ରାଜ୍ୟରେ ଆଜି ୧୪୩୪ ନୂଆ କରୋନା ପଜିଟିଭ ଓ ୧୦ କରୋନା ମୃତ୍ୟୁ । ଜାଣନ୍ତୁ କେଉଁ ଜିଲାରୁ କେତେ ।

ରାଜ୍ୟରେ ଆଜି ୧୪୩୪ ନୂଆ କରୋନା ପଜିଟିଭ ଓ ୧୦ କରୋନା ମୃତ୍ୟୁ । ଜାଣନ୍ତୁ କେଉଁ ଜିଲାରୁ କେତେ, Corona Update Odisha new 1434 tested corona positive and 10 deaths, Nitidina, Odisha, News, Real Story, Health Tips, Life style, Daily Living, Tips, Job Updates, Yoga, Meditation, Stay Healthy, Save Tree, Save Life, Extended Lockdown, Unlock 3.0

ରାଜ୍ୟରେ ଆଜି ୧୪୩୪ ନୂଆ କରୋନା ପଜିଟିଭ ଚିହ୍ନଟ । ରାଜ୍ୟରେ ଆଜି ପୁଣି ୧୦ ମୁଣ୍ଡ ନେଲା କରୋନା । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି । କରୋନା ଆକ୍ରାନ୍ତ ସଂଖ୍ୟା ରାଜ୍ୟରେ ୩୪ ହଜାରକୁ ଟପିଲା । ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୯୭ କୁ ବୃଦ୍ଧି । ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୩୭ ହଜାରକୁ ଟପିଲା । ଗଞ୍ଜାମରେ କରୋନା ମୃତକ ସଂଖ୍ୟା ୧୦୦ ଟପିଲା ।

୧୦ ମୃତକଙ୍କ ମଧ୍ୟରୁ ଗଞ୍ଜାମରୁ ସର୍ବାଧିକ ୦୪ ଜଣ ଆକ୍ରାନ୍ତ ମୃତ । ଗଞ୍ଜାମରେ ମୋଟ୍ କରୋନା ମୃତ ସଂଖ୍ୟା ୧୦୩ କୁ ବୃଦ୍ଧି ହେଲା । ଖୋର୍ଦ୍ଧା ଜିଲ୍ଲାରୁ ୦୩ ଜଣ ଆକ୍ରାନ୍ତ ମୃତ । ସୁନ୍ଦରଗଡ, ଯାଜପୁର ଓ କଳାହାଣ୍ଡି ଜିଲ୍ଲାରୁ ଜଣେ ଲେଖାଏଁ ମୃତ । ଗଞ୍ଜାମର ମୃତକ ମଧ୍ୟରୁ ୦୨ ଜଣ ପୁରୁଷ ଓ ୦୨ ଜଣ ମହିଳା । ପୁରୁଷ ମୃତକଙ୍କ ବୟସ ୫୭ ଲେଖାଏଁ ଏବଂ ମହିଳା ମୃତକଙ୍କ ବୟସ ୯୪ ଓ ୪୫ ବର୍ଷ । ଖୋର୍ଦ୍ଧା ଜିଲ୍ଲାର ୦୩ ମୃତକ ମଧ୍ୟରୁ ଜଣେ ଭୁବନେଶ୍ୱରର ୭୮ ବର୍ଷୀୟ ମହିଳା । ଖୋର୍ଦ୍ଧାର ଅନ୍ୟ ୦୨ ଜଣ ମୃତକ ମଧ୍ୟରୁ ଜଣେ ୫୮ ବର୍ଷୀୟ ପୁରୁଷ ଓ ଅନ୍ୟ ଜଣେ ୬୦ ବର୍ଷୀୟ ମହିଳା । ସୁନ୍ଦରଗଡର ମୃତକ ୭୩ ବର୍ଷୀୟ ପୁରୁଷ ଓ ଯାଜପୁର ଜିଲ୍ଲାର ମୃତକ ୮୦ ବର୍ଷୀୟ ପୁରୁଷ । କଳାହାଣ୍ଡି ଜିଲ୍ଲାର ପ୍ରଥମ କରୋନା ମୃତ୍ୟୁ । ମୃତକ ୬୫ ବର୍ଷୀୟ ପୁରୁଷ ।

ଆଜି ରାଜ୍ୟରେ ୨୯ ଟି ଜିଲ୍ଲାରୁ ୧୪୩୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ନୂଆ କରୋନା ଆକ୍ରାନ୍ତ ମଧ୍ୟରୁ ୮୮୯ କ୍ଵାରେଣ୍ଟାଇନ୍‌ ସେଣ୍ଟରରୁ ଓ ୫୪୫ ଜଣ ଲୋକାଲ ଚିହ୍ନଟ ହୋଇଥିବା ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି । ରାଜ୍ୟରେ ମାଡିଚାଲିଛି କରୋନା ଆତଙ୍କ । ଏବେ ରାଜ୍ୟରେ ପ୍ରତିଦିନ ୧୦୦୦ ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ରାଜ୍ୟ ସରକାର ନୂଆ ଅନଲକ ୩ ରେ କେମିତି ଗୋଷ୍ଠୀ ସଂକ୍ରମଣ କୁ ଆୟତ କରିବେ ତାହା ଏବେ ବଡ ପ୍ରଶ୍ନ ଉଠିଛି ?

