କରୋନା ରିଟର୍ଣ୍ଣ:ଯଦି ଆପଣଙ୍କ ପରିବାରରେ ବିବାହ ଅଛି ତେବେ ଏହି ସହର ପାଇଁ ଜାଣିରଖନ୍ତୁ ଜରୁରୀ ନିୟମ।

ଦେଶରେ ଅନେକ ସହରରେ କରୋନା ମହାମାରୀର ସଂକ୍ରମଣ ବଢିଚାଲିଛି ଯାହା ଦ୍ୱାରା ଅନେକ ଜାଗାରେ ପୁଣି ପ୍ରବନ୍ଧନ ଆରମ୍ଭ ହୋଇଛି। ଯାହାର ପୁରା ପ୍ରଭାବ ସାମାଜିକ, ସାଂସ୍କୃତିକ ଓ ବିବାହ ଉତ୍ସବରେ ଦେଖିବାକୁ ମିଳିଛି। ବିବାହରେ ମଧ୍ୟ ବନ୍ଧୁ ମାନଙ୍କ ଆସିବାର ସଂଖ୍ୟାରେ କମ ଲୋକ ଆସିବାର ନିୟମ କରାଯାଇଛି। ଯାହା ଦ୍ୱାରା ଉତ୍ସବସବୁ ଫିକା ପଡିଯାଉଛି। ସେଥିପାଇଁ ଯଦି ଆପଣଙ୍କୁ ମହାରାଷ୍ଟ୍ର ବା ହରିଆଣାରେ କୌଣସି ସଂପକୀୟଙ୍କ ବିବାହରେ ସାମିଲ ହେବାର ଅଛି ତେବେ ଏହି ନିୟମକୁ ଭଲସେ ପଢ଼ନ୍ତୁ।

Google

ମହାରାଷ୍ଟ୍ର ଓ ପଞ୍ଜାବରେ ସଂକ୍ରମଣର ସ୍ଥର ବଢିଥିବା ଦେଖି ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ ପ୍ରତିବନ୍ଧକ ଲଗାଇଦିଆଯାଇଛି। ଯେବେକି ବିବାହ ଓ ଅନ୍ତିମ ସଂସ୍କାରରେ ଲୋକ ସାମିଲ ହୋଇପାରିବେ। ଏହି ସ୍ଥାନ ମାନଙ୍କରେ ଅନେକ ସ୍ଥାନରେ କଡା ଲକଡାଉନ କରାଯାଇଥିବା ବେଳେ ଆଉ କିଛି ଜାଗାରେ ରାତ୍ରିକାଳୀନ କଫ୍ୟୁ କରାଯାଇଛି। ଯେବେକି ସିନେମା ହଲ ଓ ରେଷ୍ଟୁରାଣ୍ଟ ଭଳି ଜାଗାରେ ମାସ୍କ ଲଗାଇବା ବାଧ୍ୟ ଅଟେ ବୋଲି ଜଣା ଯାଇଛି।

ମହାରାଷ୍ଟ୍ରରେ ଲୋକଙ୍କ ଏକାଠି ହେବା ଉପରେ ପ୍ରତିବନ୍ଧକ ଓ ବିବାହରେ ମାତ୍ର ୫୦ ଜଣଙ୍କୁ ରହିବାକୁ ଅନୁମତି:

ମହାରାଷ୍ଟ୍ରରେ କରୋନା ମହାମାରୀର ସଂକ୍ରମଣ ସଂଖ୍ୟା ବଢ଼ୁଥିବାରୁ ରାଜ୍ୟ ସରକାରଙ୍କ ତରଫରୁ ନୂଆ ନିର୍ଦେଶମାନ ଜାରି କରାଯାଇଛି। ମହାରାଷ୍ଟ୍ରରେ କୋଭିଡ ଭାଇରସ ସଂକ୍ରମଣ ବଢ଼ୁଥିବାରୁ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ପ୍ରତିବନ୍ଧକ ଲଗାଯାଇଛି ଯାହା ଦ୍ୱାରା ସିନେମା ହଲ, ଅଡିଟୋରିଅମ ଓ ପ୍ରାଇଭେଟ ସଂସ୍ଥା ୫୦% ଲୋକଙ୍କ ସହ ଚାଲିବ। ଏହା ସହିତ ଏହା ମଧ୍ୟ କୁହାଯାଇଛି କି ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହେବ।

Google

ଉଧବ ସରକାର ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅନୁମତି ଦେଇନାହାଁନ୍ତି। ବିବାହ ପାଇଁ ୫୦ ଲୋକଙ୍କ ପାଇଁ ଅନୁମତି ଦିଆଯାଇଛି। ଓ ଶବଦାହରେ ମଧ୍ୟ ୨୦ ରୁ ଅଧିକ ଲୋକ ଯାଇପାରିବେନି ଵୋଲି କୁହାଯାଇଛି।

ପଞ୍ଜାବରେ ବିବାହ ପାଇଁ କେବଳ ୨୦ ଲୋକଙ୍କୁ ଅନୁମତି:

ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପ୍ଟଟେନ ଅମରିଦନ ସିଂହ ପଞ୍ଜାବର ଅଧିକ କୋଭିଡ ବ୍ୟାପିଥିବା ୧୧ ଜିଲ୍ଲାରେ କଡା ପଦକ୍ଷେପ ନିଆଯାଇଛି। ସେଠାରେ ସାମାଜିକ କାର୍ଯ୍ୟକ୍ରମ ଉପରେ ପ୍ରତିବନ୍ଧକ ଲଗାଯାଇଛି କିନ୍ତୁ ମେଡିକାଲ ସବୁ ଜିନିଷ ଖୋଲା ରହିବ। ଏହା ୨୧ ମାର୍ଚ୍ଚରୁ ୩୧ ମାର୍ଚ୍ଚ ଯାଏ ଲାଗୁହେବ।

Google
ଏହି ଜିଲ୍ଲାରେ ଲାଗିଲା ପ୍ରତିବନ୍ଧକ:

ପଞ୍ଜାବର ଲୁଧିଆନା, ଜଳନ୍ଧର, ପାଟିଆଲା, ମୋହାଲି,ଅମୃତସର, ହୋସିଆରପୁର, କଥୁରଥଲା, ସହିସ ଭଗତସିଂହ ନଗର,ଫତେହେଗଡ଼ ସାହିବ, ରୋପଡ଼ ଓ ମୋଲାରେ ସବୁ ସାମାଜିକ କାର୍ଯ୍ୟ ଉପରେ ରୋକ ଲଗାଯାଇଅଛି ବୋଲି ଜଣା ଯାଇଛି। ସବୁ କାର୍ଯ୍ୟରେ ମାତ୍ର ୨୦ ଜଣ ଲୋକଙ୍କୁ ଆସିବାକୁ ଅନୁମତି ଅଛି ଓ ରାତି ୯ ରୁ ସକାଳ ୫ ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ଅଟେ।

ସିନେମା ହଲ କେବଳ ୫୦% ଲୋକଙ୍କ ନେଇ ଚାଲିବାର ଅନୁମତି ଅଛି ଓ ପୁଣିଥରେ ସପିଙ୍ଗ ମହଲକୁ ୧୦୦% ଲୋକଙ୍କୁ ଆସିବାର ନିର୍ଦେଶ ଦିଆଯାଇନାହିଁ। ସାମାଜିକ କାର୍ଯ୍ୟକ୍ରମରେ ବାହାରୁ ମାତ୍ର ୧୦ ଜଣ ହିଁ ଆସିପାରିବାର ଅନୁମତି ଅଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *