ରାଜ୍ୟରେ ଆଜି ୫୦୦ ରୁ ଅଧିକ କରୋନା ଚିହ୍ନଟ । ଗୋଟିଏ ଦିନରେ ଆଜି ସର୍ବାଧିକ କରୋନା ପଜିଟିଭ ଚିହ୍ନଟ । ରାଜ୍ୟରେ ଆଜି ୫୬୧ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ । ରାଜ୍ୟରେ ଆଜି ଆଉ ୦୨ ଜଣଙ୍କର ମୁଣ୍ଡ ନେଲା କରୋନା । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି । ଆଜି ୧୯ ଟି ଜିଲ୍ଲାରୁ ୫୬୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୨୯ କୁ ବୃଦ୍ଧି ହୋଇଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୦,୨୬୧ ଜଣ କରୋନା ପଜିଟିଭ ଚିହ୍ନଟ ଓ ୩୬୦ ଜଣ କରୋନାରେ ମୃତ୍ୟୁ ହୋଇଛି । ରାଜ୍ୟରେ ୮,୦୦୦ କୁ ଏବଂ ଦେଶରେ ୧୮,୦୦୦ କୁ ଟପିଲା କରୋନା ମୃତ୍ୟୁ ସଂଖ୍ୟା ।
7. Jagatsinghpur: 6
8. Jajpur: 3
9. Jharsuguda: 2
10. Kalahandi: 5
11. Kendrapada: 2
12. Keonjhar: 6
13. Khordha: 26
14. Koraput: 4
15. Mayurbhanj: 10
16. Puri: 1
17. Rayagada: 76
18. Sambalpur: 8
19. Sundargarh: 3
20. NDRF: 1— I & PR Department, Odisha (@IPR_Odisha) July 3, 2020
୫୬୧ ନୂଆ କରୋନା ପଜିଟିଭ ମଧ୍ୟରୁ ୪୨୫ କ୍ଵାରେଣ୍ଟାଇନ୍ ସେଣ୍ଟରରୁ ଓ ୧୩୬ ଜଣ ଲୋକାଲ ଚିହ୍ନଟ ହୋଇଥିବା ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି । ଆଜିର ନୂଆ ୫୬୧ କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮,୧୦୬ କୁ ବୃଦ୍ଧି ହୋଇଛି । ରାଜ୍ୟରେ ମୋଟ ଆକ୍ଟିଭ କେସ ୨,୫୬୭, ସୁସ୍ଥ ହୋଇଛନ୍ତି ୫,୫୦୨ ଓ ମୃତ ସଂଖ୍ୟା ୨୯ କୁ ବୃଦ୍ଧି ହୋଇଛି ।
କେଉଁ ଜିଲାରୁ କେତେ ଚିହ୍ନଟ:
ଆଜି ୫୬୧ ନୂଆ କରୋନା ଆକ୍ରାନ୍ତ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୮୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ଆଜି ଗଞ୍ଜାମ ଜିଲ୍ଲାରେ ଦିଶତକ ମାରିଛି କରୋନା । କଟକ ଜିଲ୍ଲାରେ ୮୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ରାୟଗଡା ଜିଲ୍ଲାରୁ ୭୬ ଜଣ କରୋନା ପଜିଟିଭ ଚିହ୍ନଟ । ଖୋର୍ଦ୍ଧା ଜିଲ୍ଲାରୁ ୨୬ ଜଣ ଓ ବରଗଡ ଜିଲ୍ଲାରୁ ୨୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବଲାଙ୍ଗିର ଜିଲ୍ଲାରୁ ୧୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ।
New Recoveries: 149
Cumulative Tested: 281523
Positive: 8106
Recovered: 5502
Active Cases: 2567— I & PR Department, Odisha (@IPR_Odisha) July 3, 2020
ମୟୁରଭଞ୍ଜ ଜିଲ୍ଲାରୁ ୧୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସମ୍ବଲପୁର ଜିଲ୍ଲାରୁ ୦୮ ଜଣ ଏବଂ ଜଗତସିଂହପୁର ଓ କେଡୁଝର ଜିଲ୍ଲାରୁ ୦୬ ଜଣ ଲେଖାଏଁ କରୋନା ପଜିଟିଭ ଚିହ୍ନଟ । କଳାହାଣ୍ଡି ଜିଲ୍ଲାରୁ ୦୫ ଜଣ ଓ କୋରାପୁଟ ଜିଲ୍ଲାରୁ ୦୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ଢେଙ୍କାନାଳ, ଯାଜପୁର ଓ ସୁନ୍ଦରଗଡ ଜିଲ୍ଲାରୁ ୦୩ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ । କେନ୍ଦ୍ରାପଡା ଓ ଝାରସୁଗୁଡା ଜିଲ୍ଲାରୁ ୦୨ ଜଣ ଲେଖାଏଁ କରୋନା ପଜିଟିଭ ଚିହ୍ନଟ । ଭଦ୍ରକ ଓ ପୁରୀ ଜିଲ୍ଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ।
ଆଜି ଆଉ ଜଣେ ନୂଆ NDRF କର୍ମଚାରୀ କରୋନା ଚିହ୍ନଟ ହୋଇଛନ୍ତି । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି ।
ଦେଶର କରୋନା ଖବର:
ଭାରତରେ ମୋଟ୍ କରୋନା ଅଙ୍କ୍ରାନ୍ତଙ୍କ ସଂଖ୍ୟା ୬,୨୭,୧୬୮ କୁ ବୃଦ୍ଧି ହେଇଛି । ଦେଶରେ ମୋଟ ଆକ୍ଟିଭ କେସ ୨,୨୮,୯୭୫, ସୁସ୍ଥ ହୋଇଛନ୍ତି ୩,୭୯,୯୦୨ ଓ ୧୮,୨୨୫ ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ କରୋନା ମୃତ୍ୟୁ ହାର ୦.୧୬ ପ୍ରତିଶତ କୁ ବୃଦ୍ଧି ହୋଇଛି ।
ବନ୍ଧୁଗଣ ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପାଇବା ପାଇଁ ଆମର ଏହି ପୋର୍ଟାଲ କୁ ଫୋଲୋ କରନ୍ତୁ । ଯଦି ଏହି ଖବର ଟି ଆପଣଙ୍କ ମନକୁ ପସନ୍ଦ ଆସିଲା ତେବେ ଏହାକୁ ଲାଇକ କରନ୍ତୁ ଓ ସାଙ୍ଗ ମାନଙ୍କୁ ଶେୟର କରନ୍ତୁ ।