ରାଜ୍ୟରେ ଆଜି ୫୪୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ଓ ଆଉ ୦୪ ମୁଣ୍ଡ ନେଲା କରୋନା ।

ରାଜ୍ୟରେ ଆଜି ୫୪୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ଓ ଆଉ ୦୪ ମୁଣ୍ଡ ନେଲା କରୋନା, Corona Odisha Update 543 new corona positive tested and 04 death 14th July, Nitidina, Odisha, News, Real Story, Health Tips, Life style, Daily Living, Tips, Job Updates, Yoga, Meditation, Stay Healthy, Save Tree, Save Life, Extended Lockdown, Unlock 2.0

ରାଜ୍ୟରେ ଆଜି ୫୪୩ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ଓ ପୁଣି ଆଜି ଆଉ ୦୪ ଜଣଙ୍କର ମୁଣ୍ଡ ନେଲା କରୋନା । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି । ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୭୪ କୁ ବୃଦ୍ଧି ହୋଇଥିବା ବେଳେ ୧୪,୦୦୦ କୁ ଟପିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଦେଶରେ ୯ ଲକ୍ଷ କୁ ଟପିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ।

କରୋନା ମୃତକ ମଧ୍ୟରୁ ଭୁବନେଶ୍ୱର, କଟକ, ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲାରୁ ଜଣେ ଲେଖାଏଁ ମୃତ । ଏବେ ସୁଦ୍ଧା ଗଞ୍ଜାମ ଜିଲ୍ଲାରେ କରୋନା ମୃତ୍ୟୁ ସଂଖ୍ୟା ୪୪ କୁ ବୃଦ୍ଧି ହୋଇସାରିଲାଣି ।

ଆଜି ୨୩ ଟି ଜିଲ୍ଲାରୁ ୫୪୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ନୂଆ ୫୪୩ କରୋନା ଆକ୍ରାନ୍ତ ମଧ୍ୟରୁ ୩୫୪ କ୍ଵାରେଣ୍ଟାଇନ୍‌ ସେଣ୍ଟରରୁ ଓ ୧୮୯ ଜଣ ଲୋକାଲ ଚିହ୍ନଟ ହୋଇଥିବା ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି । ରାଜ୍ୟରେ ଏବେ ଲୋକାଲ କେସ୍ ଚିହ୍ନଟ ବଢିବା ଅଧିକ ଚିନ୍ତାର କାରଣ ହୋଇଛି ।

ଆଜିର ନୂଆ ୫୪୩ କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪,୨୮୦ କୁ ବୃଦ୍ଧି ହୋଇଛି । ରାଜ୍ୟରେ ମୋଟ ଆକ୍ଟିଭ କେସ ୪,୯୨୯, ସୁସ୍ଥ ହୋଇଛନ୍ତି ୯,୨୫୫ ଓ ମୃତ ସଂଖ୍ୟା ୭୪ କୁ ପହଁଚିଛି । କାଲି ରାଜ୍ୟରେ ୫୦୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିଲେ ।

କେଉଁ ଜିଲାରୁ କେତେ ଚିହ୍ନଟ:

ଆଜି ୫୪୩ ନୂଆ କରୋନା ଆକ୍ରାନ୍ତ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୧୮୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ଖୋର୍ଦ୍ଧା ଜିଲ୍ଲାରୁ ୮୭, ସୁନ୍ଦରଗଡରୁ ୫୨ ଓ କଟକରୁ ୩୯ ଜଣ କରୋନା ପଜିଟିଭ ଚିହ୍ନଟ । ଗଜପତିରୁ ୨୯ ଜଣ ଓ ରାୟଗଡା ଜିଲ୍ଲାରୁ ୨୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

କେନ୍ଦୁଝର ଓ ମୟୁରଭଞ୍ଜରୁ ୨୨ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ । ଜଗତସିଂହପୁର ଜିଲ୍ଲାରୁ ୧୫ ଜଣ, ମାଲକାନାଗିର ଜିଲ୍ଲାରୁ ୧୧ ଜଣ ଓ କେନ୍ଦ୍ରାପଡାରୁ ୧୦ ଜଣ କରୋନା ପଜିଟିଭ ଚିହ୍ନଟ । ବାଲେଶ୍ୱର ଜିଲ୍ଲାରୁ ୦୮ ଜଣ, ପୁରୀ ଓ ବୌଦ୍ଧ ଜିଲ୍ଲାରୁ ୦୭ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ । ଝାରସୁଗୁଡାରୁ ୦୬ ଜଣ କରୋନା ପଜିଟିଭ ଚିହ୍ନଟ ।

ବଲାଙ୍ଗିରରୁ ୦୫ ଜଣ ଓ ବରଗଡରୁ ୦୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ଢେଙ୍କାନାଳ ଓ ସମ୍ବଲପୁର ୦୨ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ । ଅନୁଗୁଳ, ଭଦ୍ରକ, ଯାଜପୁର ଓ ନୟାଗଡ ଜିଲ୍ଲାରୁ ଜଣେ କରୋନା ପଜିଟିଭ ଚିହ୍ନଟ ।

ଦେଶର କରୋନା ଖବର:

ଦେଶରେ ୨୪ ଘଣ୍ଟା ମଧ୍ୟରେ ଆଜି ୧୮,୨୪୮ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୩୯୨ ଜଣଙ୍କର ମୃତ୍ୟୁ ହୋଇଛି । ଭାରତରେ ମୋଟ୍ କରୋନା ଅଙ୍କ୍ରାନ୍ତଙ୍କ ସଂଖ୍ୟା ୯,୦୭,୬୪୫ କୁ ବୃଦ୍ଧି ହେଇଛି । ଦେଶରେ ମୋଟ ଆକ୍ଟିଭ କେସ ୩,୧୧,୪୧୨, ସୁସ୍ଥ ହୋଇଛନ୍ତି ୫,୭୨,୧୧୨ ଓ ୨୩,୭୧୭ ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ କରୋନା ମୃତ୍ୟୁ ହାର ୦.୩୧ ପ୍ରତିଶତ କୁ ବୃଦ୍ଧି ହୋଇଛି । ଏବେ ଦେଶରେ କରୋନା ମୃତ୍ୟୁ ହାର ପୂର୍ବ ଅପେକ୍ଷା ଧୀରେ ଧୀରେ ବୃଦ୍ଧି ପାଉଛି ।

ବନ୍ଧୁଗଣ ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପାଇବା ପାଇଁ ଆମର ଏହି ପୋର୍ଟାଲ କୁ ଫୋଲୋ କରନ୍ତୁ । ଯଦି ଏହି ଖବର ଟି ଆପଣଙ୍କ ମନକୁ ପସନ୍ଦ ଆସିଲା ତେବେ ଏହାକୁ ଲାଇକ କରନ୍ତୁ ଓ ସାଙ୍ଗ ମାନଙ୍କୁ ଶେୟର କରନ୍ତୁ ।

About admin

Blog sharing Information & Tips about Travelling Tips, Health Tips, Daily Living Life, Life Style, Trends and more to help people to Enjoy the beautiful Life.

View all posts by admin →

Leave a Reply

Your email address will not be published. Required fields are marked *