ରାଜ୍ୟରେ ୨ ଲକ୍ଷ କୁ ଟପିଲା କରୋନା ଆକ୍ରାନ୍ତ ସଂଖ୍ୟା । ରାଜ୍ୟରେ ଆଜି ୪୨୦୮ ନୂଆ କରୋନା ପଜିଟିଭ ଚିହ୍ନଟ । ରାଜ୍ୟରେ ଆଜି ୧୫ ମୁଣ୍ଡ ନେଲା କରୋନା । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି । ରାଜ୍ୟରେ ଆଜି କରୋନା ମୃତ୍ୟୁ ସଂଖ୍ୟା ୭୬୭ କୁ ବୃଦ୍ଧି ।
ଆଜି ରାଜ୍ୟରେ ୩୦ ଟି ଜିଲ୍ଲା ଓ ଷ୍ଟେଟ ପୁଲରୁ ୪୨୦୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ନୂଆ କରୋନା ଆକ୍ରାନ୍ତ ମଧ୍ୟରୁ ୨୪୬୨ କ୍ଵାରେଣ୍ଟାଇନ୍ ସେଣ୍ଟରରୁ ଓ ୧୭୪୬ ଜଣ ଲୋକାଲ କେସ ଚିହ୍ନଟ ହୋଇଥିବା ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି ।
Covid-19 Report For 24th September
New Positive Cases: 4208
In quarantine: 2462
Local contacts: 1746(Details of local contacts will be shared by concerned Dist Administration)
District Wise Cases
1. Angul: 194
2. Balasore: 118
3. Bargarh: 114
4. Bhadrak: 48
5. Balangir: 76— I & PR Department, Odisha (@IPR_Odisha) September 25, 2020
22. Mayurbhanj: 154
23. Nawrangpur: 131
24. Nayagarh: 52
25. Nuapada: 175
26. Puri: 199
27. Rayagada: 61
28. Sambalpur: 131
29. Sonepur: 26
30. Sundargarh: 80
31. State Pool: 224New Recovery: 3779
Cumulative Tested: 3009183
Positive: 201096
Recovered: quote
Active Cases: 39232— I & PR Department, Odisha (@IPR_Odisha) September 25, 2020
ଆଜିର ନୂଆ ୪୨୦୮ କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨, ୦୧,୦୯୬ କୁ ବୃଦ୍ଧି ହୋଇଛି । ରାଜ୍ୟରେ ମୋଟ ସୁସ୍ଥ ହୋଇଛନ୍ତି ୧,୬୧,୦୪୪, ଆକ୍ଟିଭ କେସ ୩୯,୨୩୨ ଓ ମୃତ ସଂଖ୍ୟା ୭୬୭ କୁ ପହଁଚିଲା । ଗତକାଲି ରାଜ୍ୟରେ ୩୭୭୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।
କେଉଁ ଜିଲାରୁ କେତେ ଚିହ୍ନଟ:
ଆଜି ୪୨୦୮ ନୂଆ କରୋନା ଆକ୍ରାନ୍ତ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୨୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । କଟକରୁ ୪୬୫ ଜଣ, ଯାଜପୁରରୁ ୨୩୭ ଜଣ ଓ ଷ୍ଟେଟ୍ ପୁଲ୍ ରୁ ୨୨୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପୁରୀରୁ ୧୯୯ ଜଣ, ଅନୁଗୁଳରୁ ୧୯୪ ଜଣ ଓ ଜଗତସିଂହପୁରରୁ ୧୮୧ ଜଣ କରୋନା ପଜିଟିଭ ଚିହ୍ନଟ । ନୂଆପଡାରୁ ୧୭୫ ଜଣ ଓ ମୟୁରଭଞ୍ଜରୁ ୧୫୪ ଜଣ କରୋନା ପଜିଟିଭ ଚିହ୍ନଟ ।
