ରାଜ୍ୟରେ ଆଜି ୪୯୪ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ଓ ପୁଣି ଆଜି ଆଉ ୦୨ ମୁଣ୍ଡ ନେଲା କରୋନା । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି । ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୭୯ କୁ ବୃଦ୍ଧି । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫,୦୦୦ କୁ ଟପିଲା ।
କରୋନା ମୃତକ ଗଞ୍ଜାମ ଜିଲ୍ଲାରୁ ଥିଲେ । ଏବେ ସୁଦ୍ଧା ଗଞ୍ଜାମ ଜିଲ୍ଲାରେ କରୋନା ମୃତ୍ୟୁ ସଂଖ୍ୟା ୪୮ କୁ ବୃଦ୍ଧି ହୋଇସାରିଲାଣି ।
ଆଜି ୨୩ ଟି ଜିଲ୍ଲାରୁ ୪୯୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ନୂଆ ୪୯୪ କରୋନା ଆକ୍ରାନ୍ତ ମଧ୍ୟରୁ ୩୨୨ କ୍ଵାରେଣ୍ଟାଇନ୍ ସେଣ୍ଟରରୁ ଓ ୧୭୨ ଜଣ ଲୋକାଲ ଚିହ୍ନଟ ହୋଇଥିବା ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି । ରାଜ୍ୟରେ ମାଡିଚାଲିଛି କରୋନା ଆତଙ୍କ ।
7. Ganjam: 246
8. Jagatsinghpur: 1
9. Jajpur: 15
10. Kalahandi: 2
11. Kendrapada: 11
12. Keonjhar: 10
13. Khurda: 64
14. Koraput: 4
15. Malkangiri: 4
16. Mayurbhanj:14
17. Nabarangpur: 4
18. Nayagarh: 16
19. Nuapada: 9
20. Puri:7
21. Rayagada:1
22. Sambalpur: 4
23. Sundargarh: 10— I & PR Department, Odisha (@IPR_Odisha) July 16, 2020
ଆଜିର ନୂଆ ୪୯୪ କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫,୩୯୨ କୁ ବୃଦ୍ଧି ହୋଇଛି । ରାଜ୍ୟରେ ମୋଟ ଆକ୍ଟିଭ କେସ ୪,୮୧୩, ସୁସ୍ଥ ହୋଇଛନ୍ତି ୧୦,୪୭୬ ଓ ମୃତ ସଂଖ୍ୟା ୭୭ କୁ ପହଁଚିଛି । କାଲି ରାଜ୍ୟରେ ୬୧୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିଲେ ।
କେଉଁ ଜିଲାରୁ କେତେ ଚିହ୍ନଟ:
ଆଜି ୪୯୪ ନୂଆ କରୋନା ଆକ୍ରାନ୍ତ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୪୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ଖୋର୍ଦ୍ଧା ଜିଲ୍ଲାରୁ ୬୪, କଟକରୁ ୩୮, ବାଲେଶ୍ୱରରୁ ୨୧ ଓ ନୟାଗଡରୁ ୧୬ ଜଣ କରୋନା ପଜିଟିଭ ଚିହ୍ନଟ । ଯାଜପୁରରୁ ୧୫ ଜଣ ଓ ମୟୁରଭଞ୍ଜରୁ ୧୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
କେନ୍ଦ୍ରାପଡାରୁ ୧୧ ଜଣ, କେନ୍ଦୁଝରରୁ ୧୦ ଓ ନୂଆପଡ଼ାରୁ ୦୯ ଜଣ ଆକ୍ରାନ୍ତ ଚିହ୍ନଟ । ପୁରୀ ଓ ଭଦ୍ରକରୁ ୦୭ ଜଣ ଲେଖାଏଁ ପଜିଟିଭ ଚିହ୍ନଟ । କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଓ ସମ୍ବଲପୁର ଜିଲ୍ଲାରୁ ୦୪ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ।
ବଲାଙ୍ଗିରରୁ ୦୩ ଜଣ, ବୌଦ୍ଧ ଓ କଳାହାଣ୍ଡିରୁ ୦୨ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ । ଜଗତସିଂହପୁର, ରାୟଗଡା ଓ ଅନୁଗୁଳ ଜିଲ୍ଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ।
ଦେଶର କରୋନା ଖବର:
ଦେଶରେ ୨୪ ଘଣ୍ଟା ମଧ୍ୟରେ ଆଜି ୨୮,୫୩୯ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୫୫୯ ଜଣଙ୍କର ମୃତ୍ୟୁ ହୋଇଛି । ଭାରତରେ ମୋଟ୍ କରୋନା ଅଙ୍କ୍ରାନ୍ତଙ୍କ ସଂଖ୍ୟା ୯,୭୦,୧୬୯ କୁ ବୃଦ୍ଧି ହେଇଛି । ଦେଶରେ ମୋଟ ଆକ୍ଟିଭ କେସ ୩,୩୧,୧୧୬, ସୁସ୍ଥ ହୋଇଛନ୍ତି ୬,୧୩,୭୩୫ ଓ ୨୪,୯୨୯ ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ କରୋନା ମୃତ୍ୟୁ ହାର ୦.୩୨ ପ୍ରତିଶତ କୁ ବୃଦ୍ଧି ହୋଇଛି । ଏବେ ଦେଶରେ କରୋନା ମୃତ୍ୟୁ ହାର ପୂର୍ବ ଅପେକ୍ଷା ଧୀରେ ଧୀରେ ବୃଦ୍ଧି ପାଉଛି ।
ବନ୍ଧୁଗଣ ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପାଇବା ପାଇଁ ଆମର ଏହି ପୋର୍ଟାଲ କୁ ଫୋଲୋ କରନ୍ତୁ । ଯଦି ଏହି ଖବର ଟି ଆପଣଙ୍କ ମନକୁ ପସନ୍ଦ ଆସିଲା ତେବେ ଏହାକୁ ଲାଇକ କରନ୍ତୁ ଓ ସାଙ୍ଗ ମାନଙ୍କୁ ଶେୟର କରନ୍ତୁ ।