ଆଜିର ନୂଆ ୧୪୩୪ କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୪,୯୧୩ କୁ ବୃଦ୍ଧି ହୋଇଛି । ରାଜ୍ୟରେ ମୋଟ ଆକ୍ଟିଭ କେସ ୧୩,୪୦୩, ସୁସ୍ଥ ହୋଇଛନ୍ତି ୨୧,୨୭୪ ଓ ମୃତ ସଂଖ୍ୟା ୧୯୭ କୁ ପହଁଚିଛି । ଗତକାଲି ରାଜ୍ୟରେ ୭୫୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

କେଉଁ ଜିଲାରୁ କେତେ ଚିହ୍ନଟ:

ଆଜି ୧୪୩୪ ନୂଆ କରୋନା ଆକ୍ରାନ୍ତ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୩୨୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ଖୋର୍ଦ୍ଧା ଜିଲ୍ଲାରୁ ୨୧୮ ଜଣ କରୋନା ପଜିଟିଭ ଚିହ୍ନଟ । ରାୟଗଡାରୁ ୧୯୭ ଜଣ ଓ କଟକରୁ ୧୨୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଜପତିରୁ ୯୧, ସୁନ୍ଦରଗଡରୁ ୬୭ ଜଣ ଓ ପୁରୀରୁ ୬୫ ଜଣ କରୋନା ପଜିଟିଭ ଚିହ୍ନଟ । ଯାଜପୁରରୁ ୫୭ ଜଣ ଓ ସମ୍ବଲପୁରରୁ ୫୧ ଜଣ କରୋନା ପଜିଟିଭ ଚିହ୍ନଟ ।

ରାଜ୍ୟରେ ଆଜି ୧୪୩୪ ନୂଆ କରୋନା ପଜିଟିଭ ଓ ୧୦ କରୋନା ମୃତ୍ୟୁ । ଜାଣନ୍ତୁ କେଉଁ ଜିଲାରୁ କେତେ, Corona Update Odisha new 1434 tested corona positive and 10 deaths, Nitidina, Odisha, News, Real Story, Health Tips, Life style, Daily Living, Tips, Job Updates, Yoga, Meditation, Stay Healthy, Save Tree, Save Life, Extended Lockdown, Unlock 3.0

କନ୍ଧମାଳରୁ ୪୪ ଜଣ ଓ ଭଦ୍ରକ ଜିଲ୍ଲାରୁ ୨୫ ଜଣ ଆକ୍ରାନ୍ତ ଚିହ୍ନଟ । ମାଲକାନଗିରିରୁ ୨୪ ଜଣ ଓ କେନ୍ଦ୍ରାପଡାରୁ ୨୨ ଜଣ ପଜିଟିଭ ଚିହ୍ନଟ । କଳାହାଣ୍ଡି ଜିଲ୍ଲାରୁ ୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ଢେଙ୍କାନାଳ ଓ ଜଗତସିଂହପୁରରୁ ୧୩ ଜଣ ଲେଖାଏଁ କରୋନା ପଜିଟିଭ ଚିହ୍ନଟ । କୋରାପୁଟ ଓ ବାଲେଶ୍ୱରରୁ ୧୨ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଅନୁଗୁଳରୁ ୦୯ ଜଣ, ନୟାଗଡରୁ ୦୮ ଜଣ ଓ ନୂଆପଡାରୁ ୦୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ଝାରସୁଗୁଡା ଓ ସୋନପୁର ଜିଲ୍ଲାରୁ ୦୬ ଜଣ ଲେଖାଏଁ ପଜିଟିଭ ଚିହ୍ନଟ । ବରଗଡ଼ ଓ ବୌଦ୍ଧରୁ ୦୫ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ । କେନ୍ଦୁଝର, ନବରଙ୍ଗପୁର ଓ ଦେବଗଡ ଜିଲ୍ଲାରୁ ୦୨ ଜଣ ଲେଖାଏଁ କରୋନା ପଜିଟିଭ ଚିହ୍ନଟ । ମୟୁରଭଞ୍ଜ ଜିଲ୍ଲାରୁ ଜଣେ ଆକ୍ରାନ୍ତ ଚିହ୍ନଟ ।

ଦେଶର କରୋନା ଖବର:

ଦେଶରେ ୨୪ ଘଣ୍ଟା ମଧ୍ୟରେ ଆଜି ୫୪,୭୩୬ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୮୫୩ ଜଣଙ୍କର ମୃତ୍ୟୁ ହୋଇଛି । ଭାରତରେ ମୋଟ୍ କରୋନା ଅଙ୍କ୍ରାନ୍ତଙ୍କ ସଂଖ୍ୟା ୧୭,୫୦,୭୨୪ କୁ ବୃଦ୍ଧି ହୋଇଛି । ଦେଶରେ ମୋଟ ଆକ୍ଟିଭ କେସ ୫,୬୭,୭୩୦, ସୁସ୍ଥ ହୋଇଛନ୍ତି ୧୧,୪୫,୬୩୦ ଓ ୩୭,୩୬୪ ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ କରୋନା ମୃତ୍ୟୁ ହାର ୦.୫୫ ପ୍ରତିଶତ କୁ ବୃଦ୍ଧି ହୋଇଛି ।

ବନ୍ଧୁଗଣ ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପାଇବା ପାଇଁ ଆମର ଏହି ପୋର୍ଟାଲ କୁ ଫୋଲୋ କରନ୍ତୁ । ଯଦି ଏହି ଖବର ଟି ଆପଣଙ୍କ ମନକୁ ପସନ୍ଦ ଆସିଲା ତେବେ ଏହାକୁ ଲାଇକ କରନ୍ତୁ ଓ ସାଙ୍ଗ ମାନଙ୍କୁ ଶେୟର କରନ୍ତୁ ।

About admin

Blog sharing Information & Tips about Travelling Tips, Health Tips, Daily Living Life, Life Style, Trends and more to help people to Enjoy the beautiful Life.

View all posts by admin →

Leave a Reply

Your email address will not be published. Required fields are marked *