ରାଜ୍ୟରେ ଆଜି ରେକର୍ଡ କଲା କରୋନା, ଆଜି ସର୍ବାଧିକ ୨୪୯୬ ନୂଆ କରୋନା ପଜିଟିଭ ଚିହ୍ନଟ । ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ।

ରାଜ୍ୟରେ ଆଜି ରେକର୍ଡ କଲା କରୋନା, ଆଜି ସର୍ବାଧିକ ୨୪୯୬ ନୂଆ କରୋନା ପଜିଟିଭ ଚିହ୍ନଟ । ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ।, Corona Odisha Update new 2496 tested corona positive and 09 deaths, Nitidina, Odisha, News, Real Story, Health Tips, Life style, Daily Living, Tips, Job Updates, Yoga, Meditation, Stay Healthy, Save Tree, Save Life, Extended Lockdown, Unlock 3.0

ରାଜ୍ୟରେ ଆଜି ରେକର୍ଡ କଲା କରୋନା, ରାଜ୍ୟରେ ପ୍ରଥମ ଥର ପାଇଁ ଆଜି ଗୋଟିଏ ଦିନରେ ୨ ହଜାର ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ । ରାଜ୍ୟରେ ଆଜି ସର୍ବାଧିକ ୨୪୯୬ ନୂଆ କରୋନା ପଜିଟିଭ ଚିହ୍ନଟ । ରାଜ୍ୟରେ ଆଜି ୦୯ ମୁଣ୍ଡ ନେଲା କରୋନା । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି । କରୋନା ଆକ୍ରାନ୍ତ ସଂଖ୍ୟା ରାଜ୍ୟରେ ୫୭ ହଜାରକୁ ଟପିଲା । ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୩୩୩ କୁ ବୃଦ୍ଧି । ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୪୯ ହଜାରକୁ ଟପିଲା ।

୦୯ ମୃତକଙ୍କ ମଧ୍ୟରୁ ସମ୍ବଲପୁରରୁ ସର୍ବାଧିକ ୦୪ ଜଣ ଓ କଟକରୁ ୦୨ ଜଣ ଆକ୍ରାନ୍ତ ମୃତ । ଗଞ୍ଜାମ, କେନ୍ଦୁଝର ଓ ନୟାଗଡରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ମୃତ । ସମ୍ବଲପୁରର ୦୨ ପୁରୁଷ ଓ ୦୨ ମହିଳା କରୋନା ଆକ୍ରାନ୍ତ ମୃତ । ସମ୍ବଲପୁରର ମହିଳା ମୃତକଙ୍କ ବୟସ ୬୫ ଓ ୫୦ ବର୍ଷ ଥିବା ବେଳେ ପୁରୁଷ ମୃତକଙ୍କ ବୟସ ୭୮ ଓ ୭୪ ବର୍ଷ । କଟକ ଜିଲ୍ଲାର ଜଣେ ୬୭ ବର୍ଷୀୟ ମହିଳା ଓ ଜଣେ ୫୦ ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କ ମୃତ୍ୟୁ । ଗଞ୍ଜାମ ଜିଲ୍ଲାର ମୃତକ ଜଣକ ୫୩ ବର୍ଷୀୟ ପୁରୁଷ । କେନ୍ଦୁଝର ଜିଲ୍ଲାର ୫୮ ବର୍ଷୀୟ ବର୍ଷୀୟ ପୁରୁଷ ଆକ୍ରାନ୍ତ ମୃତ । ନୟାଗଡର ୭୫ ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କ ମୃତ ।

ଆଜି ରାଜ୍ୟରେ ୨୯ ଟି ଜିଲ୍ଲାରୁ ୨୪୯୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ନୂଆ କରୋନା ଆକ୍ରାନ୍ତ ମଧ୍ୟରୁ ୧୫୯୧ କ୍ଵାରେଣ୍ଟାଇନ୍‌ ସେଣ୍ଟରରୁ ଓ ୯୦୫ ଜଣ ଲୋକାଲ କେସ ଚିହ୍ନଟ ହୋଇଥିବା ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି । ରାଜ୍ୟରେ ମାଡିଚାଲିଛି କରୋନା ଆତଙ୍କ । ଅନଲକ ୩ ଲାଗୁ ହେବ ପରା ଠାରୁ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୦୦ ତଳକୁ ଖସୁନି ପୁଣି ଆଜି ୨ ର ଅଧିକ ଚିହ୍ନଟ ହୋଇଛନ୍ତି । କେମିତି ଆୟତ କରିବେ ସରକାର ଉଠିଛି ପ୍ରଶ୍ନ ।

ଆଜିର ନୂଆ ୨୪୯୬ କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୭,୧୨୬ କୁ ବୃଦ୍ଧି ହୋଇଛି । ରାଜ୍ୟରେ ମୋଟ ଆକ୍ଟିଭ କେସ ୧୭,୫୩୪, ସୁସ୍ଥ ହୋଇଛନ୍ତି ୩୯,୨୦୬ ଓ ମୃତ ସଂଖ୍ୟା ୩୩୩ କୁ ପହଁଚିଛି । ଗତକାଲି ରାଜ୍ୟରେ ୧୩୦୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ରାଜ୍ୟରେ ଆଜି ରେକର୍ଡ କଲା କରୋନା, ଆଜି ସର୍ବାଧିକ ୨୪୯୬ ନୂଆ କରୋନା ପଜିଟିଭ ଚିହ୍ନଟ । ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ।, Corona Odisha Update new 2496 tested corona positive and 09 deaths, Nitidina, Odisha, News, Real Story, Health Tips, Life style, Daily Living, Tips, Job Updates, Yoga, Meditation, Stay Healthy, Save Tree, Save Life, Extended Lockdown, Unlock 3.0

କେଉଁ ଜିଲାରୁ କେତେ ଚିହ୍ନଟ:

ଆଜି ୨୪୯୬ ନୂଆ କରୋନା ଆକ୍ରାନ୍ତ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୮୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ଗଞ୍ଜାମ ଜିଲ୍ଲାରୁ ୩୨୭ ଜଣ, ବାଲେଶ୍ୱରରୁ ୧୬୫ ଜଣ ଓ ସୁନ୍ଦରଗଡରୁ ୧୫୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାୟଗଡାରୁ ୧୪୬, କୋରାପୁଟରୁ ୧୩୩ ଜଣ, କଟକରୁ ୧୨୮ ଜଣ ଓ ବୌଦ୍ଧରୁ ୧୧୫ ଜଣ କରୋନା ପଜିଟିଭ ଚିହ୍ନଟ । ଭଦ୍ରକରୁ ୧୦୨ ଜଣ ଓ କନ୍ଧମାଳରୁ ୯୮ ଜଣ କରୋନା ପଜିଟିଭ ଚିହ୍ନଟ ।

ପୁରୀରୁ ୯୩ ଜଣ, ବଲାଙ୍ଗିରିରୁ ୯୨ ଓ ସମ୍ବଲପୁର ଜିଲ୍ଲାରୁ ୮୧ ଜଣ ଆକ୍ରାନ୍ତ ଚିହ୍ନଟ । ମାଲକାନଗିରି ଜିଲ୍ଲାରୁ ୭୩ ଜଣ, ଢେଙ୍କାନାଳରୁ ୬୯ ଜଣ ଓ ଗଜପତିରୁ ୬୮ ଜଣ ପଜିଟିଭ ଚିହ୍ନଟ । କେନ୍ଦୁଝରରୁ ୫୧ ଜଣ ଓ କଳାହାଣ୍ଡିରୁ ୪୨ ଜଣ କରୋନା ପଜିଟିଭ ଚିହ୍ନଟ । ବରଗଡ଼ରୁ ୩୬ ଜଣ ଓ ମୟୁରଭଞ୍ଜ ଜିଲ୍ଲାରୁ ୨୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ସୋନପୁରରୁ ୨୦ ଜଣ, ଝାରସୁଗୁଡାରୁ ୧୯ ଜଣ ଓ ନୂଆପଡାରୁ ୧୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଜଗତସିଂହପୁର ଜିଲ୍ଲାରୁ ୧୪ ଜଣ, କେନ୍ଦ୍ରାପଡାରୁ ୧୩ ଜଣ ଓ ଅନୁଗୁଳରୁ ୧୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ଯାଜପୁର ଓ ନବରଙ୍ଗପୁରରୁ ୧୧ ଜଣ ଲେଖାଏଁ କରୋନା ପଜିଟିଭ ଚିହ୍ନଟ । ନୟାଗଡରୁ ୦୪ ଜଣ ଆକ୍ରାନ୍ତ ଚିହ୍ନଟ ।

COVID-19 India | Corona Case Odisha
Google
ଦେଶର କରୋନା ଖବର:

ଦେଶରେ ୨୪ ଘଣ୍ଟା ମଧ୍ୟରେ ଆଜି ୬୫,୦୦୨ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜି ୯୯୬ ଜଣ କରୋନା ଆକ୍ରାନ୍ତ ମୃତ୍ୟୁ । ଭାରତରେ ମୋଟ୍ କରୋନା ଅଙ୍କ୍ରାନ୍ତଙ୍କ ସଂଖ୍ୟା ୨୫,୨୬,୧୯୩ କୁ ବୃଦ୍ଧି ହୋଇଛି । ଦେଶରେ ମୋଟ ଆକ୍ଟିଭ କେସ ୬,୬୬,୦୬୨, ସୁସ୍ଥ ହୋଇଛନ୍ତି ୧୭,୯୭,୫୦୩ ଓ ୪୯,୦୩୬ ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ କରୋନା ମୃତ୍ୟୁ ହାର ୦.୬୮ ପ୍ରତିଶତ କୁ ବୃଦ୍ଧି ହୋଇଛି ।

ବନ୍ଧୁଗଣ ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପାଇବା ପାଇଁ ଆମର ଏହି ପୋର୍ଟାଲ କୁ ଫୋଲୋ କରନ୍ତୁ । ଯଦି ଏହି ଖବର ଟି ଆପଣଙ୍କ ମନକୁ ପସନ୍ଦ ଆସିଲା ତେବେ ଏହାକୁ ଲାଇକ କରନ୍ତୁ ଓ ସାଙ୍ଗ ମାନଙ୍କୁ ଶେୟର କରନ୍ତୁ ।

About admin

Blog sharing Information & Tips about Travelling Tips, Health Tips, Daily Living Life, Life Style, Trends and more to help people to Enjoy the beautiful Life.

View all posts by admin →

Leave a Reply

Your email address will not be published. Required fields are marked *