ଓଡ଼ିଶାରେ ଲକ୍ଷେ ଟପିଲା କରୋନା ଆକ୍ରାନ୍ତ ସଂଖ୍ୟା, ୩୦୧୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ।

ଓଡ଼ିଶାରେ ଲକ୍ଷେ ଟପିଲା କରୋନା ଆକ୍ରାନ୍ତ ସଂଖ୍ୟା, ୩୦୧୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ।, Corona Update Odisha new .014 tested corona positive Odisha crossed 1 lakhs corona positive case, Nitidina, Odisha, News, Real Story, Health Tips, Life style, Daily Living, Tips, Job Updates, Yoga, Meditation, Stay Healthy, Save Tree, Save Life, Extended Lockdown, Unlock 3.0, Corona Record

ରାଜ୍ୟରେ ଆଜି ୩୦୧୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କରୋନା ଆକ୍ରାନ୍ତ ସଂଖ୍ୟା ରାଜ୍ୟରେ ୧ ଲକ୍ଷକୁ ଟପିଲା । ଆଜି ରାଜ୍ୟରେ ୨୯ ଟି ଜିଲ୍ଲାରୁ ୩୦୧୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ନୂଆ କରୋନା ଆକ୍ରାନ୍ତ ମଧ୍ୟରୁ ୧୮୬୮ କ୍ଵାରେଣ୍ଟାଇନ୍‌ ସେଣ୍ଟରରୁ ଓ ୧୧୪୬ ଜଣ ଲୋକାଲ କେସ ଚିହ୍ନଟ ହୋଇଥିବା ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି । ରାଜ୍ୟରେ ମାଡିଚାଲିଛି କରୋନା ଆତଙ୍କ । ରାଜ୍ୟରେ ଆଜି ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୦୦୦ ଅଧିକ ଚିହ୍ନଟ ହୋଇଛନ୍ତି । ଏବେ କରୋନା ଆକ୍ରାନ୍ତ ରାଜ୍ୟରେ ଦିନ କୁ ଦିନ ବଢିଚାଲିଛି ।

ଆଜିର ନୂଆ ୩୦୧୪ କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୦୦,୯୩୪ କୁ ବୃଦ୍ଧି ହୋଇଛି । ରାଜ୍ୟରେ ମୋଟ ସୁସ୍ଥ ହୋଇଛନ୍ତି ୭୦,୭୧୪ ଓ ଆକ୍ଟିଭ କେସ ୨୯,୬୮୫ । ଗତକାଲି ରାଜ୍ୟରେ ୨୮୮୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

କେଉଁ ଜିଲାରୁ କେତେ ଚିହ୍ନଟ:

ଆଜି ୩୦୧୪ ନୂଆ କରୋନା ଆକ୍ରାନ୍ତ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୮୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । କଟକରୁ ୩୩୭ ଜଣ, ମୟୁରଭଞ୍ଜରୁ ୨୯୨ ଓ ଗଞ୍ଜାମ ଜିଲ୍ଲାରୁ ୨୧୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବାଲେଶ୍ୱର ଜିଲ୍ଲାରୁ ୧୩୮ ଜଣ, ବରଗଡ଼ରୁ ୧୨୪ ଜଣ ଓ ପୁରୀରୁ ୧୧୮ ଜଣ କରୋନା ପଜିଟିଭ ଚିହ୍ନଟ । କୋରାପୁଟରୁ ୧୨୦ ଜଣ, ରାୟଗଡ଼ାରୁ ୧୦୪ ଓ ସମ୍ବଲପୁରରୁ ୧୦୨ ଜଣ କରୋନା ପଜିଟିଭ ଚିହ୍ନଟ ।

ସୁନ୍ଦରଗଡରୁ ୯୧ ଜଣ, କେନ୍ଦୁଝରରୁ ୬୮ ଓ ଜଗତସିଂହପୁରରୁ ୬୬ ଓ କନ୍ଧମାଳରୁ ୬୦ କରୋନା ଆକ୍ରାନ୍ତ ଚିହ୍ନଟ । ଢେଙ୍କାନାଳ ଓ ମାଲକାନଗିରିରୁ ୪୯ ଜଣ ଲେଖାଏଁ ପଜିଟିଭ ଚିହ୍ନଟ । ଝାରସୁଗୁଡାରୁ ୪୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ସୋନପୁର ଓ କେନ୍ଦ୍ରାପଡାରୁ ୪୪ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଓଡ଼ିଶାରେ ଲକ୍ଷେ ଟପିଲା କରୋନା ଆକ୍ରାନ୍ତ ସଂଖ୍ୟା, ୩୦୧୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ।, Corona Update Odisha new .014 tested corona positive Odisha crossed 1 lakhs corona positive case, Nitidina, Odisha, News, Real Story, Health Tips, Life style, Daily Living, Tips, Job Updates, Yoga, Meditation, Stay Healthy, Save Tree, Save Life, Extended Lockdown, Unlock 3.0, Corona Record

ଭଦ୍ରକ ଓ କଳାହାଣ୍ଡିରୁ ୪୦ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ । ଯାଜପୁର ଓ ନବରଙ୍ଗପୁରରୁ ୩୮ ଜଣ ଲେଖାଏଁ କରୋନା ପଜିଟିଭ ଚିହ୍ନଟ । ବଲାଙ୍ଗିରରୁ ୩୫ ଜଣ, ନୟାଗଡରୁ ୨୯ ଓ ଅନୁଗୁଳରୁ ୨୫ ଜଣ ଆକ୍ରାନ୍ତ ଚିହ୍ନଟ । ଗଜପତିରୁ ୦୯ ଜଣ, ନୂଆପଡ଼ାରୁ ୦୭ ଓ ଦେବଗଡାରୁ ୦୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ।

ଦେଶର କରୋନା ଖବର:

ଦେଶରେ ୨୪ ଘଣ୍ଟା ମଧ୍ୟରେ ଆଜି ସର୍ବାଧିକ ୭୮,୭୬୧ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜି ୯୪୮ ଜଣ କରୋନା ଆକ୍ରାନ୍ତ ମୃତ୍ୟୁ । ଭାରତରେ ମୋଟ୍ କରୋନା ଅଙ୍କ୍ରାନ୍ତଙ୍କ ସଂଖ୍ୟା ୩୫,୪୨,୭୩୩ କୁ ବୃଦ୍ଧି ହୋଇଛି । ଦେଶରେ ମୋଟ ଆକ୍ଟିଭ କେସ ୭,୬୫,୩୦୨ ସୁସ୍ଥ ହୋଇଛନ୍ତି ୨୭,୧୩,୯୩୪ ଓ ୬୩,୪୯୮ ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ କରୋନା ମୃତ୍ୟୁ ହାର ୦.୭୫ ପ୍ରତିଶତ କୁ ବୃଦ୍ଧି ହୋଇଛି ।

ବନ୍ଧୁଗଣ ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପାଇବା ପାଇଁ ଆମର ଏହି ପୋର୍ଟାଲ କୁ ଫୋଲୋ କରନ୍ତୁ । ଯଦି ଏହି ଖବର ଟି ଆପଣଙ୍କ ମନକୁ ପସନ୍ଦ ଆସିଲା ତେବେ ଏହାକୁ ଲାଇକ କରନ୍ତୁ ଓ ସାଙ୍ଗ ମାନଙ୍କୁ ଶେୟର କରନ୍ତୁ ।

About admin

Blog sharing Information & Tips about Travelling Tips, Health Tips, Daily Living Life, Life Style, Trends and more to help people to Enjoy the beautiful Life.

View all posts by admin →

Leave a Reply

Your email address will not be published. Required fields are marked *