନଟ ।
କୋରାପୁଟ ଜିଲ୍ଲାରୁ ୦୬ ଜଣ, ପୁରୀ ଓ ବୌଦ୍ଧ ଜିଲ୍ଲାରୁ ୦୫ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ । ଢେଙ୍କାନାଳ ଜିଲ୍ଲାରୁ ୦୪ ଜଣ, କେନ୍ଦ୍ରାପଡା ଓ ସମ୍ବଲପୁର ଜିଲ୍ଲାରୁ ୦୩ ଜଣ ଲେଖାଏଁ କରୋନା ପଜିଟିଭ ଚିହ୍ନଟ । ଭଦ୍ରକରୁ ୦୨ ଜଣ କରନା ପଜିଟିଭ ଚିହ୍ନଟ । ଝାରସୁଗୁଡା, କନ୍ଧମାଳ, ମାଲକାନଗିରି ଓ ନୟାଗଡ ଜିଲ୍ଲାରୁ ଜଣେ ଲେଖାଏଁ କରୋନା ଅଙ୍କ୍ରାନ୍ତ ଚିହ୍ନଟ ।
ଦେଶର କରୋନା ଖବର:
ଦେଶରେ ୨୪ ଘଣ୍ଟା ମଧ୍ୟରେ ୨୪,୯୪୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୪୯୧ ଜଣଙ୍କର ମୃତ୍ୟୁ ହୋଇଛି । ଭାରତରେ ମୋଟ୍ କରୋନା ଅଙ୍କ୍ରାନ୍ତଙ୍କ ସଂଖ୍ୟା ୭,୬୮,୪୨୪ କୁ ବୃଦ୍ଧି ହେଇଛି । ଦେଶରେ ମୋଟ ଆକ୍ଟିଭ କେସ ୨,୭୦,୬୨୬, ସୁସ୍ଥ ହୋଇଛନ୍ତି ୪,୭୬,୫୫୪ ଓ ୨୧,୧୪୪ ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ କରୋନା ମୃତ୍ୟୁ ହାର ୦.୨୫ ପ୍ରତିଶତ କୁ ବୃଦ୍ଧି ହୋଇଛି ।
ବନ୍ଧୁଗଣ ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପାଇବା ପାଇଁ ଆମର ଏହି ପୋର୍ଟାଲ କୁ ଫୋଲୋ କରନ୍ତୁ । ଯଦି ଏହି ଖବର ଟି ଆପଣଙ୍କ ମନକୁ ପସନ୍ଦ ଆସିଲା ତେବେ ଏହାକୁ ଲାଇକ କରନ୍ତୁ ଓ ସାଙ୍ଗ ମାନଙ୍କୁ ଶେୟର କରନ୍ତୁ ।