ରାଜ୍ୟରେ ଆଜି ଆଉ ୦୨ ଜଣଙ୍କର ମୁଣ୍ଡ ନେଲା କରୋନା । ରାଜ୍ୟରେ ଆଜି ୪୬୯ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି । ଆଜି ୨୦ ଟି ଜିଲ୍ଲାରୁ ୪୬୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୩୬ କୁ ବୃଦ୍ଧି ହୋଇଛି । ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯,୦୦୦ କୁ ଟପିଲା ।
୪୬୯ ନୂଆ କରୋନା ପଜିଟିଭ ମଧ୍ୟରୁ ୩୧୭ କ୍ଵାରେଣ୍ଟାଇନ୍ ସେଣ୍ଟରରୁ ଓ ୧୫୨ ଜଣ ଲୋକାଲ ଚିହ୍ନଟ ହୋଇଥିବା ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି । ଆଜିର ନୂଆ ୪୬୯ କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯,୦୭୦ କୁ ବୃଦ୍ଧି ହୋଇଛି । ରାଜ୍ୟରେ ମୋଟ ଆକ୍ଟିଭ କେସ ୩,୦୯୦, ସୁସ୍ଥ ହୋଇଛନ୍ତି ୫,୯୩୪ ଓ ମୃତ ସଂଖ୍ୟା ୩୬ କୁ ପହଁଚିଛି ।
7. Ganjam: 116
8. Jajpur: 25
9. Kalahandi: 2
10. Kandhamal: 1
11. Kendrapada: 5
12. Keonjhar: 25
13. Khordha: 27
14. Malkangiri: 1
15. Mayurbhanj: 6
16. Nawarangapur: 2
17. Nayagarh: 24
18. Puri: 8
19. Sambalpur: 13
20. Sundergarh: 66— I & PR Department, Odisha (@IPR_Odisha) July 5, 2020
ଆଜି ଆଉ ୦୪ ନୂଆ NDRF କର୍ମଚାରୀ କରୋନା ଚିହ୍ନଟ ହୋଇଛନ୍ତି । ଅମ୍ପନ ମୁକାବିଲା କରି ଫେରିଥିବା ୦୪ NDRF କର୍ମଚାରୀ କରୋନା ପଜିଟିଭ ଚିହ୍ନଟ । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି ।
କେଉଁ ଜିଲାରୁ କେତେ ଚିହ୍ନଟ:
ଆଜି ୪୬୯ ନୂଆ କରୋନା ଆକ୍ରାନ୍ତ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୧୧୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । କଟକ ଜିଲ୍ଲାରୁ ୯୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ସୁନ୍ଦରଗଡ ଜିଲ୍ଲାରୁ ୬୬ ଜଣ କରୋନା ପଜିଟିଭ ଚିହ୍ନଟ । ଖୋର୍ଦ୍ଧା ଜିଲ୍ଲାରୁ ୨୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାଜପୁର ଓ କେନ୍ଦୁଝର ଜିଲ୍ଲାରୁ ୨୫ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ।
ନୟାଗଡ ଜିଲ୍ଲାରୁ ୨୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଭଦ୍ରକ ଜିଲ୍ଲାରୁ ୧୬ ଜଣ ଓ ସମ୍ବଲପୁର ଜିଲ୍ଲାରୁ ୧୩ ଜଣ କରୋନା ପଜିଟିଭ ଚିହ୍ନଟ । ଗଜପତିରୁ ୧୨ ଜଣ ଓ ଅନୁଗୁଳ ଜିଲ୍ଲାରୁ ୧୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ବାଲେଶ୍ୱର ଓ ପୁରୀ ଜିଲ୍ଲାରୁ ୦୮ ଜଣ ଲେଖାଏଁ କରୋନା ପଜିଟିଭ ଚିହ୍ନଟ ।
21. NDRF personnel: 4
(Returned from Amphan duty)New Recoveries: 229
Cumulative Tested: 292407
Positive: 9070
Recovered: 5934
Active Cases: 3090— I & PR Department, Odisha (@IPR_Odisha) July 5, 2020
ମୟୁରଭଞ୍ଜ ଜିଲ୍ଲାରୁ ୦୬ ଓ କେନ୍ଦ୍ରାପଡା ଜିଲ୍ଲାରୁ ୦୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ବଲାଙ୍ଗିର ଜିଲ୍ଲାରୁ ୦୩ ଜଣ କରୋନା ପଜିଟିଭ ଚିହ୍ନଟ । କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାରୁ ୦୨ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ । କନ୍ଧମାଳ ଓ ମାଲକାନଗିର ଜିଲ୍ଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ।
ଦେଶର କରୋନା ଖବର:
ଭାରତରେ ମୋଟ୍ କରୋନା ଅଙ୍କ୍ରାନ୍ତଙ୍କ ସଂଖ୍ୟା ୬,୭୩,୯୩୨ କୁ ବୃଦ୍ଧି ହେଇଛି । ଦେଶରେ ମୋଟ ଆକ୍ଟିଭ କେସ ୨,୪୫,୫୨୫, ସୁସ୍ଥ ହୋଇଛନ୍ତି ୪,୦୯,୦୬୨ ଓ ୧୯,୨୭୯ ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ କରୋନା ମୃତ୍ୟୁ ହାର ୦.୧୯ ପ୍ରତିଶତ କୁ ବୃଦ୍ଧି ହୋଇଛି ।
ବନ୍ଧୁଗଣ ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପାଇବା ପାଇଁ ଆମର ଏହି ପୋର୍ଟାଲ କୁ ଫୋଲୋ କରନ୍ତୁ । ଯଦି ଏହି ଖବର ଟି ଆପଣଙ୍କ ମନକୁ ପସନ୍ଦ ଆସିଲା ତେବେ ଏହାକୁ ଲାଇକ କରନ୍ତୁ ଓ ସାଙ୍ଗ ମାନଙ୍କୁ ଶେୟର କରନ୍ତୁ ।