ରାଜ୍ୟରେ ଆଜି ୧୩୩୭ ନୂଆ କରୋନା ପଜିଟିଭ ଓ ୦୯ ମୁଣ୍ଡ ନେଲା କରୋନା । ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ।

ରାଜ୍ୟରେ ଆଜି ୧୩୩୭ ନୂଆ କରୋନା ପଜିଟିଭ ଓ ୦୯ ମୁଣ୍ଡ ନେଲା କରୋନା । ଜାଣନ୍ତୁ କେଉଁ ଜିଲାରୁ କେତେ ।, Corona Update Odisha new 1337 tested corona positive and 09 deaths, Nitidina, Odisha, News, Real Story, Health Tips, Life style, Daily Living, Tips, Job Updates, Yoga, Meditation, Stay Healthy, Save Tree, Save Life, Extended Lockdown, Unlock 3.0

ରାଜ୍ୟରେ ଆଜି ୧୩୩୭ ନୂଆ କରୋନା ପଜିଟିଭ ଚିହ୍ନଟ । ରାଜ୍ୟରେ ଆଜି ପୁଣି ୦୯ ମୁଣ୍ଡ ନେଲା କରୋନା । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି । କରୋନା ଆକ୍ରାନ୍ତ ସଂଖ୍ୟା ରାଜ୍ୟରେ ୩୯ ହଜାରକୁ ଟପିଲା । ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୨୨୫ କୁ ବୃଦ୍ଧି । ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୩୯ ହଜାରକୁ ଟପିଲା ଏବଂ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୯ ଲକ୍ଷ ଟପିଲା ।

୦୯ ମୃତକଙ୍କ ମଧ୍ୟରୁ ଗଞ୍ଜାମରୁ ସର୍ବାଧିକ ୦୫ ଜଣ ଆକ୍ରାନ୍ତ ମୃତ । ଆଜି ୦୫ କୁ ମିଶାଇ ଗଞ୍ଜାମ ଜିଲ୍ଲାରେ କରୋନା ମୃତ୍ୟୁ ସଂଖ୍ୟା ୧୧୭ କୁ ବୃଦ୍ଧି ହେଲା । ଖୋର୍ଦ୍ଧା, ଗଜପତି, ସୁନ୍ଦରଗଡ ଓ କେନ୍ଦୁଝରରୁ ଜଣେ ଲେଖାଏଁ ମୃତ । ଗଞ୍ଜାମ ମୃତକ ମଧ୍ୟରୁ ୦୪ ପୁରୁଷ ଓ ଜଣେ ମହିଳା । ପୁରୁଷ ମୃତକଙ୍କ ବୟସ ୪୨, ୫୯, ୫୩ ଓ ୬୩ ଏବଂ ମହିଳାଙ୍କ ବୟସ ୫୨ ବର୍ଷ । ଖୋର୍ଦ୍ଧା ମୃତକ ୬୦ ବର୍ଷୀୟ ମହିଳା । ସୁନ୍ଦରଗଡର ୫୫ ବର୍ଷୀୟ ପୁରୁଷ ଓ ଗଜପତିର ମୃତକ ବୟସ ୨୭ ବର୍ଷ । କେନ୍ଦୁଝର ଜିଲ୍ଲାର ମୃତକ ୨୧ ବର୍ଷୀୟ ଯୁବକ ।

ଆଜି ରାଜ୍ୟରେ ୨୮ ଟି ଜିଲ୍ଲାରୁ ୧୩୩୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ନୂଆ କରୋନା ଆକ୍ରାନ୍ତ ମଧ୍ୟରୁ ୮୧୫ କ୍ଵାରେଣ୍ଟାଇନ୍‌ ସେଣ୍ଟରରୁ ଓ ୫୨୨ ଜଣ ଲୋକାଲ ଚିହ୍ନଟ ହୋଇଥିବା ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି । ରାଜ୍ୟରେ ମାଡିଚାଲିଛି କରୋନା ଆତଙ୍କ । ଅନଲକ ୩ ଲାଗୁ ହେବ ପରା ଠାରୁ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୦୦ ତଳକୁ ଖସୁନି । କେମିତି ଆୟତ କରାଯିବ ଉଠିଛି ପ୍ରଶ୍ନ ।

ଆଜିର ନୂଆ ୧୩୩୭ କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୯,୦୧୮ କୁ ବୃଦ୍ଧି ହୋଇଛି । ରାଜ୍ୟରେ ମୋଟ ଆକ୍ଟିଭ କେସ ୧୪,୨୬୭, ସୁସ୍ଥ ହୋଇଛନ୍ତି ୨୪,୪୮୨ ଓ ମୃତ ସଂଖ୍ୟା ୨୨୫ କୁ ପହଁଚିଛି । ଗତକାଲି ରାଜ୍ୟରେ ୧୪୦୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

କେଉଁ ଜିଲାରୁ କେତେ ଚିହ୍ନଟ:

ଆଜି ୧୩୩୭ ନୂଆ କରୋନା ଆକ୍ରାନ୍ତ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୦୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ଖୋର୍ଦ୍ଧା ଜିଲ୍ଲାରୁ ୧୯୬ ଜଣ କରୋନା ପଜିଟିଭ ଚିହ୍ନଟ । କଟକରୁ ୧୬୮ ଜଣ ଓ ସୁନ୍ଦରଗଡରୁ ୮୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କେନ୍ଦୁଝରରୁ ୮୦, ଗଜପତିରୁ ୭୫ ଜଣ ଓ ପୁରୀରୁ ୭୩ ଜଣ କରୋନା ପଜିଟିଭ ଚିହ୍ନଟ । ସମ୍ବଲପୁରରୁ ୭୨ ଜଣ ଓ ନୟାଗଡରୁ ୬୦ ଜଣ କରୋନା ପଜିଟିଭ ଚିହ୍ନଟ ।

ରାଜ୍ୟରେ ଆଜି ୧୩୩୭ ନୂଆ କରୋନା ପଜିଟିଭ ଓ ୦୯ ମୁଣ୍ଡ ନେଲା କରୋନା । ଜାଣନ୍ତୁ କେଉଁ ଜିଲାରୁ କେତେ ।, Corona Update Odisha new 1337 tested corona positive and 09 deaths, Nitidina, Odisha, News, Real Story, Health Tips, Life style, Daily Living, Tips, Job Updates, Yoga, Meditation, Stay Healthy, Save Tree, Save Life, Extended Lockdown, Unlock 3.0

ମାଲକାନଗିରିରୁ ୩୮ ଜଣ ଓ କେନ୍ଦ୍ରାପଡା ଜିଲ୍ଲାରୁ ୩୭ ଜଣ ଆକ୍ରାନ୍ତ ଚିହ୍ନଟ । ବାଲେଶ୍ୱର ଓ କୋରାପୁଟରୁ ୩୧ ଜଣ ଲେଖାଏଁ ପଜିଟିଭ ଚିହ୍ନଟ । ଯାଜପୁର ଜିଲ୍ଲାରୁ ୨୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ଭଦ୍ରକ ଓ ରାୟଗଡାରୁ ୨୨ ଜଣ ଲେଖାଏଁ କରୋନା ପଜିଟିଭ ଚିହ୍ନଟ । ଜଗତସିଂହପୁରରୁ ୨୧ ଜଣ ଓ କନ୍ଧମାଳରୁ ୨୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ମୟୁରଭଞ୍ଜରୁ ୧୫ ଜଣ, ବରଗଡ଼ରୁ ୧୪ ଜଣ ଓ କଳାହାଣ୍ଡିରୁ ୧୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ବଲାଙ୍ଗିରରୁ ୧୧ ଜଣ ଓ ଝାରସୁଗୁଡା ଜିଲ୍ଲାରୁ ୧୦ ଜଣ ପଜିଟିଭ ଚିହ୍ନଟ । ନବରଙ୍ଗପୁରରୁ ୦୭ ଜଣ ଓ ଢେଙ୍କାନାଳରୁ ୦୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ଅନୁଗୁଳ ଜିଲ୍ଲାରୁ ୦୪ ଜଣ ଓସୋନପୁର ଜିଲ୍ଲାରୁ ୦୩ ଜଣ କରୋନା ପଜିଟିଭ ଚିହ୍ନଟ । ବୌଦ୍ଧ ଜିଲ୍ଲାରୁ ଜଣେ ଆକ୍ରାନ୍ତ ଚିହ୍ନଟ ।

ଦେଶର କରୋନା ଖବର:

ଦେଶରେ ୨୪ ଘଣ୍ଟା ମଧ୍ୟରେ ଆଜି ୫୨,୫୦୯ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୮୪୨ ଜଣଙ୍କର ମୃତ୍ୟୁ ହୋଇଛି । ଭାରତରେ ମୋଟ୍ କରୋନା ଅଙ୍କ୍ରାନ୍ତଙ୍କ ସଂଖ୍ୟା ୧୯,୦୮,୨୫୪ କୁ ବୃଦ୍ଧି ହୋଇଛି । ଦେଶରେ ମୋଟ ଆକ୍ଟିଭ କେସ ୫,୮୪,୬୮୭, ସୁସ୍ଥ ହୋଇଛନ୍ତି ୧୨,୮୧,୬୬୦ ଓ ୩୯,୮୨୦ ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ କରୋନା ମୃତ୍ୟୁ ହାର ୦.୫୭ ପ୍ରତିଶତ କୁ ବୃଦ୍ଧି ହୋଇଛି ।

ବନ୍ଧୁଗଣ ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପାଇବା ପାଇଁ ଆମର ଏହି ପୋର୍ଟାଲ କୁ ଫୋଲୋ କରନ୍ତୁ । ଯଦି ଏହି ଖବର ଟି ଆପଣଙ୍କ ମନକୁ ପସନ୍ଦ ଆସିଲା ତେବେ ଏହାକୁ ଲାଇକ କରନ୍ତୁ ଓ ସାଙ୍ଗ ମାନଙ୍କୁ ଶେୟର କରନ୍ତୁ ।

About admin

Blog sharing Information & Tips about Travelling Tips, Health Tips, Daily Living Life, Life Style, Trends and more to help people to Enjoy the beautiful Life.

View all posts by admin →

Leave a Reply

Your email address will not be published. Required fields are marked *