କରୋନା ଭାଇରସ୍ ନୋଟ ଦ୍ୱାରା ବି ସଂକ୍ରମଣ ହେଇପାରେ, ସଚେତନ ରହିବାକୁ ରିଜର୍ଭ ବ୍ୟାଙ୍କର ଉପଦେଶ।
କରୋନା ଭାଇରସ୍ ବହୁତ ଭୟଙ୍କର ଭାଇରସ, କରୋନା ଭାଇରସ୍ କୌଣସି ବସ୍ତୁରେ ବହୁତ ସମୟ ଯାଏ ଜୀବିତ ରହିପାରେ। ଏହି କରୋନା ଭାଇରସ୍ ଦ୍ୱାରା କେହିବି ସେହି ସମୟ ଭିତରେ ସଂକ୍ରମିତ ହୋଇ ପାରନ୍ତି। ତେଣୁ ଏହା କବଳରୁ ବଞ୍ଚିବା ପାଇଁ ଆମକୁ ସେହି ସମୟ ରେ ଆମ ନିଜ ହାତ କୁ ଭଲ ଭାବରେ ସଫା କରିବାକୁ ପଡିବ, ନଚେତ କରୋନା ଭାଇରସ୍ ସଂକ୍ରମିତ ହେଇଯିବେ ଆପଣ । କରୋନା ଭାଇରସ୍ ଠାରୁ ବଞ୍ଚିବା ପାଇଁ ଏବେ ଯାଏ କୋଣସି ମେଡ଼ିସିନ ବାହାରି ନାହିଁ | ମେଡ଼ିସିନ ବାହାକରିବା ପାଇଁ ବହୁତ ଗବେଷଣା ଚାଲିଛି | ଏହାଠାରୁ ବଞ୍ଚିବାର କିଛି ବି ଉପାୟ ରିଜର୍ଭ ବ୍ୟାଙ୍କ ପାଖରେ ବି ନାହିଁ। ନୋଟ,କଏନ ଆଦିର ବ୍ୟବହାର ଦ୍ୱାରା ବି ଏହି କରୋନା ଭାଇରସ୍ ବ୍ୟାପି ପାରେ। କୋରାନା ଠାରୁ ବଞ୍ଚିବାର ଉପାୟ ଏବେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ ରିଜର୍ଭ ବ୍ୟାଙ୍କ ଦେଇ ସାରିଛନ୍ତି। ରିଜର୍ଭ ବ୍ୟାଙ୍କ କହିଛି ଯେ, ଏବେ ଟଙ୍କା ଦେବା ବଦଳରେ ଅନ ଲାଇନ ପେମେଣ୍ଟ କରିବା ପାଇଁ ଉପଦେଶ ଦେଇଛି।
ରିଜର୍ଭ ବ୍ୟାଙ୍କ ଲୋକ ମାନଙ୍କୁ ତାଙ୍କର ଜିନିଷ କିଣିବା ସମୟ ରେ ତାଙ୍କ ମୋବାଇଲରେ ଅନଲାଇନ (Online) କିମ୍ବା ୟୁପିଆଇ (UPI) ର ବ୍ୟବହାର କରି ପେମେଣ୍ଟ କରିପାରିବେ | ଆଉ ମଧ୍ୟ ରିଜର୍ଭ ବ୍ୟାଙ୍କ କହିଛି କି କେହି ବି ଲୋକ ତାଙ୍କର ପେମେଣ୍ଟ କରିବା ପାଇଁ ତାଙ୍କର ମୋବାଇଲରେ ଇଣ୍ଟରନେଟ ବ୍ୟାଙ୍କିଙ୍ଗ, Paytm ଅଥବା କାର୍ଡର ବ୍ୟବହାର କରି ପାରିବେ। ଆଉ ଯଥା ସମ୍ଭବ ତାଙ୍କ ପଇସା ବ୍ୟବହାର କରିବା ଅଥବା ଅଜଣା ଲୋକଙ୍କ ଠାରୁ ପଇସା ନେବା ଇତ୍ୟାଦିରୁ ବଞ୍ଚିବା ଦରକାର। ଆଉ ରିଜର୍ଭ ବ୍ୟାଙ୍କ ଏହା ବି କହିଛି କି ଲୋକ ମାନଙ୍କୁ ତାଙ୍କର ପଇସା ବ୍ୟବହାର କରିବା ପାଇଁ ତଥା ଏଟିଏମରୁ ପଇସା ବାହାର କରିବା ପାଇଁ କିଛି ବି ଭିଡ଼ ଜାଗାକୁ ଯିବାର ଆବଶ୍ୟକତା ନାହିଁ। ଏବେ ସରକାର ଆଦେଶ ଦେଇଛନ୍ତି ଯେ ଭିଡ ଠାରୁ ଦୂରରେ ରୁହନ୍ତୁ ଆଉ ଘରେ ରୁହନ୍ତୁ, ନିହାତି ଆବଶ୍ୟକ ନହେଲେ ବାହାରକୁ ବାହାରନ୍ତୁ ନାହିଁ | ଏବେ ଭାରତ ସରକାର ୨୧ ଦିନ ପାଇଁ ଲକଡାଉନ (Lockdown) ଘୋଷଣା କରିଛନ୍ତି |
କରୋନା ଭାଇରସ୍
ଡେବିଟ ବା କ୍ରେଡିଟ କାର୍ଡ ବ୍ୟବହାର କରୁଥିବା ଲୋକ ବି ସାବଧାନ ରହିବା ଦରକାର କାରଣ ଏହା ପ୍ଲାଷ୍ଟିକ କାର୍ଡ ଅଟେ। ଏହା ବି ଭୁତାଣୁ ଧାରଣ କରିପାରେ। ତେଣୁ ସବୁବେଳେ ଆପଣ ହାତ କୁ ଭଲ ଭାବରେ ସଫା କରନ୍ତୁ | କିଛି ବି ଜିନିଷ ଛୁଇଁଲା ପରେ ହାତ କୁ ସଫା କରନ୍ତୁ | ହାତ କୁ ୨୦ ମିନିଟ ପର୍ଯ୍ୟନ୍ତ ଧୋଇବା ଦରକାର, ନହେଲେ କୋରୋନା ର ସଂକ୍ରମଣ ହେଇପାରନ୍ତି |
ଅକ୍ସଫୋର୍ଡ ୟୁନିଭରସିଟିରେ ହେଇ ଥିବା ଏକ ରିସର୍ଚ୍ଚ ଅନୁଯାୟୀ ଏକ ନୋଟରେ ପାଖା ପାଖି ୨୬ ହଜାର ବ୍ୟାକ୍ଟେରିଆ ରହି ପାରିବେ। ତେଣୁ ଗୋଟେ ନୋଟରେ ଜଣେ ଲୋକ ପାଖକୁ ୨୬ ହଜାର କୋରାନା ଭାଇରସର ଭୁତାଣୁ ଆସି ପାରିବେ ଯିଏ କି ଜଣେ ନୁହଁ ବରଂ ଆହୁରି ଅନେକ ଲୋକଙ୍କୁ ସଂକ୍ରମିତ କରେଇ ପାରିବ । ତେଣୁ କୋରାନା ଭାଇରସ ଠାରୁ ବଞ୍ଚିବା ପାଇଁ ଯଥା ସମ୍ଭବ ନୋଟ ବ୍ୟବହାର କରିବା ବନ୍ଦ କରନ୍ତୁ ।
ଚୀନ କାଗଜ ନୋଟକୁ ବି ସଫା କଲା, ଭାରତୀୟ ଡକ୍ଟର ଅନୁରାଗ ଖଟକାଡେ ଏହା ମାନିଛନ୍ତି କି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିବା ନୁସାରେ କାଗଜ ନୋଟରେ ବି ବ୍ୟାକ୍ଟେରିଆ ରହି ପାରିବେ। ଏହା ପରେ ଦୁନିଆ ସାରା ଡାକ୍ତର ଏପରି କି ଚୀନ ବି ତାଙ୍କ ଦେଶର କାଗଜ ନୋଟକୁ ସାନିଟାଇଜ କରିଛି।