ରାଜ୍ୟରେ ଆଜି ୬୧୮ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ଓ ପୁଣି ଆଜି ଆଉ ୦୩ ମୁଣ୍ଡ ନେଲା କରୋନା । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି । ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୭୭ କୁ ବୃଦ୍ଧି । ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୨୪,୦୦୦ କୁ ଟପିଲା ।
୦୩ କରୋନା ମୃତକ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ୦୨ ଓ ଭୁବନେଶ୍ୱରରୁ ଜଣେ ମୃତ । ଗଞ୍ଜାମ ୦୨ ମୃତକ ପୁରୁଷ ଓ ବୟସ ୬୫ ଓ ୮୬ ବର୍ଷ ଥିଲା । ଭୁବନେଶ୍ୱରର ମୃତକ ଜଣକ ୭୨ ବର୍ଷର ପୁରୁଷ ଥିଲେ । ଏବେ ସୁଦ୍ଧା ଗଞ୍ଜାମ ଜିଲ୍ଲାରେ କରୋନା ମୃତ୍ୟୁ ସଂଖ୍ୟା ୪୬ କୁ ବୃଦ୍ଧି ହୋଇସାରିଲାଣି ।
7. Dhenkanal: 2
8. Ganjam: 286
9. Jagatsinghpur: 26
10. Jajpur: 5
11. Jharsuguda: 1
12. Kendrapada: 9
13. Keonjhar: 5
14. Khurda: 107
15. Koraput: 1
16. Malkangiri: 13
17. Mayurbhanj: 21
18. Nayagarh: 15
19. Puri: 5
20. Rayagada: 1
21. Sambalpur: 10
22. Sundargarh: 15— I & PR Department, Odisha (@IPR_Odisha) July 15, 2020
ଆଜି ୨୨ ଟି ଜିଲ୍ଲାରୁ ୬୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ନୂଆ ୬୧୮ କରୋନା ଆକ୍ରାନ୍ତ ମଧ୍ୟରୁ ୪୧୧ କ୍ଵାରେଣ୍ଟାଇନ୍ ସେଣ୍ଟରରୁ ଓ ୨୦୭ ଜଣ ଲୋକାଲ ଚିହ୍ନଟ ହୋଇଥିବା ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି । ଏବେ ଲୋକାଲ କେସ୍ ଚିହ୍ନଟ ବଢିବା ରାଜ୍ୟରେ ଚିନ୍ତାର କାରଣ ହୋଇଛି ।
ଆଜିର ନୂଆ ୬୧୮ କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪,୮୯୮ କୁ ବୃଦ୍ଧି ହୋଇଛି । ରାଜ୍ୟରେ ମୋଟ ଆକ୍ଟିଭ କେସ ୪,୯୩୩, ସୁସ୍ଥ ହୋଇଛନ୍ତି ୯,୮୬୪ ଓ ମୃତ ସଂଖ୍ୟା ୭୭ କୁ ପହଁଚିଛି । କାଲି ରାଜ୍ୟରେ ୬୦୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିଲେ ।
କେଉଁ ଜିଲାରୁ କେତେ ଚିହ୍ନଟ:
ଆଜି ୬୧୮ ନୂଆ କରୋନା ଆକ୍ରାନ୍ତ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୮୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ଖୋର୍ଦ୍ଧା ଜିଲ୍ଲାରୁ ୧୦୭, ବାଲେଶ୍ୱରରୁ ୬୧ ଓ ଜଗତସିଂହପୁରରୁ ୨୬ ଜଣ କରୋନା ପଜିଟିଭ ଚିହ୍ନଟ । ମୟୁରଭଞ୍ଜରୁ ୨୧ ଜଣ ଓ କଟକ ଜିଲ୍ଲାରୁ ୧୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ନୟାଗଡ ଓ ସୁନ୍ଦରଗଡରୁ ୧୫ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ । ଅନୁଗୁଳ ଜିଲ୍ଲାରୁ ୧୪ ଜଣ, ସମ୍ବଲପୁର ଜିଲ୍ଲାରୁ ୧୦ ଜଣ ଓ କେନ୍ଦ୍ରାପଡାରୁ ୦୯ ଜଣ କରୋନା ପଜିଟିଭ ଚିହ୍ନଟ । ଯାଜପୁର, କେନ୍ଦୁଝର ଓ ପୁରୀ ଜିଲ୍ଲାରୁ ୦୫ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ।
ବୌଦ୍ଧ, ବଲାଙ୍ଗିର ଓ ଢେଙ୍କାନାଳରୁ ୦୨ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ । ଝାରସୁଗୁଡା, କୋରାପୁଟ ଓ ରାୟଗଡା ଜିଲ୍ଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ।
New Recoveries: 609
Cumulative Tested: 353824
Positive: 14898
Recovered: 9864
Active Cases: 4933— I & PR Department, Odisha (@IPR_Odisha) July 15, 2020
ଦେଶର କରୋନା ଖବର:
ଦେଶରେ ୨୪ ଘଣ୍ଟା ମଧ୍ୟରେ ଆଜି ୨୫,୨୯୭ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୫୨୭ ଜଣଙ୍କର ମୃତ୍ୟୁ ହୋଇଛି । ଭାରତରେ ମୋଟ୍ କରୋନା ଅଙ୍କ୍ରାନ୍ତଙ୍କ ସଂଖ୍ୟା ୯,୩୬,୯୨୬ କୁ ବୃଦ୍ଧି ହେଇଛି । ଦେଶରେ ମୋଟ ଆକ୍ଟିଭ କେସ ୩,୧୯,୧୩୪, ସୁସ୍ଥ ହୋଇଛନ୍ତି ୫,୯୩,୦୮୮ ଓ ୨୪,୩୧୫ ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ କରୋନା ମୃତ୍ୟୁ ହାର ୦.୩୨ ପ୍ରତିଶତ କୁ ବୃଦ୍ଧି ହୋଇଛି । ଏବେ ଦେଶରେ କରୋନା ମୃତ୍ୟୁ ହାର ପୂର୍ବ ଅପେକ୍ଷା ଧୀରେ ଧୀରେ ବୃଦ୍ଧି ପାଉଛି ।
ବନ୍ଧୁଗଣ ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପାଇବା ପାଇଁ ଆମର ଏହି ପୋର୍ଟାଲ କୁ ଫୋଲୋ କରନ୍ତୁ । ଯଦି ଏହି ଖବର ଟି ଆପଣଙ୍କ ମନକୁ ପସନ୍ଦ ଆସିଲା ତେବେ ଏହାକୁ ଲାଇକ କରନ୍ତୁ ଓ ସାଙ୍ଗ ମାନଙ୍କୁ ଶେୟର କରନ୍ତୁ ।