ନବରଙ୍ଗପୁର ଓ ସମ୍ବଲପୁରରୁ ୧୩୧ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ । ବାଲେଶ୍ୱରରୁ ୧୧୮ ଜଣ, କଳାହାଣ୍ଡିରୁ ୧୧୬ ଜଣ ଓ ବରଗଡ଼ରୁ ୧୧୪ ଆକ୍ରାନ୍ତ ଚିହ୍ନଟ । କେନ୍ଦ୍ରାପଡାରୁ ୧୧୦ ଜଣ, କନ୍ଧମାଳରୁ ୧୦୨ ଓ କେନ୍ଦୁଝରରୁ ୮୨ ଜଣ କରୋନା ପଜିଟିଭ ଚିହ୍ନଟ । ଝାରସୁଗୁଡାରୁ ୮୧ ଜଣ, ସୁନ୍ଦରଗଡରୁ ୮୦ ଜଣ ଓ ବଲାଙ୍ଗିରରୁ ୭୬ ଜଣ ପଜିଟିଭ ଚିହ୍ନଟ । କୋରାପୁଟରୁ ୭୨ ଜଣ, ଢେଙ୍କାନାଳରୁ ୬୮ ଓ ଗଞ୍ଜାମରୁ ୬୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ।

ମାଲକାନଗିରିରୁ ଓ ରାୟଗଡାରୁ ୬୧ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୟାଗଡ ଜିଲ୍ଲାରୁ ୫୨ ଜଣ, ଭଦ୍ରକରୁ ୪୮ ଜଣ ଓ ବୌଦ୍ଧ ରୁ ୨୯ ଜଣ ଆକ୍ରାନ୍ତ ଚିହ୍ନଟ । ସୋନପୁରରୁ ୨୬ ଜଣ, ଦେବଗଡରୁ ୨୦ ଓ ଗଜପତିରୁ ୧୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ।
କରୋନା ମୃତ୍ୟୁ ସଂଖ୍ୟା:
୧୫ ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୦୪ ଜଣ କରୋନା ଆକ୍ରାନ୍ତ ମୃତ । ପୁରୀରୁ ୦୩ ଜଣ ଓ ମୟୁରଭଞ୍ଜରୁ ୦୨ ଜଣ କରୋନା ଆକ୍ରାନ୍ତ ମୃତ୍ୟୁ । ରାୟଗଡା, କେନ୍ଦ୍ରାପଡା ଓ କନ୍ଧମାଳରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ । କଟକ, ବଲାଙ୍ଗିର ଓ ଅନୁଗୁଳ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତ ମୃତ ।
ଖୋର୍ଦ୍ଧାର ୦୪ ମୃତକ ଭୁବନେଶ୍ୱରରୁ ୬୦, ୬୩, ୭୦ ଓ ୭୬ ବର୍ଷୀୟ ପୁରୁଷ । ପୁରୀ ଜିଲ୍ଲାର ୦୪ ମୃତକ ମଧ୍ୟରୁ ୨ ଜଣ ୬୦ ଓ ୮୪ ବର୍ଷୀୟ ପୁରୁଷ ଏବଂ ଜଣେ ୬୦ ବର୍ଷିୟ ମହିଳା ଆକ୍ରାନ୍ତଙ୍କ ମୃତ୍ୟୁ । ମୟୁରଭଞ୍ଜର ଜଣେ ୫୯ ବର୍ଷୀୟ ପୁରୁଷ ଓ ଅନ୍ୟ ଜଣେ ୪୫ ବର୍ଷୀୟ ମହିଳାଙ୍କ ମୃତ୍ୟୁ । ଅନୁଗୁଳର ୬୦ ବର୍ଷୀୟ, ବଲାଙ୍ଗିରର ୬୭ ବର୍ଷୀୟ, କେନ୍ଦ୍ରାପଡାର ୮୧ ବର୍ଷୀୟ ପୁରୁଷ ଆକ୍ରାନ୍ତ ମୃତ । କନ୍ଧମାଳରୁ ୫୦ ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କ ମୃତ୍ୟୁ । କଟକର ୭୨ ବର୍ଷୀୟ ଓ ରାୟଗଡାର ୫୬ ବର୍ଷୀୟ ମହିଳା ଆକ୍ରାନ୍ତଙ୍କ ମୃତ୍ୟୁ ।
ଦେଶର କରୋନା ଖବର:
ଦେଶରେ ୨୪ ଘଣ୍ଟା ମଧ୍ୟରେ ଆଜି ୮୬,୦୫୨ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜି ୧,୧୪୧ ଜଣ କରୋନା ଆକ୍ରାନ୍ତ ମୃତ୍ୟୁ । ଭାରତରେ ମୋଟ୍ କରୋନା ଅଙ୍କ୍ରାନ୍ତଙ୍କ ସଂଖ୍ୟା ୫୮,୧୮,୫୭୧ କୁ ବୃଦ୍ଧି ହୋଇଛି । ଦେଶରେ ମୋଟ ଆକ୍ଟିଭ କେସ ୯,୭୦,୧୧୬ ସୁସ୍ଥ ହୋଇଛନ୍ତି ୪୭,୫୬,୧୬୫ ଓ ୯୨,୩୧୭ ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ କରୋନା ମୃତ୍ୟୁ ହାର ୦.୮୩ ପ୍ରତିଶତ କୁ ବୃଦ୍ଧି ହୋଇଛି ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।