ବଢୁଛି ଓମିକ୍ରନ ଭ୍ୟାରିଏଣ୍ଟର ମାମଲା, ଲାଗୁ ହେଲା ନାଇଟ କର୍ଫ୍ୟୁ, ରାତି ୧୧ ଟାରୁ ସକାଳ ୫ ଟା ପର୍ଯ୍ୟନ୍ତ ଲାଗୁ

ଓମିକ୍ରନ ଭ୍ୟାରିଏଣ୍ଟର ବଢୁଥିବା ସଂକ୍ରମଣ ମଧ୍ୟରେ ମଧ୍ୟପ୍ରଦେଶ ସରକାର ରାଜ୍ୟରେ ନାଇଟ କର୍ଫ୍ୟୁର ଘୋଷଣା କରିଛନ୍ତି। ମଧ୍ୟପ୍ରଦେଶ ସରକାରଙ୍କ ଘୋଷଣା ଅନୁସାରେ ଏହି ନାଇଟ କର୍ଫ୍ୟୁ ରାତି ୧୧ ଟାରୁ ସକାଳ ୫ ଟା ପର୍ଯ୍ୟନ୍ତ ଲାଗୁରହିବ ବୋଲି ବିଶେଷ ରିପୋର୍ଟରୁ ଜଣା ଯାଇଛି।

ନାଇଟ କର୍ଫ୍ୟୁର ଘୋଷଣା କରି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ କହିଛନ୍ତି କି ରାଜ୍ୟରେ କରୋନାର ବଢୁଥିବା ସଂକ୍ରମଣକୁ ଆଖିରେ ରଖି ଏହି ନାଇଟ କର୍ଫ୍ୟୁ ଘୋଷଣା କରାଯାଇଛି। ଏହି ନାଇଟ କର୍ଫ୍ୟୁ ରାତି ୧୧ ରୁ ସକାଳ ୫ ପର୍ଯ୍ୟନ୍ତ ଲାଗୁରହିବ। ଆବଶ୍ୟକ ପଡିଲେ କିଛି ଆଉ ଉପାୟ ମଧ୍ୟ ଆମେ କରିବୁ।

ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ କହିଛନ୍ତି ମହାରାଷ୍ଟ୍ର, ଦିଲ୍ଲୀ ଓ ଗୁଜୁରାଟରେ ସଂକ୍ରମଣ ଯେଉଁ ଆକାରରେ ବଢୁଛି ତାହା ଚିନ୍ତାର କାରଣ ଅଟେ। ସବୁ ରାଜ୍ୟରୁ ମଧ୍ୟପ୍ରଦେଶ ଯିବା ଆସିବା ଲାଗିରହିଥାଏ। ପୂର୍ଵ ଅନୁମାନ ଅନୁସାରେ ପୂର୍ଵ ଥର ମଧ୍ୟ ମହାରାଷ୍ଟ୍ର ଓ ଗୁଜୁରାଟ ପରେ ମଧ୍ୟପ୍ରଦେଶରେ ସଂକ୍ରମଣ ବଢିଥିଲା। ପୂର୍ବରୁ ମଧ୍ୟ ସବୁଠୁ ଅଧିକ ମାମଲା ଭୋପାଲ ଓ ଇନ୍ଦରରେ ମିଳିଥିଲା। ଏଥର ମଧ୍ୟ ଏହିପରି ହିଁ ଦେଖିବାକୁ ମିଳୁଛି। ସେଥିପାଇଁ ସରକାରଙ୍କୁ ଏହି ନିସ୍ପତି ନେବାକୁ ପଡିଲା।

କହିରଖିବୁକି ରାଜ୍ୟରେ ପୂର୍ଵ ୨୪ ଘଣ୍ଟାରେ ୧୯ ନୂଆ ମାମଲା ସାମ୍ନାକୁ ଆସିଛି। ଏତିକି ସମୟ ମଧ୍ୟରେ ୨୫ ଜଣ ଠିକ ହୋଇଛନ୍ତି। ରାଜ୍ୟରେ ଏବେ ସୁଧା ୧୭୫ ଆକ୍ଟିଭ ମାମଲା ଅଛି।ମଧ୍ୟପ୍ରଦେଶରେ ଏବେ ପର୍ଯ୍ୟନ୍ତ ଓମିକ୍ରନର କୌଣସି ମାମଲା ସାମ୍ନାକୁ ଆସିନାହିଁ। ଦେଶରେ ଏବେ ପର୍ଯ୍ୟନ୍ତ ୩୦୦ରୁ ଅଧିକ ଓମିକ୍ରନର ମାମଲା ସାମ୍ନାକୁ ଆସିସାରିଛି। ମହାରାଷ୍ଟ୍ରରେ ସବୁଠୁ ଅଧିକ ୬୫ ମାମଲା ସାମ୍ନାକୁ ଆସିଛି, ଦିଲ୍ଲୀରେ ୬୪, ତେଲେଙ୍ଗାନାରେ ୨୪,ରାଜସ୍ଥାନରେ ୨୧,କର୍ଣ୍ଣାଟକରେ ୧୯ ଓ କେରଳରେ ୧୫ ମାମଲା ସାମ୍ନାକୁ ଆସିସାରିଛି।

ଦେଶରେ କରୋନାର ନୂଆ ଭ୍ୟାରିଏଣ୍ଟ ଓମିକ୍ରନର ବଢୁଥିବା ମାମଲାକୁ ଦେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାରକୁ ଏହା ଉପରେ ଏକ ମିଟିଙ୍ଗ କରି ସ୍ଥିତିର ସମୀକ୍ଷା କରିଛନ୍ତି। ସୂତ୍ର ଅନୁସାରେ ପ୍ରଧାନମନ୍ତ୍ରୀ ମୋଦି ସ୍ୱାସ୍ଥ୍ୟ ବିଶେଷଜ୍ଞ ଓ ଅଧିକାରୀଙ୍କ ସହ ମହାମାରୀର ସ୍ଥିତି ଉପରେ ସମୀକ୍ଷା କରିଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତଥ୍ୟ ଅନୁସାରେ ରାଜ୍ୟରେ ପୂର୍ଵ ୨୪ ଘଣ୍ଟାରେ ୭୪୯୫ ନୂଆ ମାମଲା ସାମ୍ନାକୁ ଆସିଛି ଓ ଏହା ସହ ୪୩୪ ଲୋକଙ୍କର ମୃତ୍ୟୁ ହୋଇଛି। ଏହି ସମୟରେ ୬୯୬୦ ଲୋକ ସୁସ୍ଥ ମଧ୍ୟ ହୋଇଛନ୍ତି

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *