୩୨ଟି ଗାଁରେ ଏବେ ତାଣ୍ଡବ କରିବ କରୋନା। ବଣ୍ଡାଘାଟିରେ ପଶିଲା କରୋନା।

ବଣ୍ଡାଘାଟିର ଏହି ସରଳ ପାହାଡ଼ି ମଣିଷଙ୍କ ପାଖରେ ନ କୋରନା ଖବର ଅଛି ନା ସାରା ବିଶ୍ୱକୁ ନିଜ ପଞ୍ଝାରେ ରଖିଥିବା ତାର ମହାବିନାସୀ ଶକ୍ତି ସମ୍ବନ୍ଧରେ ଧାରଣ ଅଛି। ମୁଦୁଲିପଡା ପଞ୍ଚାୟତ ମହକୁମାଠୁ ନେଇ କିସାନୀପଡା ଏମାନଙ୍କ ପାଇଁ କାଲି ଯେମିତି ଥିଲା ଆଜିବି ସେମିତି ଅଛି। ହେଲେ ପ୍ରଥମ ଲହରିରେ ଏହି ଜନଜାତିଙ୍କୁ ଛୁଇଁ ପାରିନଥିବା କରୋନା ଏବେ କିନ୍ତୁ ଘାଟିରେ ପସିଗଲାଣି। ଜଣେ କି ଦୁଇ ଜଣ ନୁହେ ଏହା ଭିତରେ ୧୨ ଜଣଙ୍କୁ ଆକ୍ରାନ୍ତ କଲାଣି। ସେହି ଭିତରୁ ମୁଦୁଲିପଡା ପଞ୍ଚାୟତର ୮ ଜଣ ଏବଂ ଅଣ୍ଡରହଲ ପଞ୍ଚାୟତର ୪ ଜଣ। କୁହାଯାଉଛି ଆନ୍ଧ୍ର ଘାଟ ଉପରେ ନିର୍ଭର କରିବା ଏବଂ ବାହାରୁ ଦାଦନ ଖଟି ଅସୁଥିବା ଲୋକଙ୍କ ଜରିଆରେ ହୁଏତ ଘାଟିକୁ ମହାମାରୀ ପଶିଛି।

Google

ଘଟଣା ଜଣାପଡିବା ପରେ ପ୍ରଶାସନ ଏହି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିବା ସହିତ ଟେଷ୍ଟ ଉପରେ ଜୋର ଦଉଛି। ଡାକ୍ତରୀ ଟିମ ଜରିଆରେ ସଚେତନତା ଉପରେ ଗୁରୁତ୍ୱ ଚାଲିଛି। ଏହିସବୁ ସତ୍ତ୍ୱେ ଲୋକ ବୁଝୁନଥିବାରୁ ବଣ୍ଡା ଘଟିର ୩୨ ଗାଁ କୁ ଭୟ ରହିଲାଣି କରୋନାର। ଏଥିରେ ତାଙ୍କ ସରପଞ୍ଚ କହିଛନ୍ତି କି ଆଗକୁ ଯେମିତି ନ ହବ ସେ ବିଷୟରେ ଚେଷ୍ଟା କରୁଛନ୍ତି ଏବଂ ତାକୁ ରୋକିବା ପାଇଁ ବି ଲୋକଙ୍କୁ ସଚେତନ କରାଯାଉଛି କି ଯେମିତି ଆଗକୁ ଏହା ନ ହଉ କେବେ। ଖାଇରପୁଟର ମେଡ଼ିକାଲ ଅଫିସର ଅନୁସାରେ ସେମାନେ ଦେଖୁଛନ୍ତି ଯେମିତି ଏମାନେ ସବୁ ହୋମ ଆଇସୋଲେସନରେ ରହିବେ ଏବଂ ଏମାନେ ଏବେ ମାଇଲ ଅବସ୍ଥାରେ ଅଛନ୍ତି ଏବଂ ମୋଡରେଟକୁ କେହି ଯାଇନାହାନ୍ତି। ଯେଉଁମାନେ ଅଛନ୍ତି ସେମାନଙ୍କୁ ହୋମ ଆଇସୋଲେସନରେ ରଖାଯାଉଛି ଏବଂ ସେମାନଙ୍କ ଭିତରୁ ୪ ଜଣ ଠିକ ହୋଇସାରିଲେଣି।

ଏପରି ନିୟମଗିରି ପାହାଡରେ ମଧ୍ୟ କରୋନା ସଂକ୍ରମଣର ଭୟ ରହିଛି। ରାୟଗଡାର କଲ୍ୟାଣସିଙ୍ଗପୁର ବ୍ଲକ ପରସଲି ଏବଂ ସୁନାଖଣ୍ଡି ପଞ୍ଚାୟତରେ ୨୦ ଜଣ ଆକ୍ରାନ୍ତ ଚିହ୍ନଟ ହେବାପରେ ଭୟବିତ ଅବସ୍ଥାରେ ଅଛନ୍ତି ଡଙ୍ଗରିଆ କନ୍ଧ ସମାଜ। ସେହିପରି ପାରସଲି ପଞ୍ଚାୟତର ସରପଞ୍ଚ ମଧ୍ୟ ନିଜେ ସଂକ୍ରମିତ ଥିବା କହିବା ସହିତ ଏବେଠୁ ପଦକ୍ଷେପ ନିଆନଗଲେ ସ୍ଥିତି ଭୟଙ୍କର ହେବା ନେଇ ସତର୍କ କରିଛନ୍ତି।ସ୍ଥାନୀୟ ବିଡ଼ିଓଙ୍କ ସହିତ ଏକ ମେଡ଼ିକାଲ ଟିମ ଯାଇ ଚିକିତ୍ସା କରିବା ସହିତ ଔଷଧ ଦେବାସହ ଲୋକଙ୍କୁ ସଚେତନ କରିବାକୁ ଉଦ୍ୟମ କରିଛି। ଅପରପକ୍ଷେ କରୋନା ନିୟମଗିରି ଏବଂ ବଣ୍ଡାଘାଟିକୁ ପହଞ୍ଚି ଯାଇଥିବାରୁ ଆଦିବାସୀଙ୍କ ଅବସ୍ଥାକୁ ନେଇ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଟ୍ୱିଟ କରିଛନ୍ତି।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *