କ୍ରିକେଟ ପାଇଁ ଦୁଃଖ ଖବର: କୋରନା ଭାଇରସ ପୁଣି ବାତିଲ ହେଲା ଏହି ମୁଖ୍ୟ ଟୁର୍ଣ୍ଣାମେଣ୍ଟ ।

Loss of cricket due to corona virus continues, very important tournament canceled, nitidina, Cricket, Asia Cup, Covid-19

କୋଭିଡ ୧୯ କାରଣରୁ ଏହି ବର୍ଷ ୱାର୍ଲ୍ଡକପ ଭଳି ବଡ ଟୁର୍ଣ୍ଣାମେଣ୍ଟର ଆୟୋଜନ ହୋଇପାରିଲା ନାହିଁ। ବଡ଼ ଟୁର୍ଣ୍ଣାମେଣ୍ଟର ରଦ୍ଧ ରହିବା ସମୟ ଏବେ ବଢ଼ି ଚାଲିଛି ।

Google

କୋରୋନା ଭାଇରସ କାରଣରୁ ଇଣ୍ଟରନେସନାଲ କ୍ରିକେଟକୁ ବହୁତ କ୍ଷତି ସହିବାକୁ ପଡୁଛି। ଏହି ବର୍ଷ ମାର୍ଚ୍ଚ ମାସ ପରଠାରୁ ବହୁତ କମ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଛି।ୱାଲର୍ଡ କପ,ଏସିଆ କପ ଭଳି ବଡ ବଡ ଟୁର୍ଣ୍ଣାମେଣ୍ଟର ଆୟୋଜନ ଏହି କୋରୋନା ପାଇଁ ରଦ୍ଧ ହୋଇଛି।ଏହି ବର୍ଷ ନଭେମ୍ବରରେ ହେବାକୁ ଥିବା ଅଣ୍ଡର ୧୯ ୱାଲର୍ଡ଼କପ କୋଭିଡ ପାଇଁ ରଦ୍ଧ ହେଲା। ବଙ୍ଗଳାଦେଶ ଅଣ୍ଡର ୧୯ ଏସିଆ କପ ରଦ୍ଧ ହେବାର ସୂଚନା ଦେଲା।

ବଙ୍ଗଳାଦେଶ କ୍ରିକେଟ ବୋର୍ଡ କହିଲେ କି ଏବର୍ଷ ନଭେମ୍ବରକୁ ହେବାକୁ ଥିବା ଅଣ୍ଡର ୧୯ ଏସିଆ କପ ଆୟୋଜିତ ହେବ ନାହିଁ। ରିପୋର୍ଟ ମୁତାବକ ଏସିଆନ କ୍ରିକେଟ କାଉନ୍ସିଲ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବା ପାଇଁ ସମସ୍ତଙ୍କ ମତ ମାଗିଥିଲେ। ଏହା ପରେ ହିଁ ଅଣ୍ଡର ୧୯ କ୍ରିକେଟ ଏସିଆ କପ ୨୦୨୧ ରେ ଆୟୋଜିତ ହେବ ବୋଲି ନିଷ୍ପତ୍ତି ନିଆଗଲା।

Google

ନିକଟରେ ବିସିବି ଅଣ୍ଡର ୧୯ ଏସିଆ କପ ପାଇଁ ନିଜ ଦଳର ଚୟନ କରିଥିଲା। ହେଲେ ବୋର୍ଡ଼କୁ ଟୁର୍ଣ୍ଣାମେଣ୍ଟ ନ ହେବାର ସୂଚନା ମିଳିଲା। ବୋର୍ଡ କହିଲେ “ଅଣ୍ଡର୧୯ କ୍ରିକେଟ ଏସିଆ କପ ୨୦୨୧ ପର୍ଯ୍ୟନ୍ତ ରଦ୍ଧ କରିଦିଆଗଲା”।

କହିରଖିଛୁ କି ଟୁର୍ଣ୍ଣାମେଣ୍ଟରେ ଭାରତ,ପାକିସ୍ତାନ,ବଙ୍ଗଳାଦେଶ,ଆଫଗାନିସ୍ତାନ,ଶ୍ରୀଲଙ୍କା ସମେତ ୮ ଟି ଟିମ ଅଂଶଗ୍ରହଣ କରିବାର ଥିଲା। ଏହାର ଆୟୋଜନ ସଂଯୁକ୍ତ ଆରବ ଅମିରାଟରେ ଅନୁଷ୍ଠିତ ହେବାର ଥିଲା।

Google

ଏହା ପୂର୍ବରୁ ଏସିଆ କପର ଆୟୋଜନ କୁ କୋଭିଡ ୧୯ କାରଣରୁ ରଦ୍ଧ କରିଦିଆଗଲା। ଏସିଆ କପର ଆୟୋଜନ ଏହି ବର୍ଷ ସେପ୍ଟେମ୍ବରରେ ହେବାର ଥିଲା। ଏସିଆନ କ୍ରିକେଟ କାଉନ୍ସିଲ ୨୦୨୧ରେ ଏସିଆ କପର ଆୟୋଜନ ହେବାର ଦାବି କଲା। ଆଗାମୀ ବର୍ଷ ଏସିଆ କପ ୨୦-୨୦ ଫର୍ମାଟରେ ଖେଳାଯାଇପାରେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *