କରୋନା ଭାଙ୍ଗିଲା ରେକର୍ଡ, ରାଜ୍ୟରେ ସର୍ବାଧିକ ୨୯୨୪ ନୂଆ କରୋନା ପଜିଟିଭ । ଦେଶରେ ଆଜି ଆଉ ଏକ ରେକର୍ଡ କଲା କରୋନା ।

କରୋନା ଭାଙ୍ଗିଲା ରେକର୍ଡ, ରାଜ୍ୟରେ ସର୍ବାଧିକ ୨୯୨୪ ନୂଆ କରୋନା ପଜିଟିଭ । ଦେଶରେ ଆଜି ଆଉ ଏକ ରେକର୍ଡ କଲା କରୋନା ।, Corona Update new 2924 tested corona positive in Odisha and 50 thousand crossed corona death in India, Nitidina, Odisha, News, Real Story, Health Tips, Life style, Daily Living, Tips, Job Updates, Yoga, Meditation, Stay Healthy, Save Tree, Save Life, Extended Lockdown, Unlock 3.0, Corona Record

କରୋନା ଭାଙ୍ଗିଲା ରେକର୍ଡ, ଆଜି ଆଉ ଏକ ରେକର୍ଡ କଲା କରୋନା । ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୫୦ ହଜାରକୁ ଟପିଲା । ରାଜ୍ୟରେ ଆଜି ସର୍ବାଧିକ ୨୯୨୪ ନୂଆ କରୋନା ପଜିଟିଭ ଚିହ୍ନଟ । ରାଜ୍ୟରେ ଆଜି ୧୦ ମୁଣ୍ଡ ନେଲା କରୋନା । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି । କରୋନା ଆକ୍ରାନ୍ତ ସଂଖ୍ୟା ରାଜ୍ୟରେ ୬୦ ହଜାରକୁ ଟପିଲା । ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୩୪୩ କୁ ବୃଦ୍ଧି ।

୧୦ ମୃତକଙ୍କ ମଧ୍ୟରୁ ଗଞ୍ଜାମ ଓ ଭୁବନେଶ୍ୱରରୁ ୦୨ ଲେଖାଏଁ କରୋନା ଆକ୍ରାନ୍ତ ମୃତ । ବଲାଙ୍ଗିର, ଭଦ୍ରକ ଓ ସୋନପୁର ଜଣେ ଲେଖାଏଁ କରୋନା ଆକ୍ରାନ୍ତ ମୃତ । କଟକ, କନ୍ଧମାଳ ଓ ଯାଜପୁରରୁ ମଧ୍ୟ ଜଣେ ଲେଖାଏଁ ଆକ୍ରାନ୍ତ ମୃତ । ଗଞ୍ଜାମର ୦୨ ମୃତକ ୬୭ ଓ ୫୫ ବର୍ଷୀୟ ପୁରୁଷ । ଭବନେଶ୍ୱରର ଜଣେ ୩୨ ବର୍ଷୀୟ ମହିଳା ଓ ଜଣେ ୫୫ ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କ ମୃତ୍ୟୁ । କଟକ ଜିଲ୍ଲାର ମୃତକ ଜଣକ ୬୦ ବର୍ଷୀୟ ପୁରୁଷ । ଯାଜପୁର ଜିଲ୍ଲାର ୬୦ ବର୍ଷୀୟ ବର୍ଷୀୟ ପୁରୁଷ ଆକ୍ରାନ୍ତ ମୃତ । ବଲାଙ୍ଗିରର ୬୨ ବର୍ଷୀୟ ପୁରୁଷ ଓ ଭଦ୍ରକର ୭୫ ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କ ମୃତ । ସୋନପୁରର ୪୫ ଓ କନ୍ଧମାଳର ୫୯ ବର୍ଷୀୟ ପୁରୁଷ ଆକ୍ରାନ୍ତ ମୃତ ।

ଆଜି ରାଜ୍ୟରେ ୩୦ ଟି ଜିଲ୍ଲାରୁ ୨୯୨୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ନୂଆ କରୋନା ଆକ୍ରାନ୍ତ ମଧ୍ୟରୁ ୧୮୧୫ କ୍ଵାରେଣ୍ଟାଇନ୍‌ ସେଣ୍ଟରରୁ ଓ ୧୧୦୯ ଜଣ ଲୋକାଲ କେସ ଚିହ୍ନଟ ହୋଇଥିବା ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି । ରାଜ୍ୟରେ ମାଡିଚାଲିଛି କରୋନା ଆତଙ୍କ । ଅନଲକ ୩ ଲାଗୁ ହେବ ପରା ଠାରୁ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୦୦ ତଳକୁ ଖସୁନି ପୁଣି ଆଜି ୨ ର ଅଧିକ ଚିହ୍ନଟ ହୋଇଛନ୍ତି । କେମିତି ଆୟତ କରିବେ ସରକାର ଉଠିଛି ପ୍ରଶ୍ନ ।

ଆଜିର ନୂଆ ୨୯୨୪ କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୦,୦୫୦ କୁ ବୃଦ୍ଧି ହୋଇଛି । ରାଜ୍ୟରେ ମୋଟ ଆକ୍ଟିଭ କେସ ୧୮,୯୨୮, ସୁସ୍ଥ ହୋଇଛନ୍ତି ୪୦,୭୨୬ ଓ ମୃତ ସଂଖ୍ୟା ୩୪୩ କୁ ପହଁଚିଛି । ଗତକାଲି ରାଜ୍ୟରେ ୧୫୨୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

କରୋନା ଭାଙ୍ଗିଲା ରେକର୍ଡ, ରାଜ୍ୟରେ ସର୍ବାଧିକ ୨୯୨୪ ନୂଆ କରୋନା ପଜିଟିଭ । ଦେଶରେ ଆଜି ଆଉ ଏକ ରେକର୍ଡ କଲା କରୋନା ।, Corona Update new 2924 tested corona positive in Odisha and 50 thousand crossed corona death in India, Nitidina, Odisha, News, Real Story, Health Tips, Life style, Daily Living, Tips, Job Updates, Yoga, Meditation, Stay Healthy, Save Tree, Save Life, Extended Lockdown, Unlock 3.0, Corona Record

କେଉଁ ଜିଲାରୁ କେତେ ଚିହ୍ନଟ:

ଆଜି ୨୯୨୪ ନୂଆ କରୋନା ଆକ୍ରାନ୍ତ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୮୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ଗଞ୍ଜାମ ଜିଲ୍ଲାରୁ ୩୧୮ ଜଣ, ଯାଜପୁରରୁ ୨୦୦ ଜଣ ଓ କଟକରୁ ୧୮୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡରୁ ୧୬୧, ପୁରୀରୁ ୧୪୪ ଜଣ ଓ ନୟାଗଡରୁ ୧୪୨ ଜଣ କରୋନା ପଜିଟିଭ ଚିହ୍ନଟ । ମୟୁରଭଞ୍ଜରୁ ୧୩୬ ଜଣ ଓ ବାଲେଶ୍ୱରରୁ ୧୨୭ ଜଣ କରୋନା ପଜିଟିଭ ଚିହ୍ନଟ ।

ରାୟଗଡ଼ାରୁ ୧୧୬ ଜଣ, ଭଦ୍ରକରୁ ୧୦୭ ଓ କୋରାପୁଟ ଜିଲ୍ଲାରୁ ୯୫ ଜଣ ଆକ୍ରାନ୍ତ ଚିହ୍ନଟ । ମାଲକାନଗିରି ଜିଲ୍ଲାରୁ ୯୩ ଜଣ, ଓ ଗଜପତିରୁ ୭୧ ଜଣ ପଜିଟିଭ ଚିହ୍ନଟ । କେନ୍ଦ୍ରାପଡାରୁ ୬୦ ଜଣ ଓ କନ୍ଧମାଳରୁ ୫୦ ଜଣ କରୋନା ପଜିଟିଭ ଚିହ୍ନଟ । ବରଗଡ଼ରୁ ୪୮ ଜଣ ଓ ଜଗତସିଂହପୁର ଜିଲ୍ଲାରୁ ୪୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ସୋନପୁରରୁ ୩୮ ଜଣ ଓ ଢେଙ୍କାନାଳରୁ ୪୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସମ୍ବଲପୁର ଓ ଅନୁଗୁଳରୁ ୩୭ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ । ଝାରସୁଗୁଡାରୁ ୩୦ ଜଣ କରୋନା ପଜିଟିଭ ଚିହ୍ନଟ । କଳାହାଣ୍ଡି ଓ ବଲାଙ୍ଗିରରୁ ୨୭ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ । ନବରଙ୍ଗପୁର ଓ କେନ୍ଦୁଝରରୁ ୨୬ ଲେଖାଏଁ ଆକ୍ରାନ୍ତ ଚିହ୍ନଟ । ନୂଆପଡାରୁ ୨୦ ଜଣ, ଦେବଗଡରୁ ୧୬ ଓ ବୌଦ୍ଧରୁ ୦୮ ଜଣ କରୋନା ପଜିଟିଭ ଚିହ୍ନଟ ।

COVID-19 Outbreak Cases in India
Google
ଦେଶର କରୋନା ଖବର:

ଦେଶରେ ୨୪ ଘଣ୍ଟା ମଧ୍ୟରେ ଆଜି ୬୩,୪୯୦ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜି ୯୪୪ ଜଣ କରୋନା ଆକ୍ରାନ୍ତ ମୃତ୍ୟୁ । ଭାରତରେ ମୋଟ୍ କରୋନା ଅଙ୍କ୍ରାନ୍ତଙ୍କ ସଂଖ୍ୟା ୨୫,୯୧,୧୮୮ କୁ ବୃଦ୍ଧି ହୋଇଛି । ଦେଶରେ ମୋଟ ଆକ୍ଟିଭ କେସ ୬,୭୭,୬୪୭, ସୁସ୍ଥ ହୋଇଛନ୍ତି ୧୮,୬୨,୯୩୭ ଓ ୫୦,୧୧୨ ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ କରୋନା ମୃତ୍ୟୁ ହାର ୦.୬୮ ପ୍ରତିଶତ କୁ ବୃଦ୍ଧି ହୋଇଛି ।

ବନ୍ଧୁଗଣ ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପାଇବା ପାଇଁ ଆମର ଏହି ପୋର୍ଟାଲ କୁ ଫୋଲୋ କରନ୍ତୁ । ଯଦି ଏହି ଖବର ଟି ଆପଣଙ୍କ ମନକୁ ପସନ୍ଦ ଆସିଲା ତେବେ ଏହାକୁ ଲାଇକ କରନ୍ତୁ ଓ ସାଙ୍ଗ ମାନଙ୍କୁ ଶେୟର କରନ୍ତୁ ।

About admin

Blog sharing Information & Tips about Travelling Tips, Health Tips, Daily Living Life, Life Style, Trends and more to help people to Enjoy the beautiful Life.

View all posts by admin →

Leave a Reply

Your email address will not be published. Required fields are marked *